- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ : କେମିତି ରହିବ ବର୍ଷର ପ୍ରଥମ ସପ୍ତାହ

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)
(ବେତାର ବ୍ୟୁରୋ) ନୂତନବର୍ଷ 2019ର ଏହି ପ୍ରଥମ ସପ୍ତାହଟି ମେଷ, କର୍କଟ, ସିଂହ, ତୁଳା, ବୃଷ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ବହୁତ ଶୁଭ ରହିବ। ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ଲାଭ, ପାରିବାରିକ ସୁଖ ଓ ବ୍ୟବସାୟରେ ଲାଭ ମିଳିବ। ଏହାବ୍ୟତୀତ ସପ୍ତାହର ଦ୍ଵିତୀୟ ଦିନରେ ଅର୍ଥାତ ଜାନୁୟାରୀ 1 ତାରିଖ 2019 ଦିନ ବୁଧ ଗ୍ରହ ଧନୁ ରାଶିରେ ଗୋଚର କରିବେ ଓ ଏଥିପାଇଁ ସପ୍ତାହର ମହତ୍ତ୍ଵ ଅଧିକ ବଢିଯିବ। ବୁଦ୍ଧି, ବାଣୀ, ତର୍କ ଶକ୍ତି, ଗଣିତ, ବ୍ୟାପାର ଓ ଅନୁସନ୍ଧାନ ଆଦିର କାରକ ବୁଧଗ୍ରହଙ୍କୁ ନବଗ୍ରହର ଯୁବରାଜ ଗ୍ରହ ବୋଲି କୁହାଯାଏ। ବୁଧଗ୍ରହ ମଙ୍ଗଳବାର ଦିନ ସକାଳ 9.38ମିନିଟରେ ବିଛା ରାଶିରୁ ଧନୁରାଶିରେ ପ୍ରବେଶ କରିବେ।
ଏହାର ପ୍ରଭାବରେ ସପ୍ତାହଟି ଆପଣଙ୍କର କିପରି କଟିବ ଜାଣନ୍ତୁ।
ମେଷ: ଭାଗୀଦାରି ବ୍ୟବସାୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପରିବାର ସଦସ୍ୟଙ୍କ ସହିତ ସଠିକ ବ୍ୟବହାର କରନ୍ତୁ। ଚାକିରୀରେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ।
ବୃଷ: ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସଚେତନତାର ସହ କାମ କରନ୍ତୁ। ଯଦି ଆପଣ କିଛି କିଛି ଅବୈଧ କାମ କରୁଛନ୍ତି ତେବେ ସେହି ଅନୁଯାୟୀ ଫଳ ପାଇବେ। ସଫଳତା ପାଇଁ କଠିନ ପରିଶ୍ରମ ପାଇବେ।
ମିଥୁନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପାଇଁ ପ୍ରଶଂସା ପାଇବେ। ଅନ୍ୟପଟେ ଭାଗୀଦାରି ବ୍ୟବସାୟ କରୁଥିଲେ ପାର୍ଟନର ସହିତ ଯୁକ୍ତିତର୍କ ହୋଇପାରେ। ପରିବାରକୁ ଅଧିକ ସମୟ ଦେଇପାରିବେ ନାହିଁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।
କର୍କଟ: ଏହି ସପ୍ତାହରେ ଆପଣ ଖୁସି ରହିବେ ଓ କିଛି ନୂଆ କଥା ଶିଖିବା ପାଇଁ ଚେଷ୍ଟା କରିବେ। ଜଣେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶତ୍ରୁମାନେ ଆପଣଙ୍କୁ ହରେଇବା ପାଇଁ ଯୋଜନା କରିପାରନ୍ତି, ସାବଧାନ ରୁହନ୍ତୁ।
ସିଂହ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ କୌଣସି ଶୁଭ କାର୍ଯ୍ୟ ଘର ମଧ୍ୟରେ ଅନୁଷ୍ଠିତ ହେବ। ଘରକୁ ଅତିଥିଙ୍କ ଆଗମନ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସଫଳତା ପାଇବା ପାଇଁ ନିଜ ପ୍ରୟାସ ଜାରି ରଖନ୍ତୁ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।
କନ୍ୟା: ଜୀବନରେ କିଛି ହାସଲ କରିବା ପାଇଁ ଆସ୍ୟକୁ ପରିତ୍ୟାଗ କରି କଠିନ ପରିଶ୍ରମ କରନ୍ତୁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ନିଜ କର୍ତ୍ତବ୍ୟ ପାଳନ କରିବାରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅନ୍ତୁ।
ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କ କଥା କହିବା ଶୈଳୀ ଓ ସ୍ଵଭାବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପାରିବାରିକ ଜୀବନ ଭଲରେ କଟିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ସୁଫଳ ପାଇବେ। ଶତ୍ରୁଙ୍କୁ ଜୟ କରିବେ।
ବିଛା: ଅନେକ ମାନସିକ ଦୁଃଶ୍ଚିନ୍ତା ପରେ ସଠିକ ନିଷ୍ପତ୍ତି ନେବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ନୂତନ ଜମିବାଡି କିଣିପାରନ୍ତି।
ଧନୁ: ସପ୍ତାହର ପ୍ରଥମ ଭାଗଟି ଆରାମରେ କଟିବ ଓ ଅନ୍ୟପକ୍ଷରେ ଶେଷ ଭାଗ ଆଡକୁ ଦୁଃଶ୍ଚିନ୍ତା ବଢିବା ସହିତ ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ବିଦେଶ ଯାତ୍ରା କରିପାରନ୍ତି। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ଅସୁସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ଲାଭ ପାଇବେ। ବଡ ଭାଇଭଉଣୀ ସହଯୋଗର ହାତ ବଢାଇବେ। ପରିବାର ମଧ୍ୟରେ ଶାନ୍ତି ରହିବ। ବିଦେଶ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ପଦୋନ୍ନତି ହୋଇପାରେ। ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରନ୍ତୁ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଅନ୍ୟକୁ କିଛି କହିବା ଆଗରୁ ଭଲ ଭାବରେ ଭାବନ୍ତୁ।
ମୀନ: ମାନସିକ ଦୁଃଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ କୌଣସି ବିବାଦରେ ପଡିପାରନ୍ତି। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପରିବାର ସଦସ୍ୟଙ୍କ ପାଇଁ ଅଧିକ ଖର୍ଚ୍ଚ କରିବେ।