• ବେତାର ବ୍ୟୁରୋ

ଜାଣନ୍ତୁ : ୨୦୧୮ରେ ପରିବର୍ତ୍ତନ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ ନିୟମ


(ବେତାର ବ୍ୟୁରୋ) ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି 2018 ମସିହାରେ ବ୍ୟାଙ୍କିଙ୍ଗର ଅନେକ ନିୟମ ପରିବର୍ତ୍ତନ ହୋଇଛି। ଏହାବ୍ୟତୀତ କିଛି ସେବାକୁ ସଂପୂର୍ଣ୍ଣ ଭାବରେ ବନ୍ଦ ମଧ୍ୟ କରିଦିଆ ଯାଇଛି। ବ୍ୟାଙ୍କିଙ୍ଗକୁ ନେଇ 2018 ମସିହାରେ କଣ କଣ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି ଜାଣିରଖନ୍ତୁ।

୧.ଟଙ୍କା ଜମା କରିବାର ନିୟମରେ ପରିବର୍ତ୍ତନ: ୨୦୧୮ ମସିହା ସେପ୍ଟେମ୍ବର ମାସରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ବ୍ୟକ୍ତିଗତ ସେଭିଙ୍ଗ ଖାତାରେ ନନହୋମ ବ୍ରାଞ୍ଚରେ କ୍ୟାଶ ଡିପୋଜିଟ କରିବାର ଅଧିକତମ ସୀମାକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ଯେକୌଣସି ଶାଖାକୁ ଯାଇ ନିଜ ଖାତାରେ ଟଙ୍କା ପଇଠ କରିପାରିବେ। ପୂର୍ବରୁ ଏହାର ସୀମା ଟ.୨୫,୦୦୦ ଥିଲା।

୨.ଆଧାର ବାଧ୍ୟତାମୂଳକ ନୁହଁ: ଗତକିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଆଧାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଏବେଠାରୁ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଆଧାର କାର୍ଡର ଆବଶ୍ୟକ ରହିବ ନାହିଁ। ଯଦି ଗ୍ରାହକ ଚାହିଁବେ ତେବେ ନିଜ ଇଚ୍ଛାରେ ଆଧାର ନମ୍ବର ଶେୟାର କରିପାରିବେ। ଏହାବ୍ୟତୀତ ଯଦି ଗ୍ରାହକ ବ୍ୟାଙ୍କ ସେବା ମାଧ୍ୟମରେ ସବସିଡିର ଲାଭ ନେଉଛନ୍ତି ତେବେ ବ୍ୟାଙ୍କ ଖାତା ସହିତ ଆଧାର

ସଯୋଗ କରିବାକୁ ପଡିବ।

୩.ତୁରନ୍ତ କରିବାକୁ ହେବ ସୁଧ ଦରରେ ପରିବର୍ତ୍ତନ: ୨୦୧୯ ମସିହା ଏପ୍ରିଲ ମାସ ୧ ତାରିଖରୁ ହୋମଲୋନ ଓ ଅଟୋଲୋନରେ ଲାଗୁଥିବା ସୁଧ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ବର୍ତ୍ତମାନ ଏହି ସୁଧର ଦର କେବେ ବଢିବ ଓ କେବେ କମିବ ତାହା ବ୍ୟାଙ୍କ ଠିକ କରୁଛି କିନ୍ତୁ ଆସନ୍ତା ଏପ୍ରିଲ ମାସରୁ ଆରବିଆଇ ଦ୍ଵାରା ରେପୋ ରେଟ କମ ହେବା ମାତ୍ରେ ସୁଧଦର କମ କରିବାକୁ ପଡିବ। ଛୋଟ କାରବାର କରୁଥିବା ବ୍ୟବସାୟୀଙ୍କୁ ଦିଆଯାଉଥିବା ଲୋନରେ ମଧ୍ୟ ଏହା ଲାଗୁ ହେବ।

୪.ନନ ସିଟିଏସ ଚେକ ହେବ ଅବୈଧ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ତରଫରୁ ଗତ ସେପ୍ଟେମ୍ବର ମାସରେ ସିଟିଏସ ଚେକକୁ ନେଇ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ଏହି ନିୟମ ଅନୁସାରେ, ଜାନୁୟାରୀ ୧ ତାରିଖରୁ ୨୦୧୯ରୁ ସମଗ୍ର ଦେଶରେ ନନ-ସିଟିଏସ ଚେକ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ପ୍ରଥମ ତାରିଖରେ ଜାରି ହୋଇଥିବା ନନ-ଟିସିଏସ ଚେକ ଉପରେ ମଧ୍ୟ ପେମେଣ୍ଟ କରିପାରିବେ ନାହିଁ।

୫.ଏସବିଆଇର ନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିପାରିବେ ନାହିଁ: ଗତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଯେଉଁ ଗ୍ରାହକମାନେ ନିଜ ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ବର ରେଜିଷ୍ଟ୍ରର କରିନାହାନ୍ତି ସେମାନଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ ହେବାରେ ଲାଗିଛି। ଏହାସହିତ ବ୍ୟାଙ୍କ ମୋବାଇଲ ୱାଲେଟ ‘ଏସବିଆଇ ବଡି’ ମଧ୍ୟ ଡିସେମ୍ବର ୧ରୁ ବନ୍ଦ ହୋଇଯାଇଛି। ଏହା ପରିବର୍ତ୍ତେ ‘ୟୋନୋ’ ଆପ କାମ କରିବ।

୬. ଟଙ୍କା ଉଠାଣର ସୀମା କମିଲା: ୨୦୧୮ ମସିହା ଅକ୍ଟୋବର ୩୧ ତାରିଖରୁ ଏସବିଆଇର କ୍ଲାସିକ ଓ ମେଟ୍ରୋ ଡେବିଟ କାର୍ଡରୁ ଟଙ୍କା ଉଠାଇବାର ସୀମା କମ କରିଦିଆଯାଇଛି। ଏବେ ଦିନକୁ ଟ.୨୦,୦୦୦ ଉଠାଇ ପାରିବେ। ଯଦି ଆପଣ ଦିନକୁ ଅଧିକ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କର ଅନ୍ୟ କାର୍ଡ ନେଇପାରିବେ।

୭.ମେଗାଷ୍ଟ୍ରିପ ଥିବା ଡେବିଟ ଓ କ୍ରେଡିଟ କାର୍ଡ ବନ୍ଦ: ଏଟିଏମ କାର୍ଡରୁ ହେଉଥିବା ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୩୧ ତାରିଖ ମଧ୍ୟରେ ମେଗାଷ୍ଟ୍ରିପ ଥିବା କ୍ରେଡିଟ କାର୍ଡ ଓ ଡେବିଟ କାର୍ଡକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି। ପୁରୁଣା କାର୍ଡକୁ ବଦଳାଇ ବ୍ୟାଙ୍କରୁ ଇବିଏମ ଚିପ ଥିବା କାର୍ଡ ନେବାକୁ ପଡିବ।

୮.ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଆରମ୍ଭ: ଭାରତୀୟ ଡାକ ବିଭାଗ ତରଫରୁ ଗତ ସେପ୍ଟେମ୍ବର ମାସରୁ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଆରମ୍ଭ କରାଯାଇଛି। ଏଥିରେ ଆପଣ ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟ ଖୋଲି ପାରିବେ। ଏହାର ବିଶେଷତ୍ଵ ହେଉଛି ଏଥିରେ ଆପଣ ଘରେ ବସି ବସି ମଧ୍ୟ ଟଙ୍କା ପଇଠ କରିପାରିବେ ଓ ଟଙ୍କା ଉଠାଇ ପାରିବେ। ଏହାର ସେଭିଙ୍ଗ ଆକାଉଣ୍ଟରେ ୪% ସୁଧ ମଧ୍ୟ ଦିଆଯାଉଛି।

#banking #rules

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon