• padmabati kund

ଅଷ୍ଟ୍ରେଲିଆ ବୋର୍ଡ ମାନିଲା : ବିରାଟ ଶ୍ରେଷ୍ଠ ଦିନିକିଆ ଟିମ ଅଧିନାୟକ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆର ଦର୍ଶକମାନେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆକ୍ଷେପ କରି ଅଶ୍ଳୀଳ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ବିରାଟ କୋହଲିଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକ ବୋଲି ଆଖ୍ୟା ଦେଇଛି। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ୨୦୧୮ର ଶ୍ରେଷ୍ଠ ୱାନ ଡେ’ ଦଳ ଓ ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଶ୍ରେଷ୍ଠ ୱାନ ଡେ’ ଦଳରେ ବିରାଟ କୋହଲିଙ୍କୁ ଅଧିନାୟକ କରିଥିବା ବେଳେ ଟେଷ୍ଟ ଦଳରେ ନ୍ୟୁଜଲ୍ୟାଣ୍ଡର କେନ ୱିଲିୟମସନଙ୍କୁ ଅଧିନାୟକ କରିଛି। ଟେଷ୍ଟ ଦଳରେ ଭାରତର ବିରାଟ କୋହଲି ଓ ଜସପ୍ରିତ ବୁମରାହଙ୍କୁ ମଧ୍ୟ ସ୍ଥାନ ମିଳିଛି।

ବିରାଟ କୋହଲି ୨୦୧୮ମସିହାରେ ୧୪ଟି ୱାନ ଡେ’ ମ୍ୟାଚ ଖେଳିଛନ୍ତି। ୧୪ଟି ମ୍ୟାଚରେ ୧୩୩.୫୫ ରନ ହାରରେ ସେ ମୋଟ ୧୨୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ୨୦୧୮ ବର୍ଷରେ ଛଅଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆ ୨୦୧୮ର ଶ୍ରେଷ୍ଠ ୱାନ ଡେ’ ଦଳରେ ତାଙ୍କୁ ନେବା ସହିତ ଦଳର କ୍ୟାପଟେନ ମଧ୍ୟ କରିଛି।

ରୋହିତ-ବୁମରାହ-କୁଳଦୀପ ମଧ୍ୟ ପ୍ଲେଇଙ୍ଗ ଏକାଦଶରେ

କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ବଛା ଯାଇଥିବା ଏହି ୱାନ ଡେ’ ଦଳରେ ବିରାଟ କୋହଲିଙ୍କ ବ୍ୟତୀତ ତିନି ଭାରତୀୟ ଖେଳାଳୀ ମଧ୍ୟ ସ୍ଥାନ ପାଇଛନ୍ତି। ଭାରତୀୟ ୱାନ ଡେ’ ଦଳର ଓପନର ରୋହିତ ଶର୍ମା, ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଓ ସ୍ପିନର କୁଳଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି। କୁଳଦୀପ ୨୦୧୮ରେ ୪.୬୪ହାରରେ ୪୫ଟି ୱିକେଟ ନେଇଛନ୍ତି। ଜସପ୍ରିତ ବୁମରାହ ୩.୬୨ ହାରରେ ୨୨ଟି ୱିକେଟ ନେଇଛନ୍ତି ଓ ରୋହିତ ଶର୍ମା ୭୩.୫୭ ହାରରେ ୧୦୩୦ ରନ କରିଛନ୍ତି।

ଅଷ୍ଟ୍ରେଲିଆ-ପାକିସ୍ଥାନର ଜଣେ ବି ଖେଳାଳୀ ନାହାନ୍ତି

କ୍ରିକେଟ ଅଷ୍ଟ୍ରେଲିଆ ଦ୍ଵାରା ବଛା ଯାଇଥିବା ଏହି ଦଳରେ ଛଅ ଦେଶର ଖେଳାଳୀଙ୍କୁ ସାମିଲ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦଳର ଅଷ୍ଟ୍ରେଲିଆର କୌଣସି ଖେଳାଳୀଙ୍କୁ ସାମିଲ କରାଯାଇ ନାହିଁ। ଏହାବ୍ୟତୀତ ପାକିସ୍ଥାନ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜଲ୍ୟାଣ୍ଡ ଦଳର କୌଣସି ଖେଳାଳୀଙ୍କୁ ସ୍ଥାନ ମିଳିନାହିଁ। ଟେଷ୍ଟ ଖେଳୁଥିବା ୧୨ଦେଶ ମଧ୍ୟରେ ସାମିଲ ହୋଇଥିବା ଆୟାରଲ୍ୟାଣ୍ଡ, ଜିମ୍ବାୱେର କୌଣସି ଖେଳାଳୀଙ୍କୁ ସ୍ଥାନ ମିଳିନାହିଁ।

ଶ୍ରେଷ୍ଠ ୱାନ ଡେ’ ଦଳ

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବଛାଯାଇଥିବା ଶ୍ରେଷ୍ଠ ୱାନ ଡେ’ ଦଳରେ ସ୍ଥାନ ପାଇଥିବା ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଜନି ବେୟାରଷ୍ଟୋ, ଜୋ ରୁଟ, ଶିମରୋନ ହେଟମାୟାର, ଜୋସ ବଟଲର(ୱିକେଟ କିପର), ଥିସାରା ପରେରା, ରାଶିଦ ଖାନ, କୁଳଦୀପ ଯାଦବ, ଜସପ୍ରିତ ବୁମରାହ ଓ ମୁସ୍ତଫିଜୁର ରେହମାନ।

ଶ୍ରେଷ୍ଠ ଟେଷ୍ଟ ଦଳ

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବଛାଯାଇଥିବା ଶ୍ରେଷ୍ଠ ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି କେନ ୱିଲିୟମସନ(ଅଧିନାୟକ), ବିରାଟ କୋହଲି, କୁଶଲ ମେଣ୍ଡିସ, ଟମ ଲାଥମ, ଏବି ଡିଭିଲିୟର୍ସ, ଜୋସ ବଟଲର(ୱିକେଟ କିପର), ଜେସନ ହୋଲ୍ଡର, କଗିସୋ ରବାଡା, ନାଥନ ଲାୟନ, ମହମ୍ମଦ ଆବ୍ବାସ ଓ ଜସପ୍ରିତ ବୁମରାହ।

#cricket #cricketaustralia #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon