• ବେତାର ବ୍ୟୁରୋ

ଜାଣନ୍ତୁ :  ଘରେ କାଠ ବଂଶୀ ରଖିବାର ବାସ୍ତୁ ପ୍ରଭାବ


(ବେତାର ବ୍ୟୁରୋ) ବଂଶୀ ବା ବଇଁଶି ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ଅଟେ। ଏଥିପାଇଁ ଏହାକୁ ଅତି ପବିତ୍ର ବୋଲି ବିବେଚନା କରାଯାଇଥାଏ। ଏହାକୁ ପବିତ୍ର ବୋଲି ବିବେଚନା କରାଯିବା ସହିତ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହାର ବହୁତ ଗୁରୁତ୍ଵ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବଇଁଶି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଅଲଗା ଅଲଗା ରଙ୍ଗର ବଇଁଶି ଅଲଗା ଅଲଗା ପ୍ରଭାବ ପକାଇଥାଏ। ବଇଁଶିକୁ ଉନ୍ନତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ବିବାହ ହେଉ ବା ଅନ୍ୟ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ଭାବିଚିନ୍ତି ବଂଶୀର ବ୍ୟବହାର କରିବା ଦ୍ଵାରା ଏହା ଆମକୁ ଅନେକ ବାସ୍ତୁଦୋଷରୁ ରକ୍ଷା କରିଥାଏ। ଏହା ଆମ ଜୀବନରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ।

. ବାସ୍ତୁ ଅନୁସାରେ ଘର ମଧ୍ୟରେ ବଂଶୀ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ଵାରା ଘର ମଧ୍ୟରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଆପଣଙ୍କ ଉନ୍ନତି ଓ ପ୍ରଗତିରେ ମଧ୍ୟ ସହାୟକ ହୋଇଥାଏ।

. ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରୀ ପାଉନଥାଏ ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହାବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗି ଦିଅନ୍ତୁ।

.ବ୍ୟବସାୟରେ ବୃଦ୍ଧି ଓ ଧନଲାଭ ପାଇଁ ଦୋକାନ ବା ଅଫିସ କାର୍ଯ୍ୟାଳୟରେ ଏକ ବଇଁଶି ରଖନ୍ତୁ। ଟଙ୍କା ରଖୁଥିବା ବାକ୍ସରେ ମଧ୍ୟ ଏହାକୁ ରଖିପାରିବେ।

.ଘରର ଠାକୁର ପୂଜା ହେଉଥିବା ସ୍ଥାନରେ ବଂଶୀ ସହିତ ମୟୂର ପଙ୍ଖ ଲଗାଇ ରଖିଲେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ।

.ବାସ୍ତୁ ଅନୁସାରେ ନିଜ ମନ ପସନ୍ଦର ଜୀବନସାଥୀ ସହିତ ବିବାହ କରିବା ପାଇଁ ଚାହୁଁଥିଲେ ଶୋଇବା ସମୟରେ ତକିଆ ତଳେ ଲାଲ ରଙ୍ଗର ବଂଶୀ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ନିଜ ମନପସନ୍ଦର ଜୀବନସାଥୀ ମିଳିଥାଏ।

. ପିଲାମାନଙ୍କର ପାଠ ପଢାରେ ମନ ଲଗାଇ ରଖିବା ପାଇଁ ତାଙ୍କ କକ୍ଷରେ ଧଳା ରଙ୍ଗର ବଇଁଶି ରଖନ୍ତୁ। ଏପରି କରିବା ଦ୍ଵାରା ପିଲାମାନଙ୍କର ପାଠ ପଢାରେ ମନ ଲାଗିଥାଏ।

.ଯଦି ଘରର କୌଣସି ବ୍ୟକ୍ତି ଅଧିକ ସମୟ ଧରି ବେମାର ଥାଆନ୍ତି ତେବେ ରୋଷେଇ ଘରେ ସୁନେଲି ରଙ୍ଗର ବଂଶୀ ରଖନ୍ତୁ। ଏହା ଶୁଭଫଳ ଦେଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ 

#astrology #vastutips #bamboofluet

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon