• padmabati kund

ଫ୍ଲିପକାର୍ଟରେ ମାତ୍ର ଟ.୧ରେ କିଣନ୍ତୁ ରୋଷେଇ ସାମଗ୍ରୀ


(ବେତାର ବ୍ୟୁରୋ)  ଏବେ ଫ୍ଲିପକାର୍ଟ ଘରୋଇ ସାମଗ୍ରୀ ଉପରେ ୧ ଟଙ୍କା ପ୍ରତିବଦଳରେ ଗ୍ରାହକଙ୍କୁ ଅନେକ କିଛି କିଣିବାର ସୁଯୋଗ ପ୍ରଦାନ କରୁଛି । ଗ୍ରାହକ ମାତ୍ର ୧ ଟଙ୍କାରେ ଘରୋଇ ସାମଗ୍ରୀ କିଣିପାରିବେ ।

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ କିଛି ଦିନ ପୂର୍ବରୁ ୱାଲମାର୍ଟ ସହ ମିଶିଯାଇଥିଲା । ଆଉ ଏହାପରେ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଅନେକ ଆକର୍ଷଣୀୟ ଅଫର ଉପଲବ୍ଧ କରିଛି । ସ୍ମାର୍ଟଫୋନ୍, ଆସେସୋରିଜ, ଘରୋଇ ସାମଗ୍ରୀ ଓ ରାସନ ସାମଗ୍ରୀ ଆଦି ଉପରେ କମ୍ପାନୀ ଅନେକ ଆକର୍ଷକ ଅଫର ପ୍ରଦାନ କରୁଛି ।

ଫ୍ଲିପକାର୍ଟର ଏହି ୧ଟଙ୍କିଆ ସେଲରେ ଗ୍ରାହକ ମାନେ ଘରର ରାସନ ସାମଗ୍ରୀ କିଣିପାରିବେ । ଅଟା, ସାମ୍ପୋ, ଡାଲି, ତେଲ ଆଦି ସାମଗ୍ରୀ ଗୁଡିକୁ ଗ୍ରାହକମାନେ ବହୁତ କମ ମୂଲ୍ୟରେ କିଣିପାରିବେ । ଫ୍ଲିପକାର୍ଟରେ ସୁପରମାର୍ଟ ନାମରେ ଗ୍ରୋସରୀ ଷ୍ଟୋର ଉପଲବ୍ଧ । ସେଠାରେ କ୍ଲିକ୍ କରିବା ପରେ ଫ୍ଲିପକାର୍ଟରେ ‘todays steal deal’ ନଜର ଆସିବ । ଏହି ଅଫର ଅନୁସାରେ ଗ୍ରାହକମାନେ ଦିନକୁ ତିନୋଟି ରାସନ ସାମଗ୍ରୀକୁ ଏକ ଟଙ୍କା ଲେଖାଏଁ ମୂଲ୍ୟରେ କିଣିପାରିବେ।

ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଏକ ସର୍ତ୍ତ ପୂରଣ କରିବା ପାଇଁ ପଡ଼ିବ । ଗ୍ରାହକଙ୍କୁ ୧ ଟଙ୍କାରେ ୩ଟି ସାମଗ୍ରୀ କିଣିବା ପାଇଁ ଅତି କମରେ ୫୯୯ ଟଙ୍କାର କିଣାକିଣି କିରବା ପାଇଁ ପଡ଼ିବ । ଏପରି କରିବା ପରେ ଗ୍ରାହକ ୧ ଟଙ୍କାରେ ୧ କେଜି ଡାଲି, ୧ କିଲୋ ଚିନି ଓ ୧ ଲିଟର ସୋରିଷ ତେଲ କିଣିପାରିବ । ସେଲ ସମୟରେ ଗ୍ରାହକ ଆକ୍ସିସ୍ ବ୍ୟାଙ୍କର କାର୍ଡ଼ ବ୍ୟବହାର କଲେ ତାଙ୍କୁ କ୍ୟାଶବ୍ୟାକ ମଧ୍ୟ ପ୍ରଦାନ କରାଯିବ।

ଫ୍ଲିପକାର୍ଟର ୱେବସାଇଟ ବା ଆପରୁ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବା ଡେବିଟ କାର୍ଡ ମାଧ୍ୟମରେ ଜିନିଷ କିଣିଲେ 15% ରିହାତି ମିଳିବ। ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଅତିକମରେ ଟ.1,500 ମୂଲ୍ୟର ସାମଗ୍ରୀ କିଣିବାକୁ ପଡିବ।

#onlineshopping #flipkartgrandgadgetsale

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon