- padmabati kund
ନୂଆବର୍ଷରେ ଷ୍ଟାଇଲିସ ଲୁକ ପାଇଁ ଆପଣାନ୍ତୁ ଏହି ଫେଶନ ଟିପ୍ସ

(ବେତାର ବ୍ୟୁରୋ) ନୂଆବର୍ଷକୁ ଉପଭୋଗ କରିବାକୁ ପାର୍ଟିକୁ ଯିବା ପାଇଁ ଅନେକ ଯୋଜନା କରିଥିବେ। ପାର୍ଟିରେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ ପୋଷାକ ସହିତ ଆଉ କଣ କଣ ପିନ୍ଧିବେ ତାହା ମଧ୍ୟ ବାଛିଥିବେ। ସବୁବେଳେ ଗୋଟିଏ ପ୍ରକାରର ସଜ ହୋଇ ପାର୍ଟିକୁ ଗଲେ ନିଜେ ବୋର ହେବା ସହିତ ଅନ୍ୟମାନେ ମଧ୍ୟ ଆପଣଙ୍କ ମଜା ଉଡାଇଥାନ୍ତି। ତେବେ ନିୟମିତ ଭାବରେ ସଜ ହେବା ଅପେକ୍ଷା ନୂଆବର୍ଷର ପାର୍ଟିରେ ସବୁଠାରୁ ଷ୍ଟାଇଲିସ ଦେଖାଯିବା ପାଇଁ ନିଜକୁ ଏକ ନୂଆ ଲୁକ ଦିଅନ୍ତୁ।
ପୋଷାକ ସହିତ ଗହଣା, ହେୟାର ଷ୍ଟାଇଲ ଉପରେ ମଧ୍ୟ ଖାସ ଧ୍ୟାନ ଦିଅନ୍ତୁ। ତେବେ ଏହି ନୂଆବର୍ଷ ପାର୍ଟିରେ ସବୁଠାରୁ ଅଲଗା ଦେଖାଯିବା ପାଇଁ ଏହି ଫ୍ୟାଶନ ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ।
୧.ହାଇହିଲ୍ସ: ନିତିଦିନିଆ ଲୁକ ଠାରୁ ଭିନ୍ନ ଏକ ଲୁକ ପାଇଁ ଆପଣ ହାଇହିଲ୍ସ ପିନ୍ଧନ୍ତୁ। ଏହା ଆପଣଙ୍କୁ ଏକ ଷ୍ଟାଇଲିସ ଲୁକ ଦେଇଥାଏ। ଯଦି ଆପଣ ଆଗରୁ ହାଇହିଲ୍ସ ପିନ୍ଧୁନାହାନ୍ତି ତେବେ ଆଜି ହିଁ ପିନ୍ଧନ୍ତୁ। ହାଇହିଲ୍ସକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧିବା କଷ୍ଟକର ହୋଇଥାଏ କିନ୍ତୁ ପାର୍ଟିରେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ଏହାକୁ ପିନ୍ଧିପାରିବେ। ପିନ୍ଧିଥିବା ଡ୍ରେସ ସହିତ ମ୍ୟାଚ କରି ହାଇହିଲ୍ସ ପିନ୍ଧନ୍ତୁ। କେବଳ ୬ଇଞ୍ଚର ହାଇହିଲ୍ସ ନୁହେଁ ଆପଣ ୩ଇଞ୍ଚର ହାଇହିଲ୍ସ ପିନ୍ଧି ପାରିବେ।

୨.ଶରୀରକୁ ଫିଟ ହେଉଥିବା ପୋଷାକ: ପାର୍ଟିରେ ସବୁଠାରୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ଶରୀରକୁ ଫିଟ ହେବାପରି ପୋଷାକ ପିନ୍ଧନ୍ତୁ। ଯଦି ଆପଣ ଢିଲା ପୋଷାକ ପିନ୍ଧନ୍ତି ତେବେ ଏହି ଅଭ୍ୟାସକୁ ବଦଳାଇ ଫିଟ ହେଉଥିବା ପୋଷାକ ପିନ୍ଧନ୍ତୁ। ଏହି ଫିଟ ପୋଷାକ ପିନ୍ଧିବା ଦ୍ଵାରା ଆପଣ ଷ୍ଟାଇଲିଶ ଲୁକ ପାଇପାରିବେ।

୩.ବୁମ୍ଫା ହେୟାର ଷ୍ଟାଇଲ: ଷ୍ଟାଇଲିସ ଦେଖାଯିବା ପାଇଁ କେବଳ ପୋଷାକ ନୁହେଁ, ହେୟାର ଷ୍ଟାଇଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିପାଇଁ ଆପଣ ୬୦ଦଶକର ବୁମ୍ଫା ହେୟାର ଷ୍ଟାଇଲ ଆପଣେଇ ପାରିବେ। ହେୟାର ଏକ୍ସପର୍ଟଙ୍କ ମତରେ ଏହି ହେୟାର ଷ୍ଟାଇଲ ଆପଣଙ୍କୁ ଷ୍ଟାଇଲିସ ଲୁକ ଦେବା ସହିତ ଆପଣଙ୍କ ଉଚ୍ଚତା ମଧ୍ୟ ବଢିବା ପରି ଦେଖାଯାଇଥାଏ।
୪.ପ୍ଲଗିଙ୍ଗ ନେକଲେସ: ପ୍ଲଗିଙ୍ଗ ନେକଲେସ ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ରହିଛି। ଏହାକୁ ଆପଣ ବ୍ଳାଉଜ, ସୁଟ, କପ୍ତାନ, ଟ୍ୟୁନିକ, ଟି-ଶର୍ଟ, ଗାଉନ ଇତ୍ୟାଦିରେ ପିନ୍ଧିପାରିବେ। ଷ୍ଟାଇଲିସ ଓ ବୋଲ୍ଡ ଲୁକ ପାଇଁ ଏହି ନେକଲେସକୁ ପିନ୍ଧନ୍ତୁ।