- padmabati kund
‘ସିମ୍ବା’ ରିଲିଜ ହେବାର ତିନି ଦିନରେ ରୋଜଗାର ଟ.୭୫କୋଟିରୁ ଅଧିକ

(ବେତାର ବ୍ୟୁରୋ) ବଲିଉଡରେ ୨୦୧୮ବର୍ଷର ଶେଷ ଫିଲ୍ମ ଭାବେ ରିଲିଜ ହୋଇଥିବା ରଣବୀର ସିଂ ଓ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘ସିମ୍ବା’କୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଜବରଦସ୍ତ ଆକ୍ସନ ସହିତ କମେଡିରେ ଭରପୁର ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ଖୁବ ଭଲ ରୋଜଗାର ମଧ୍ୟ କରୁଛି। ଫିଲ୍ମ ରିଲିଜ ହେବାର ମାତ୍ର ତିନି ଦିନରେ ମୋଟ ୭୫କୋଟିରୁ ଅଧିକ ରୋଜଗାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମ୍ବା’ ରିଲିଜ ହେବାର ପ୍ରଥମ ଦିନରେ ବକ୍ସଅଫିସରେ ମୋଟ ୨୦କୋଟି ୭୨ଲକ୍ଷ ଟଙ୍କା ରୋଜଗାର କରିଥିଲା। ଦ୍ଵିତୀୟ ଦିନରେ ଫିଲ୍ମଟି ବକ୍ସଅଫିସରେ ମୋଟ ୨୩କୋଟି ୩୩ଲକ୍ଷ ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନ ଅର୍ଥାତ ରବିବାରରେ ଫିଲ୍ମର ରୋଜଗାରରେ ବୃଦ୍ଧି ପାଇ ମୋଟ ୩୧କୋଟି ୬ଲକ୍ଷ ଟଙ୍କା ରୋଜଗାର କରିଛି। ରିଲିଜ ହେବାର ତିନିଦିନରେ ମୋଟ ୭୫କୋଟି ୧୧ଲକ୍ଷ ଟଙ୍କା ରୋଜଗାର କରିଛି।
ରଣବୀର ସିଂଙ୍କ ଏହି ଫିଲ୍ମଟି ସମଗ୍ର ବିଶ୍ଵରେ ବକ୍ସଅଫିସରେ ମୋଟ ୧୦୦କୋଟିରୁ ଅଧିକ ରୋଜଗାର କରିସାରିଲାଣି। ମୋଟ ୪୯୮୩ ସ୍କ୍ରିନରେ ଏହି ଫିଲ୍ମକୁ ରିଲିଜ କରାଯାଇଛି। ବିଦେଶରେ ଫିଲ୍ମଟି ପ୍ରଥମ ଦୁଇ ଦିନରେ ୨୫କୋଟିରୁ ଅଧିକ ରୋଜଗାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ରୋଜଗାରକୁ ଲକ୍ଷ କରି ଅନୁମାନ କରାଯାଇପାରେ ଯେ ଫିଲ୍ମଟି ୨୦୧୮ର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ମଧ୍ୟରେ ସାମିଲ ହୋଇପାରିବ।

ଫିଲ୍ମଟି ରଣବୀର ସିଂଙ୍କ କ୍ୟାରିୟରର ପ୍ରଥମ ଦିନରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ଅଟେ। ମୁମ୍ବାଇ ସର୍କିଟରେ ମଧ୍ୟ ଏହା ଖୁବ ଭଲ ରୋଜଗାର କରିଛି। ମୁମ୍ବାଇ ସର୍କିଟରେ ପ୍ରଥମ ଦିନରେ ୭କୋଟି ୭୭ଲକ୍ଷ, ଦ୍ଵିତୀୟ ଦିନରେ ୯କୋଟି ୧୧ଲକ୍ଷ ଓ ତୃତୀୟ ଦିନରେ ୧୨କୋଟି ୧୩ଲକ୍ଷ ରୋଜଗାର କରିଛି।
କରନ ଜୋହରଙ୍କ ପ୍ରଡ଼କ୍ସନରେ ପ୍ରସ୍ତୁତ ହୋଇଥିବା ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ରଣବୀର ସିଂଙ୍କ ସହିତ ସାରା ଅଲ୍ଲୀ ଖାନ, ସୋନୁ ସୁଦଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ‘ସିମ୍ବା’ ଫିଲ୍ମଟି ତେଲୁଗୁ ଫିଲ୍ମ ‘ଟେମ୍ପର’ର ହିନ୍ଦୀ ରିମେକ ଅଟେ। ‘ଟେମ୍ପର’ରେ ଜୁନିୟର ଏନ.ଟି.ଆରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ମୋଟ ୮୫କୋଟି ଟଙ୍କା ଖର୍ଚ୍ଚ ହୋଇଛି।
#entertainment #bollywoodsuperhit #simmba #boxofficecollection