- padmabati kund
ଜିଓର ‘ହାପି ନ୍ୟୁ ଇୟର’ ଅଫର ଆରମ୍ଭ : ମିଳିବ 100% କ୍ୟାଶବ୍ୟାକ

(ବେତାର ବ୍ୟୁରୋ) ନୂଆବର୍ଷ ଉପଲକ୍ଷେ ଗ୍ରାହକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟେଲିକମ କମ୍ପାନୀ ଗୁଡିକ ଅନେକ ନୂଆ ନୂଆ ଅଫର ଲଞ୍ଚ କରୁଛନ୍ତି। ରିଲାଏନ୍ସ ଜିଓ ତରଫରୁ ମଧ୍ୟ ତାର ଗ୍ରାହକଙ୍କ ପାଇଁ ନୂଆବର୍ଷ ଉପଲକ୍ଷେ ଏକ ଅଫର ଲଞ୍ଚ କରିଛି। ଏହାର ନାମ ରହିଛି’ ହାପି ନ୍ୟୁ ଇୟର ଅଫର’। ଏହି ଅଫରରେ ଗ୍ରାହକଙ୍କୁ ଟ.୩୯୯ ରିଚାର୍ଜ ପ୍ୟାକରେ ଶହେ ପ୍ରତିଶତ କ୍ୟାଶବ୍ୟାକ ପ୍ରଦାନ କରାଯିବ ଅର୍ଥାତ ସେହିମୁଲ୍ୟର ଉପହାର/ଭାଉଚର ମିଳିବ।
ରିଲାଏନ୍ସ ଜିଓ ଏହି ଅଫର ନିଜର ଫ୍ୟାଶନ ରିଟେଲ ୱେବସାଇଟ ସହ ମିଶି ଶୁକ୍ରବାର ଲଞ୍ଚ କରିଛି। ଗ୍ରାହକ ମାନଙ୍କୁ ଏହି କ୍ୟାଶବ୍ୟାକ AJIO ଆପରେ କୁପନ ଭାବରେ ମିଳିବ। AJIOରେ ଉପଲବ୍ଧ ଅଫର ଉପରେ ଏହାକୁ ବ୍ୟବହାର କରିପାରିବେ। ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜ ଜିଓ ନମ୍ବରରେ ଆସନ୍ତା ଜାନୁୟାରୀ ୩୧ ତାରିଖ ୨୦୧୯ ପୂର୍ବରୁ ରିଚାର୍ଜ କରିବାକୁ ପଡିବ। AJIO ଆପରେ ଆସିଥିବା କୁପନର ଲାଭ ଆପଣ ମାର୍ଚ୍ଚ ୧୫ ତାରିଖ ୨୦୧୯ ମଧ୍ୟରେ ଉଠାଇପାରିବେ।
କିପରି କ୍ୟାଶବ୍ୟାକ ପାଇବେ
ଏହି କ୍ୟାଶବ୍ୟାକ ପାଇବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ଜିଓ ନମ୍ବରରେ ଟ.୩୯୯ ପ୍ୟାକ ରିଚାର୍ଜ କରିବାକୁ ପଡିବ। ଏହାପରେ କମ୍ପାନୀ ତରଫରୁ ଆପଣଙ୍କ MY JIO ଆପ୍ଲିକେଶନର My Coupon ସେକ୍ସନରେ ଟ.୩୯୯ ମୂଲ୍ୟର AJIO କୁପନ କ୍ରେଡିଟ କରାଯିବ। ଏହି କୁପନକୁ AJIO ଆପ କିମ୍ବା ୱେବସାଇଟରେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ AJIOରୁ ଟ.୧୦୦୦ରୁ ଅଧିକ ମୂଲ୍ୟର ପୋଷାକ କିଣିବାକୁ ପଡିବ। AJIOରେ ରହିଥିବା ଅନ୍ୟ ଡ଼ିସକାଉଣ୍ଟ ଗୁଡିକ ସହିତ ମଧ୍ୟ ଏହି ସ୍ୱତନ୍ତ୍ର ଡ଼ିସକାଉଣ୍ଟ କୁପନ ଏକା ସାଙ୍ଗରେ ବ୍ୟବହାର କରାଯାଇ ପାରିବ।

ରିଲାଏନ୍ସ ଜିଓର ନୂଆ ଗ୍ରାହକ ଓ ପୁରୁଣା ଗ୍ରାହକ ଉଭୟ ଏହି ଅଫରର ଲାଭ ଉଠାଇ ପାରିବେ। ଏଥିପାଇଁ କୌଣସି ରିଟେଲର ପାଖରେ କିମ୍ବା ଜିଓ ୱେବସାଇଟରେ ଆପଣ ଟ.୩୯୯ ରିଚାର୍ଜ କରିପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହାପି ନ୍ୟୁ ଇୟର ଅଫର ଉପଲବ୍ଧ ହେଉଥିବା ୩୯୯ ଟଙ୍କାର ରିଚାର୍ଜ ପ୍ଲାନ ଜିଓର ସର୍ବାଧିକ ବିକ୍ରି ହେଉଥିବା ପ୍ଲାନ | ଏଥିଯୋଗୁ ଅଧିକାଂଶ ଜିଓ ଉପଭୋକ୍ତା ଏହି ନୂଆ ଅଫରର ଲାଭ ଉଠାଇ ପାଇପାରିବେ |