• padmabati kund

ଶୀତଦିନେ ସୁସ୍ଥ ଓ ଫିଟ୍ ରହିବା ପାଇଁ ପିଅନ୍ତୁ ଏହି ୪ଟି ସୁପ୍


(ବେତାର ବ୍ୟୁରୋ) ଶୀତଦିନେ ତ୍ଵଚା ଜନିତ ସମସ୍ୟା ଦେଖାଯିବା ସହିତ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। କିଛି କିଛି ଲୋକଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିଥାଏ। ବାରମ୍ବାର ଭୋକ ଲାଗିବା ଫଳରେ କିଛି ନା କିଛି ଖାଇବାକୁ ଇଚ୍ଛା ହୋଇଥାଏ। କିନ୍ତୁ କିଛି ବି ଖାଇବା ଦ୍ଵାରା ଆପଣଙ୍କ ଓଜନ ବଢିବାର ମଧ୍ୟ ଆଶଙ୍କା ରହିଥାଏ। ତେଣୁ ଭୋକ ଲାଗିଲେ କିଛି ବି ଏଣୁତେଣୁ ଖାଇବା ଅପେକ୍ଷା ସୁପ୍ ପିଅନ୍ତୁ। ସୁପ୍ ପିଇବା ଦ୍ଵାରା ଆପଣଙ୍କ ଶରୀରର ଓଜନ ବଢିବ ନାହିଁ। ଏହାବ୍ୟତୀତ ଆପଣ ଥଣ୍ଡା ଓ କାଶ ପରି ସଂକ୍ରମଣ ଜନିତ ରୋଗରୁ ମଧ୍ୟ ଦୂରେଇ ରହିବେ।

ଏହାସହିତ ସୁପରେ ଥିବା ପୋଷାକ ତତ୍ତ୍ଵ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଖାଦ୍ୟ ହଜମ କରିବାର ଶକ୍ତି ମଧ୍ୟ ବଢାଇଥାଏ। ତେବେ ଜାଣିରଖନ୍ତୁ ଏପରି କିଛି ସୁପ୍ ବିଷୟରେ ଯାହା ଆପଣ ନିଜେ ପ୍ରସ୍ତୁତ କରି ପିଇପାରିବେ।

୧.ପାଳଙ୍ଗ ସୁପ୍: ପାଳଙ୍ଗରେ ଭରପୁର ମାତ୍ରାରେ ଆଇରନ ରହିଥାଏ। ଏହାବ୍ୟତୀତ ମିନେରାଲ, ଭିଟାମିନ ମଧ୍ୟ ରହିଥାଏ। ଶୀତଦିନେ ପାଳଙ୍ଗ ସୁପ୍ ପିଇବା ଦ୍ଵାରା ଆପଣ ଅନେକ ଲାଭ ପାଇପାରିବେ। ଏଥିରେ ଭିଟାମିନ-ଏ, ସି, ଇ,କେ ଓ ବି କମ୍ପ୍ଲେକ୍ସ ଅଧିକ ମାତ୍ରାରେ ରହିଥାଏ। ଶୀତଦିନେ ଶରୀରକୁ ସୁସ୍ଥ ରଖିବା ପାଇଁ ଏଥିରେ ଜରୁରୀ ଉପାଦାନ ମାନ ରହିଥାଏ।

୨.ମଟର ସୁପ୍: ଶୀତଦିନେ ମଟର ସୁପ୍ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଫାଇବର ଯୁକ୍ତ ମଟର ସୁପ୍ ପିଇବା ଦ୍ଵାରା ଅନେକ ସମୟ ପର୍ଯ୍ୟନ୍ତ ପେଟ ଭରିବା ପରି ଲାଗିଥାଏ ଓ ଏହାଦ୍ଵାରା ଆପଣଙ୍କ ଓଜନ ମଧ୍ୟ କମ ହୋଇଥାଏ। ଏଥିରେ ପୋଟାସିୟମ ରହିଥାଏ ଯାହାକି ଆମ ଶରୀରରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିଥାଏ। ଉଚ୍ଚ ରକ୍ତଚାପ ଓ ହୃଦରୋଗୀ ମାନେ ଏହି ସୁପ୍ ପିଇବା ନିହାତି ଆବଶ୍ୟକ। ମଟରରେ ଥିବା ଭିଟାମିନ ହାଡକୁ ମଜଭୁତ ରଖେ।

୩.ସ୍ଵିଟ କର୍ଣ୍ଣ ସୁପ୍: ଯେଉଁ ଲୋକଙ୍କର ଶ୍ଵାସରୋଗ ଓ ହାଡଗଣ୍ଠି ଜନିତ ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଏହି ସୁପ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ଵାରା ହୃଦରୋଗର ଆଶଙ୍କା ମଧ୍ୟ କମ ହୋଇଥାଏ। ଏହା ଆପଣଙ୍କ ଚକ୍ଷୁ ପାଇଁ ମଧ୍ୟ ଉପାଦେୟ ଅଟେ।

୪.ଟମାଟୋ ସୁପ୍: ଟମାଟୋ ସୁପ୍ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏଥିରେ ଥିବା ଭିଟାମିନ-ସି ଓ ଭିଟାମିନ-ଏ ଆପଣଙ୍କ ଶରୀରରୁ ଖରାପ କୋଲେଷ୍ଟ୍ରରଲକୁ କମ କରିଥାଏ ଓ ହୃଦରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଲାଇକୋପିନ ନାମକ ତତ୍ତ୍ଵରହିଥାଏ ଯାହାକି ଶରୀରରୁ ଫ୍ୟାଟ କମ କରିଥାଏ। ଏହାସହିତ ଟମାଟୋରେ ଥିବା ସିଲେନିୟମ ଶରୀରରୁ ରକ୍ତର ଅଭାବକୁ ଦୂର କରିଥାଏ ଓ ରକ୍ତ ସଂଚାଳନ ଠିକ କରିଥାଏ।

#health #wintercare #soup

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon