- ବେତାର ବ୍ୟୁରୋ
ପ୍ରେମସମ୍ବନ୍ଧକୁ ଅଧିକ ରୋମାଣ୍ଟିକ କରିବା ପାଇଁ ଆପଣାନ୍ତୁ ଏହି ଫେଙ୍ଗଶୁଇ ବାସ୍ତୁ ଟିପ୍ସ

(ବେତାର ବ୍ୟୁରୋ) ବାସ୍ତୁ ଶାସ୍ତ୍ରରେ ପରିବାରରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରଖିବା ପାଇଁ ଅନେକ ଉପାୟ ରହିଛି। କିଛିଲୋକ ଏହି ଉପାୟ ଗୁଡିକୁ ଅବଲମ୍ବନ କରି ଘରେ ଖୁସି ଆଣିଥାନ୍ତି। ଅନେକ ଥର ଘର ମଧ୍ୟରେ ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହେଉଥିବାର ଦେଖିବାକୁ ମିଳିଥାଏ। ଯାହାଫଳରେ ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ।
ପ୍ରେମସମ୍ବନ୍ଧ ବା ବୈବାହିକ ଜୀବନକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଚୀନ ବାସ୍ତୁବିଦ୍ୟା ଫେଙ୍ଗଶୁଇରେ ଅନେକ ଉପାୟ ରହିଛି। ଏହି ଉପାୟ ଗୁଡିକୁ ଆପଣେଇ ନିଜ ପ୍ରେମସମ୍ବନ୍ଧରେ ମଧୁରତା ଭରିପାରିବେ। ଫେଙ୍ଗଶୁଇ ଚୀନର ଏକପ୍ରକାର ବାସ୍ତୁଶାସ୍ତ୍ର ଅଟେ। ଏହାର ଉପାୟ ମାଧ୍ୟମରେ ଆପଣ ଜୀବନରୁ ନକରାତ୍ମକ ଶକ୍ତିକୁ ଦୂର କରି ସୁଖଶାନ୍ତି ଭରିପାରିବେ। ପ୍ରେମସମ୍ବନ୍ଧକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଫେଙ୍ଗଶୁଇରେ କଣ ଉପାୟ ରହିଛି ଜାଣନ୍ତୁ।
୧. ଫେଙ୍ଗଶୁଇ ବାସ୍ତୁ ଅନୁଯାୟୀ ପ୍ରେମ ସମ୍ବନ୍ଧରେ ମଧୁରତା ଭରିବା ପାଇଁ ଘରେ କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ। ଘରେ କଣ୍ଟାଜାତୀୟ ବୃକ୍ଷ ଲଗାଇବା ଦ୍ଵାରା ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ସମ୍ପର୍କରେ ତିକ୍ତତା ଭରିଯାଇଥାଏ। ଘର ମଧ୍ୟରେ ସୁନ୍ଦର ଫୁଲତୋଡା ରଖିପାରିବେ।

୨. ପ୍ରେମସମ୍ବନ୍ଧକୁ ଅଧିକ ରୋମାଣ୍ଟିକ କରିବା ପାଇଁ ନିଜ ଶୋଇବା ଘରେ ଫେଙ୍ଗଶୁଇ ପ୍ରଜାପତି ରଖିପାରିବେ। ଏହି ପ୍ରଜାପତି ନୀଳ ରଙ୍ଗର ପଥରରେ ପ୍ରସ୍ତୁତ ହୋଇଥାଏ ଓ ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ।
୩.ଘରେ ବ୍ୟବହାର ହେଉନଥିବା ସାମଗ୍ରୀକୁ ଜମା ହେବାକୁ ଦିଅନ୍ତୁ ନାହିଁ। ଯେଉଁ ଜିନିଷ ଗୁଡିକୁ ବ୍ୟବହାର କରୁନାହାନ୍ତି ତାକୁ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ। ପୁରୁଣା ଜିନିଷ ଜମା ହୋଇ ରହିବା ଦ୍ଵାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ସୁଖଶାନ୍ତି ଦୂର ହୋଇଯାଇଥାଏ।

୪.ଫେଙ୍ଗଶୁଇ ବାସ୍ତୁ ଅନୁସାରେ ପ୍ରେମସମ୍ବନ୍ଧକୁ ଆହୁରି ରୋମାଣ୍ଟିକ କରିବା ପାଇଁ ଘର ମଧ୍ୟରେ ଲାଫିଙ୍ଗ ବୁଦ୍ଧ ରଖିପାରିବେ। ଏହାବ୍ୟତୀତ ଲଭବାର୍ଡ, ମେଣ୍ଡରେନ ଡକ (ଯୋଡା ବତକ) ନିଜ ପାଖରେ ରଖିପାରିବେ। ଏଗୁଡ଼ିକୁ ପ୍ରେମର ପ୍ରତୀକ କୁହାଯାଇଥାଏ।
୫.ପତିପତ୍ନୀଙ୍କ ମଧ୍ୟରେ ବିନା କାରଣରେ ଝଗଡା ହେଉଥିଲେ ନିଜ ଶୟନ କକ୍ଷରେ ଛୋଟ ଜାହାଜର ପ୍ରତିକୃତି କିମ୍ବା ଶଙ୍ଖ ରଖିପାରିବେ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )