• padmabati kund

ଚତୁର୍ଥ ଟେଷ୍ଟ ପାଇଁ କେ.ଏଲ ରାହୁଲ ଦଳରେ ସାମିଲ : ଫ୍ୟାନ କ୍ଷୁବ୍ଧ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଆସନ୍ତା ଜାନୁୟାରୀ 3 ତାରିଖ ଗୁରୁବାରରୁ ଖେଳାଯିବ। ଏଥିପାଇଁ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ପାଇଁ 13ଜଣ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି। ଏହି ଖେଳାଳୀଙ୍କ ମଧ୍ୟରେ କେ.ଏଲ ରାହୁଲଙ୍କୁ ମଧ୍ୟ ସ୍ଥାନ ମିଳିଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିବା ଲୋକେଶ ରାହୁଲଙ୍କୁ ଦଳରେ ସ୍ଥାନ ଦିଆଯାଇଥିବାରୁ ଭାରତୀୟ ଫ୍ୟାନମାନେ ନିରାଶ ହୋଇଛନ୍ତି।

ଆଡିଲେଡ ଓ ପର୍ଥରେ ଖେଳାଯାଇଥିବା ପ୍ରଥମ ଓ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ଭଲ ପ୍ରଦର୍ଶନ କରିନଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ 2 ଓ 44ରନ କରିଥିଲେ ଏବଂ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ 2 ଓ 0 ରନ କରିଥିଲେ। କେ.ଏଲ ରାହୁଲଙ୍କ ସହିତ ମୂରଲୀ ବିଜୟଙ୍କ ଖରାପ ପ୍ରଦର୍ଶନ ପାଇଁ ଉଭୟଙ୍କୁ ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରେ ସାମିଲ କରାଯାଇନଥିଲା।

ତୃତୀୟ ଟେଷ୍ଟ ମ୍ୟାଚ ଖେଳିଥିବା ରୋହିତ ଶର୍ମାଙ୍କ ସନ୍ତାନ ଜନ୍ମ ହେବା କାରଣରୁ ସିଡନୀରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ। ରୋହିତଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କ ଦଳରେ ସ୍ଥାନ ମିଳିଛି। କିନ୍ତୁ କ୍ରିକେଟ ପ୍ରଶଂସକ ମାନଙ୍କୁ ଭାରତୀୟ ଦଳର ଏହି ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି। ଏଥିପାଇଁ ଟ୍ଵିଟରରେ ନିଜର ନିରାଶା ପ୍ରଦର୍ଶନ କରିଛନ୍ତି।

ଜଣେ ଟ୍ଵିଟର ବ୍ୟବହାରକାରୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, “କେ.ଏଲ ରାହୁଲ ଦଳ ପାଇଁ ଓପନିଙ୍ଗ କରିବା ଅପେକ୍ଷା ଦଳର ସ୍କୋର 0/1ରୁ ଆରମ୍ଭ କରିବା ଉଚିତ।“

ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, “ ଦଳରେ କେ.ଏଲ ରାହୁଲ ଓ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି, ମାନେ ମ୍ୟାଚ ହାରିବା ପାଇଁ ନିଷ୍ପତ୍ତି ନିଆଯାଇଛି।“

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, “ମୁଁ ଭାବୁଛି ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚରେ ତୁମେ କେ.ଏଲ ରାହୁଲଙ୍କୁ ବହୁତ ମନେ ପକାଉଥିଲା। ସେ କେବେବି ଦଳରେ ନିଜ ସ୍ଥାନ ପାଇଁ ଚିନ୍ତିତ ନୁହେଁ କାରଣ ଭଲ ପ୍ରଦର୍ଶନ ନକରି ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳୁଛି।“  

ଇଶାନ୍ତଙ୍କ ବଦଳରେ ଉମେଶ

ସିଡନୀରେ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ଫାଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ। ଇଶାନ୍ତଙ୍କ ଶରୀରରେ  ଆଘାତ ଲାଗିଥିବାରୁ ତାଙ୍କୁ ଆରାମ ଦିଆଯାଇଛି। ତାଙ୍କ ବଦଳରେ ଦଳରେ  ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି। ଉମେଶ ଯାଦବ ପର୍ଥରେ ଦ୍ଵିତୀୟ ଟେଷ୍ଟମ୍ୟାଚ ମଧ୍ୟ ଖେଳିଥିଲେ, କିନ୍ତୁ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। ଏହି ମ୍ୟାଚରେ ଭାରତ 141ରନରେ ହାରିଥିଲା। ଏହାପରେ ଉମେଶ ଯାଦବଙ୍କୁ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରେ ସ୍ଥାନ ମିଳିନଥିଲା।

ଏହି ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ 2-1ରେ ଆଗୁଆ ଅଛି। ଯଦି ଭାରତ ଏହି ଚତୁର୍ଥ ଟେଷ୍ଟ ମ୍ୟାଚକୁ ଜିତିଯାଏ ତେବେ ଭାରତ ସିରିଜ ଜିତିଯିବ ଓ ଏହା ଏକ ଐତିହାସିକ ବିଜୟ ହେବ। ଅଷ୍ଟ୍ରେଲିଆ ଦଳ ଚତୁର୍ଥ ଟେଷ୍ଟ ମ୍ୟାଚ ଜିତିଲେ ସିରିଜ ସମାନ ହୋଇଯିବ।    

#cricket #indvsaus #klrahul

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon