• padmabati kund

ବଢୁଛି ମୋବାଇଲ ଡାଉନଲୋଡ ସ୍ପିଡ, 2019ରେ ମିଳିପାରେ ଟ.15ରେ 1ଜିବି ଡାଟା


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ସବୁ ବର୍ଗର ଲୋକମାନେ ଇଣ୍ଟରନେଟ ବ୍ୟବହାର କଲେଣି। ଅଧିକାଂଶ କାମ ଇଣ୍ଟରନେଟ ଜରିଆରେ ସମ୍ଭବ ହୋଇପାରୁଛି। ଏପରିସ୍ଥଳେ ମୋବାଇଲ ଡାଉନଲୋଡ ସ୍ପିଡ ମଧ୍ୟ ବଢିଛି। ବିଶ୍ୱରେ ଇଣ୍ଟରନେଟ ସ୍ପୀଡ଼ର ହିସାବ ରଖୁଥିବା କମ୍ପାନୀ ଉକଲା (Ookla) ଅନୁସାରେ ଭାରତର ଦୈନିକ ମୋବାଇଲ ଡାଉନଲୋଡ ସ୍ପିଡ 15% ବଢିଛି ଓ ଏହା 9.11mbps ରହିଛି।

ତେବେ ମୋବାଇଲ ଇଣ୍ଟରନେଟ ଡାଉନଲୋଡ ସ୍ପିଡ ମାମଲାରେ ଭାରତ ସମଗ୍ର ବିଶ୍ଵରେ 111ତମ ସ୍ଥାନରେ ରହିଛି। ସମଗ୍ର ବିଶ୍ଵରେ ଭାରତରେ ସବୁଠାରୁ ଅଧିକ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି।  Ooklaର ସ୍ପିଡଟେଷ୍ଟ ଇଣ୍ଡେକ୍ସ ଅନୁଯାୟୀ, ଦେଶରେ ମୋବାଇଲ ଇଣ୍ଟରନେଟର ହାରାହାରି ଡାଉନଲୋଡ ସ୍ପିଡ 2017 ମସିହା ନଭେମ୍ବର ମାସରେ 8.80mbps ଥିଲା ଓ ଏହା ବର୍ତ୍ତମାନ 9.11mbps ରହିଛି।

ସମଗ୍ର ବିଶ୍ଵରେ ମୋବାଇଲ ଇଣ୍ଟରନେଟ ଡାଉନଲୋଡ ସ୍ପିଡରେ ମଧ୍ୟ 15% ବୃଦ୍ଧି ଘଟିଛି। ଡିସେମ୍ବର 2017ରୁ ନଭେମ୍ବର 2018 ମଧ୍ୟରେ ଚୀନର ହାରାହାରି ମୋବାଇଲ ଇଣ୍ଟରନେଟ ସ୍ପିଡ 30.96mbps ରହିଛି। ସେହିପରି ଆମେରିକାର 28.5mbps, ଇଣ୍ଡୋନେସିଆର 10.3mbps ଓ ବ୍ରାଜିଲର 18.65mbps ରହିଛି।

ବିଶ୍ଵରେ ମୋବାଇଲ ଇଣ୍ଟରନେଟ ସ୍ପିଡରେ ପ୍ରଥମ ସ୍ଥାନରେ ରହିଛି ନରୱେ। ନରୱେର ଦୈନିକ ହାରାହାରି ସ୍ପିଡ 63.19mbps ରହିଛି। ଦ୍ଵିତୀୟ ସ୍ଥାନରେ ଆଇସଲ୍ୟାଣ୍ଡ (58.68mbps), ତୃତୀୟ ସ୍ଥାନରେ କତାର (55.17mbps), ଚତୁର୍ଥ ସ୍ଥାନରେ ସିଙ୍ଘାପୁର (54.71mbps) ଓ ପଞ୍ଚମ ସ୍ଥାନରେ ନେଦରଲ୍ୟାଣ୍ଡ (53.42mbps) ରହିଛି।

ଟ.15ରେ ମିଳିବ 1ଜିବି

ଭାରତରେ ମୋବାଇଲ ଡାଟାର ବ୍ୟବହାର ବାର୍ଷିକ 144%ଦରରେ ବଢୁଛି। ଏଥିମଧ୍ୟରୁ 4ଜି ଡାଟାର ବ୍ୟବହାର ପ୍ରତିମାସକୁ 11ଜିବି ଦରରେ ବଢୁଛି। ଟେଲିକମ ବଜାରକୁ ଜିଓ ଆସିବା ଆଗରୁ 2016 ପର୍ଯ୍ୟନ୍ତ ପ୍ରତିମାସକୁ ଡାଟା ବ୍ୟବହାରର ହାର 1ଜିବି-1.5ଜିବି ରହିଥିଲା। 2019ରେ ଏହାର ହାର 150% ବଢିବାର ଆଶଙ୍କା ରହିଛି। ବର୍ତ୍ତମାନ ଦେଶରେ ଯେତିକି ଡାଟା ବ୍ୟବହାର ହେଉଛି ସେଥିମଧ୍ୟରୁ 65% ଡାଟା କେବଳ ଭିଡିଓ ଦେଖିବା ପାଇଁ ବ୍ୟବହାର କରାଯାଉଅଛି।

2014 ମସିହାରେ 1ଜିବି ଡାଟାର ହାରାହାରି ମୂଲ୍ୟ ଟ.269 ରହିଥିଲା। 2017ରେ ଏହାର ମୂଲ୍ୟ ଟ.19 ପର୍ଯ୍ୟନ୍ତ ଆସିଥିଲା। ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗୀତା ବଢିବା କାରଣରୁ 2019ରେ 1ଜିବି ଡାଟା ଟ.15ରୁ କମ ମୂଲ୍ୟର ମିଳିବାର ସମ୍ଭାବନା ରହିଛି।  

#mobile #downloadspeed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon