• padmabati kund

ସଲମାନ ଖାନଙ୍କ ଭାରତୀୟ ଫ୍ୟାଶନ ଦୁନିଆକୁ 7 ଅବଦାନ


(ବେତାର ବ୍ୟୁରୋ) ବଲିଉଡର 'ଭାଇଜାନ' ଭାବେ ପରିଚିତ ସଲମାନ ଖାନ ନିକଟରେ 53ବର୍ଷରେ ପାଦ ଦେଇଛନ୍ତି। ଖୁବ ଧୂମଧାମରେ ନିଜର ଜନ୍ମଦିନ ପାଳନ କରିଥିଲେ ସଲମାନ ଖାନ। ସଲମାନ ଖାନଙ୍କୁ 53ବର୍ଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଲୋକପ୍ରିୟତା କମ ହୋଇନାହିଁ। କେତେବେଳେ ନିଜର ଲୁକ,କେତେବେଳେ ନିଜର ଡ୍ୟାନ୍ସ ଓ ନିଜର କାମ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ଏହାବ୍ୟତୀତ ନିଜର ଫ୍ୟାଶନ ଷ୍ଟାଇଲ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଆସିଛନ୍ତି।

ଏମିତି ଅନେକ ପ୍ରକାର ଫ୍ୟାଶନ ଟ୍ରେଣ୍ଡ ରହିଛି ଯାହାର ଆରମ୍ଭ ସଲମାନ ଖାନ କରିଥିଲେ। ସଲମାନ ତାଙ୍କ ଫିଲ୍ମ ଗୁଡିକରେ ଭିନ୍ନ ଭିନ୍ନ ଷ୍ଟାଇଲକୁ ଆପଣେଇଥାନ୍ତି। ଏହି ଷ୍ଟାଇଲଗୁଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟାଇଲ ଗୁଡିକ ମଧ୍ୟ ବହୁତ ଟ୍ରେଣ୍ଡରେ ରହିଛି।

୧.ଲେଦର ଜ୍ୟାକେଟ: ଫିଲ୍ମ ‘ମେନେ ପ୍ୟାର କିୟା’ରେ ସଲମାନ ଖାନ ଜଣେ ଧନୀ ଘରର ଖୁସି ମିଜାଜର ପୁଅ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସେ ବ୍ୟବହାର କରୁଥିବା ଗାଡି ସହିତ ଆହୁରି ଅନେକ ଫ୍ୟାଶନକୁ ଲୋକମାନେ ପସନ୍ଦ କରିଥିଲେ। ସଲମାନଙ୍କୁ ଏଥିରେ ଲେଦର ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ସେହିଦିନଠାରୁ ଏହା ଫ୍ୟାଶନ ଟ୍ରେଣ୍ଡରେ ଅଛି। ଏହାକୁ ଆପଣ ନିୟମିତ ଭାବରେ ପିନ୍ଧି ନପାରିଲେ ମଧ୍ୟ କୌଣସି ପାର୍ଟିକୁ ପିନ୍ଧି ଯାଇପାରିବେ।

୨.ଲମ୍ବା କେଶ ରଖିବାର ଫ୍ୟାଶନ: ପୁରୁଷମାନେ ଲମ୍ବା କେଶ ରଖିବାର ଫ୍ୟାଶନ ବହୁତ ପୁରୁଣା ଅଟେ। ‘ଚନ୍ଦ୍ରମୁଖୀ’ ଫିଲ୍ମରେ ସଲମାନ ଖାନଙ୍କୁ ନିଜ କାନ୍ଧ ପର୍ଯ୍ୟନ୍ତ କେଶ ରଖିଥିବାର ଦେଖିବାକୁ ମିଳିଥିଲା। ଲମ୍ବା କେଶରେ ସେ ବହୁତ ଷ୍ଟାଇଲିଶ ମଧ୍ୟ ଦେଖା ଯାଉଥିଲେ। ସେହିଦିନଠାରୁ ଲମ୍ବାକେଶକୁ ପ୍ରାୟ ପୁରୁଷ ପସନ୍ଦ କରୁଛନ୍ତି।

୩.ଢିଲା ଶାର୍ଟ: ଢିଲା ପୋଷାକ ପିନ୍ଧିବା ପାଇଁ ଅଧିକ ଆରାମଦାୟକ ହୋଇଥାଏ। ଏହାକୁ ଉଭୟ ପୁରୁଷ ଓ ମହିଳାମାନେ ପସନ୍ଦ କରିଥାନ୍ତି। କିନ୍ତୁ ସଲମାନ ଖାନଙ୍କ ପୁରୁଣା ଫିଲ୍ମକୁ ଦେଖିଲେ ଜାଣିପାରିବେ ଯେ ସେ ପ୍ରାୟ ସବୁବେଳେ ଢିଲା ପୋଷାକ ପିନ୍ଧୁଥିଲେ ଓ ସେଥିରେ ମଧ୍ୟ ଷ୍ଟାଇଲିସ ଲୁକ ପାଉଥିଲେ।

୪.ଫଟା ଜିନ୍ସ: ବର୍ତ୍ତମାନ ଫ୍ୟାଶନରେ ଫଟା ଜିନ୍ସ ବହୁ ଟ୍ରେଣ୍ଡରେ ରହିଛି। ଏହାର କ୍ରେଡିଟ ମଧ୍ୟ ସଲମାନ ଖାନଙ୍କୁ ଯିବ। ‘ପ୍ୟାର କିୟା ତୋ ଡରନା କ୍ୟା’ ଫିଲ୍ମର ‘ଓ ଓ ଜାନେ ଜାନା’ ଗୀତରେ ସଲମାନଙ୍କୁ ଏପରି ଜିନ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହାପରେ ମାର୍କେଟରେ ଏପରି ଜିନ୍ସର ଚାହିଦା ବଢିଯାଇଥିଲା।

୫.ଗଞ୍ଜି ଫ୍ୟାଶନ: ବର୍ତ୍ତମାନ ସମୟରେ ଫ୍ୟାଶନ ଓ ଟ୍ରେଣ୍ଡକୁ ଦେଖି ଗଞ୍ଜି ପିନ୍ଧିବାର ଫ୍ୟାଶନ କମିଯାଇଛି। କିନ୍ତୁ ପୂର୍ବରୁ ଏହି ଗଞ୍ଜି ଫ୍ୟାଶନ ସଲମାନ ଖାନ ହିଁ ଆଣିଥିଲେ। ତାଙ୍କୁ ଭିନ୍ନ ଭିନ୍ନ ରଙ୍ଗର ଗଞ୍ଜି ପିନ୍ଧିଥିବାର ଦେଖିବାକୁ ମିଳୁଥିଲା।

୬.ସଲମାନ ବ୍ରେସଲେଟ: ପୁରୁଷ ମାନଙ୍କ ହାତରେ ବ୍ରେସଲେଟ ପିନ୍ଧିବାର ଫ୍ୟାଶନ ସଲମାନ ଖାନଙ୍କ ନୀଳ ରଙ୍ଗର ବ୍ରେସଲେଟ ଆଣିଥିଲା। ବର୍ତ୍ତମାନ ଅନେକ ପ୍ରକାରର ବ୍ରେସଲେଟ ବାହାରିଥିଲେ ମଧ୍ୟ କିଛିଦିନ ପର୍ଯ୍ୟନ୍ତ ସଲମାନଙ୍କ ବ୍ରେସଲେଟର ଫ୍ୟାଶନ ରହିଥିଲା।

୭. ସିଲଭର ହୁପ କାନଫୁଲ: ପୁରୁଷମାନଙ୍କ ମଧ୍ୟରେ କାନଫୁଲର ଫ୍ୟାଶନ ସଲମାନ ଖାନ ଆରମ୍ଭ କରିଥିଲେ। ବଲିଉଡର ଅନେକ କଳାକାର ଗୋଟିଏ କାନରେ କାନଫୁଲ ପିନ୍ଧନ୍ତି। ସଲମାନ ଏହି ଫ୍ୟାଶନକୁ ଅଧିକ ଲୋକପ୍ରିୟ କରିଥିଲେ।    

#entertainment #fashion #salmankhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon