• padmabati kund

ଭାଇରାଲ ବେତାର : ବିବାହ ନିମନ୍ତ୍ରଣ କାର୍ଡରେ ମୋଦୀଙ୍କ ପାଇଁ ଭୋଟ ପ୍ରାର୍ଥନା


(ବେତାର ବ୍ୟୁରୋ) ଆଗାମୀ 2019 ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରାୟ 100ଦିନ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏବେଠାରୁ ପ୍ରଚାର ପ୍ରସାର କରିବା ଆରମ୍ଭ କରିସାରିଲେଣି । ଆଉ ନିର୍ବାଚନୀ ପ୍ରଚାର ଓ ରାଲି ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ରାଜନେତାଙ୍କ ସଙ୍ଗେ ସଙ୍ଗେ ଲୋକମାନେ ମଧ୍ୟ ନିଜ ପସନ୍ଦର ନେତାଙ୍କ ପ୍ରଚାର ପାଇଁ ବିଭିନ୍ନ ପ୍ରକାର ଶୈଳୀ ଆପଣାଉ ଥିବାର ଦେଖିବାକୁ ମିଳୁଛି।

ଏକ ବିବାହ ନିମନ୍ତ୍ରଣ କାର୍ଡରେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରାଯାଇଥିବାର ଦେଖିବାକୁ ମିଳିଛି। ଏହି ନିମନ୍ତ୍ରଣ କାର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।  ସାଧାରଣତଃ ଦେଖାଯାଏ ଲୋକମାନେ ବିବାହ କାର୍ଡରେ ଉପହାର ନନେବା ପାଇଁ ଅନୁରୋଧ କରିଥାଆନ୍ତି। ନଚେତ ଉପହାରରେ ମିଳିଥିବା ଅର୍ଥକୁ କୌଣସି ପାଣ୍ଠିରେ ଦେବାକୁ କୁହନ୍ତି । କିନ୍ତୁ ନିକଟରେ ଏପରି ଏକ ନିମନ୍ତ୍ରଣ କାର୍ଡ଼ ଛପିଛି, ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବା ପାଇଁ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିବାହ କାର୍ଡଟି ସୁରତ ସହରର ଅଟେ। ଏହି କାର୍ଡରେ ବରର ପିତାମାତା ଅତିଥିଙ୍କୁ 2019 ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ଓ ଏହା ହିଁ ତାଙ୍କ ପାଇଁ ଉପହାର ହେବ ବୋଲି କହିଛନ୍ତି।

ଏହାସହିତ ମାଙ୍ଗାଲୋରରେ ପ୍ରଧାନମନ୍ତ୍ରୀଙ୍କ ଜଣେ ସମର୍ଥକ ଏହି ପ୍ରକାରେ ବିବାହ କାର୍ଡ଼ରେ ମୋଦି ସରକାରଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ କିଛି ନିମନ୍ତ୍ରଣ ପତ୍ରରେ ବିଗତ ୫ ବର୍ଷରେ ମୋଦିଙ୍କ ଯୋଜନା ବିଷୟରେ ମଧ୍ୟ ଲେଖାଯାଇଛି। ଏଥିରେ ମୋଦିଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ମୋଦିଙ୍କ ସମର୍ଥକ ବିବାହ କାର୍ଡରେ ସ୍ୱଚ୍ଛ ଭାରତର ଲୋଗୋ ଲଗାଇଥିବାର ଦେଖିବାକୁ ମିଳିଥିଲା ।

2014ମସିହାରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଥିଲା। ରାଜସ୍ଥାନର ଜଣେ ଯୁବକ ନିଜ ବିବାହ କାର୍ଡରେ ମୋଦିଙ୍କ ଫଟୋ ଲଗାଇଥିଲେ ଓ ଏହା ତାଙ୍କ ପାଇଁ ଶୁଭ ବୋଲି କହିଥିଲେ। ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକ ନିଜ ପୋଷାକରେ ଓ ଟୋପିରେ ମୋଦିଙ୍କ ଫଟୋ ଛପାଇ ଥିବାର ଦେଖିବାକୁ ମିଳିଥାଏ।

#oddnews #narendramodi #invitationcard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon