• padmabati kund

ମନେ ରହିବ 2018 : ଭାରତୀୟ ଟେଷ୍ଟ କ୍ରିକେଟ ପାଇଁ ଶ୍ରେଷ୍ଠ ବର୍ଷ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳ ପାଇଁ ୨୦୧୮ବର୍ଷଟି ବହୁତ ଭଲରେ କଟିଛି। ଟେଷ୍ଟ କ୍ରିକେଟକୁ ଦେଖିଲେ ଏହି ବର୍ଷଟି ସଂପୂର୍ଣ୍ଣ ଭାବରେ ଭାରତ ନାମରେ ରହିଲା। ଏହି ବର୍ଷରେ ଭରତ ସବୁଠାରୁ ଅଧିକ ମ୍ୟାଚ ଖେଳିବା ସହିତ ବିଦେଶରେ ସବୁଠାରୁ ଅଧିକ ବିଜୟ ମଧ୍ୟ ହାସଲ କରିଛି। ସେହିପରି ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନ ଭାରତୀୟ ଖେଳାଳୀ କରିଛନ୍ତି ଓ ଭାରତୀୟ ଫାଷ୍ଟ ବୋଲରମାନେ ୩୪ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି। ଏହାସହିତ ୨୦୧୮ବର୍ଷ ଶେଷ ସୁଦ୍ଧା ଭାରତୀୟ ଦଳ ଆଇସିସି ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛି।

ଏହି ବର୍ଷ ଭାରତୀୟ ଦଳ କଣ କଣ ରେକର୍ଡ କରିଛି ପଢନ୍ତୁ।

ବିଦେଶରେ ଜିତିଛି ୪ଟି ଟେଷ୍ଟ ମ୍ୟାଚ

ଭାରତୀୟ ଦଳ ଏହି ବର୍ଷ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛି। ମୋଟ ୧୪ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ୭ଟି ମ୍ୟାଚ ହାରିଯାଇଛି। ଜିତିଥିବା ମ୍ୟାଚ ମଧ୍ୟରୁ ଚାରିଟି ମ୍ୟାଚ ବିଦେଶରେ ଜିତିଥିବା ବେଳେ ତିନୋଟି ମ୍ୟାଚ ଭାରତରେ ଜିତିଛି। ବିଦେଶରେ ସବୁଠାରୁ ଅଧିକ ମ୍ୟାଚ ଜିତିବାରେ ଭାରତ ପ୍ରଥମ ସ୍ଥାନରେ ରହିଛି।

ଅଧିକ ରନ କରିଥିବା ଖେଳାଳୀ ହେଲେ ବିରାଟ କୋହଲି

୨୦୧୮ମସିହାରେ ଟେଷ୍ଟ କ୍ରିକେଟରେ ଭାରତର ଅଧିନାୟକ ବିରାଟ କୋହଲି ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ମୋଟ ୧୩ଟି ମ୍ୟାଚରେ ୫୫.୦୮ହାରରେ ସେ ୧୩୨୨ ରନ ସଂଗ୍ରହ କରିଛନ୍ତି। ବିରାଟଙ୍କ ବ୍ୟତୀତ ଶ୍ରୀଲଙ୍କାର କୁଶଲ ମେଣ୍ଡିସ (୧୦୨୩ରନ) ଏହି ବର୍ଷ ଏକ ହଜାରରୁ ଅଧିକ ରନ କରିପାରିଛନ୍ତି। ବିରାଟ କୋହଲି ଏହିବର୍ଷ ମଧ୍ୟ ସବୁଠାରୁ ଅଧିକ ଶତକ ହାସଲ କରିଛନ୍ତି। ପାଞ୍ଚଟି ଶତକ ଲଗାଇ ସେ ପ୍ରଥମ ସ୍ଥାନରେ ରହିଛନ୍ତି ଓ ବାଂଲାଦେଶର ମୋମିନୁଲ ହକ ଚାରିଟି ଶତକ ଲଗାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଭାରତୀୟ ଫାଷ୍ଟ ବୋଲର ନେଇଛନ୍ତି ୧୩୬ ୱିକେଟ

ଭାରତର ତିନି ଫାଷ୍ଟ ବୋଲର ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଜସପରିତ ବୁମରାହ ଏହି ବର୍ଷ ଟେଷ୍ଟ କ୍ରିକେଟରେ ମୋଟ ୧୩୬ଟି ୱିକେଟ ନେଇଛନ୍ତି ଏବଂ ୱେଷ୍ଟଇଣ୍ଡିଜର ତିନି ଫାଷ୍ଟ ବୋଲରଙ୍କ ଯୋଡି(ମାଇକଲ ହୋଲଡିଙ୍ଗ, ଜୋଏଲ ଗାର୍ନର ଓ ମୈକଲମ ମାର୍ସଲ)ଙ୍କ ୧୩୦ ୱିକେଟ ନେବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୱେଷ୍ଟଇଣ୍ଡିଜର ଏହି ଖେଳାଳୀ ୧୯୮୪ରେ ଏହି ରେକର୍ଡ କରିଥିଲେ। ଏହାବ୍ୟତୀତ ଶ୍ରେଷ୍ଠ ଦଶ ବୋଲରଙ୍କ ମଧ୍ୟରେ ଭାରତର ଏହି ତିନି ବୋଲର ମଧ୍ୟ ସ୍ଥାନ ପାଇଛନ୍ତି। ଜସପ୍ରୀତ ବୁମରାହ ଟେଷ୍ଟ ଡେବ୍ୟୁ କରିବାର ଏକ ବର୍ଷ ମଧ୍ୟରେ ମୋଟ ୪୮ଟି ୱିକେଟ ନେଇଛନ୍ତି।

ସବୁଠାରୁ ଅଧିକ ରନ ବ୍ୟବଧାନରେ ଜିତିଛି ଭାରତ

କ୍ରିକେଟର ତିନି ଫର୍ମାଟରୁ ଦୁଇଟି ଫର୍ମାଟରେ ଭାରତୀୟ ଦଳ ସବୁଠାରୁ ବଡ ବିଜୟ ହାସଲ  କରିବାର ରେକର୍ଡ କରିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ରାଜକୋଟରେ ୨୭୨ରନ ବ୍ୟବଧାନରେ ହରାଇଥିଲା ଓ ହାଇଦ୍ରାବାଦରେ ମୋଟ ୧୦ୱିକେଟରେ ବିଜୟ ହାସଲ କରିଥିଲା। ସବୁଠାରୁ ଅଧିକ ରନ ଓ ୱିକେଟ ମାମଲାରେ ଭାରତର ଏହା ସବୁଠାରୁ ବଡ ବିଜୟ ଅଟେ।

ଏହାବ୍ୟତୀତ ଭାରତୀୟ ଦଳ ଓ ଏହାର ଖେଳାଳୀମାନେ ଆହୁରି ଅନେକ ରେକର୍ଡ କରିଛନ୍ତି। ଭାରତୀୟ ୱିକେଟକିପର ରିଷଭ ପନ୍ଥ ଗୋଟିଏ ଇନିଙ୍ଗ୍ସରେ ୬ଟି କ୍ୟାଚ ଧରି ନୂଆ ରେକର୍ଡ କରିଥିଲେ। ଭାରତୀୟ ଖେଳାଳୀ ପୃଥ୍ଵୀ ଶ’୨୦୧୮ରେ ସବୁଠାରୁ ଅଧିକ ହାରରେ ରନ ସଂଗ୍ରହ କରିବାର ରେକର୍ଡ କରିଛନ୍ତି। ସେ ଦୁଇଟି ମ୍ୟାଚରେ ୧୧୮.୫୦ ହାରରେ ମୋଟ ୨୩୭ରନ କରିଛନ୍ତି। ଏହାବ୍ୟତୀତ ଅଧିନାୟକ ବିରାଟ କୋହଲି ୧୦ଥରରୁ ଅଧିକ ୫୦ରୁଅଧିକ ରନ ସଂଗ୍ରହ କରି ନୂଆ ରେକର୍ଡ କରିଛନ୍ତି।  

#cricket #indianteam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon