• padmabati kund

ଖାଇଛନ୍ତି କି ଦୀପିକା ପାଦୁକୋନ ଦୋସା? ଆମେରିକାର ଏହି ରେଷ୍ଟୁରାଣ୍ଟରେ ମିଳୁଛି


(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ସମଗ୍ର ଦୁନିଆରେ ପ୍ରଶଂସକ ରହିଛନ୍ତି। ତାଙ୍କ ନାମରେ ଅଲଗା ଅଲଗା ଦେଶରୁ ଫ୍ୟାନକ୍ଲବ ମଧ୍ୟ ଚାଲୁଅଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ନାମରେ ଅନେକ ଫ୍ୟାନ ପେଜ ରହିଛି। କିନ୍ତୁ ଏକଥା କେହି ଭାବିନଥିବେ ଯେ କୌଣସି ହୋଟେଲରେ ଦୋସା ବା ପରଟା ଥାଳିର ନାମ ହୋଇଥିବ। ତେବେ ଆମେରିକାର ଏକ ହୋଟେଲରେ ଏପରି ଦେଖିବାକୁ ମିଳିଛି।

ଆମେରିକାର ଟେକ୍ସାସ ସହରର ‘ଦୋସା ଲେବ୍ସ’ ନାମକ ଏକ ହୋଟେଲରେ ଦୀପିକା ପାଦୁକୋନ ନାମକ ଦୋସା ବିକ୍ରି କରାଯାଉଛି। ଏହି ହୋଟେଲର ମେନ୍ୟୁରେ ଦୋସା ତାଲିକାରେ ଅଲଗା ଅଲଗା ପ୍ରକାରର ଦୋସା ବିଷୟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଦୀପିକା ପାଦୁକୋନ ନାମକ ଦୋସା ରହିଛି। ଏହି ଦୋସାରେ ଗ୍ରାହକଙ୍କୁ ଆସାମର ପ୍ରସିଦ୍ଧ ସବୁଠୁ ରାଗୁଆ ଲଙ୍କା (ଘୋଷ୍ଟ ଚିଲ୍ଲି) ଓ ଆଳୁ ମିକ୍ସର ସ୍ଵାଦ ମିଳିଥାଏ। ଏହାର ମୂଲ୍ୟ ୧୦ଡଲାର (ଟ.700) ବୋଲି ମେନ୍ୟୁରେ ଉଲ୍ଲେଖ ରହିଛି। ଏହି ମେନ୍ୟୁର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଦୀପିକା ପାଦୁକୋନ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ମେନ୍ୟୁର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି, “ବହୁତ ଭଲ ଭାବରେ ନୂଆବର୍ଷର ଆରମ୍ଭ ହୋଇଛି।“ ଦୀପିକାଙ୍କ ସ୍ଵାମୀ ରଣବୀର ସିଂ ମଧ୍ୟ ଏହି ମେନ୍ୟୁର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏହି ଫଟୋରେ ନିଜର ମତାମତ ଦେଇ ମଜାଳିଆ ଢଙ୍ଗରେ ଲେଖି କହିଛନ୍ତି "ମୁଁ ତ ଏହାକୁ ଖାଇସାରିଛି'।

ଏହାବ୍ୟତୀତ ସୋସିଆଲ ମିଡିଆରେ ଅନ୍ୟଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟି ପୁଣେର ଏକ ରେଷ୍ଟୁରାଣ୍ଟର ମେନ୍ୟୁକାର୍ଡ ଅଟେ। ଏହାର ମେନ୍ୟୁକାର୍ଡରେ ‘ଦୀପିକା ପାଦୁକୋନ ପରଟା ଥାଳି’ ରହିଛି। ଏଥିରେ ଗ୍ରାହକଙ୍କୁ ତରକାରୀ, ରାଜମା-ଛୋଲେ, ଡାଲ-ମଖନୀ, ରୁଟି, ଭାତ, ସାଲାଡ, ପାମ୍ପଡ, ମିଠା ଇତ୍ୟାଦି ଦିଆଯାଉଛି। ଏଥିପାଇଁ ଗ୍ରାହକଙ୍କୁ ଟ.୬୦୦ ଦେବାକୁ ପଡିବ। ଏହି ରେଷ୍ଟୁରାଣ୍ଟର ମେନ୍ୟୁଟି ଖାସ ଅଟେ, କାରଣ ପ୍ରାୟ ସମସ୍ତ ଥାଳିର ନାମ କିଛି ଲଗା ପ୍ରକାରର ରଖାଯାଇଛି।

ଭାଇରାଲ ହୋଇଥିବା ପୁଣେର ଏହି ରେଷ୍ଟୁରାଣ୍ଟର ମେନ୍ୟୁ ଫଟୋରେ ଭଗତ ସିଂ, ଯୁବରାଜ ସିଂ, ସଚ୍ଚିନ ତେନ୍ଦୁଲକର, ଅକ୍ଷୟ କୁମାର, ୟୋ ୟୋ ହନି ସିଂଙ୍କ ପରି ସେଲିବ୍ରିଟିଙ୍କ ନାମର ଥାଳି ରହିଛି।

#entertainmetnt #oddnews #deepikapadukon

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon