• padmabati kund

ଭାରତର ଐତିହାସିକ ଟେଷ୍ଟ ସିରିଜ ବିଜୟ ପଛରେ ଏହି ପାଞ୍ଚ ହିରୋ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟମ୍ୟାଚ ଡ୍ର’ ହେବା ସହିତ ଭାରତୀୟ ଦଳ ଏହି ଟେଷ୍ଟ ସିରିଜକୁ 2-1ରେ ଜିତିଯାଇଛି। ଏହାସହିତ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଇତିହାସ ରଚନା କରିଛି। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ପାଇଁ ଏହି ବିଜୟ ବହୁତ ଖାସ ଅଟେ। ଦୀର୍ଘ 71ବର୍ଷ ପରେ ଏସିଆ ମହାଦେଶର କୌଣସି ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ସିରିଜ ଜିତିବା ପାଇଁ ସମ୍ପୂର୍ଣ୍ଣ ଭାରତୀୟ ଦଳର ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ କିଛି ଖେଳାଳୀ ଏପରି ଅଛନ୍ତି ଯେଉଁମାନେ ନିଜର ପ୍ରଦର୍ଶନ ବଳରେ ଭାରତ ପାଇଁ ସିରିଜ ବିଜୟ ସହଜ କରିଦେଇଥିଲେ।

ଚେତେଶ୍ଵର ପୁଜାରା

ଭାରତର ଏହି ଖେଳାଳୀ ନିଜର ପ୍ରଭାବଶାଳୀ ବ୍ୟାଟିଙ୍ଗ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ଦଳକୁ ଧରାଶାୟୀ କରିଦେଇଥିଲେ। ପୂଜାରା ଏହି ସିରିଜରେ ମୋଟ ତିନୋଟି ଶତକ ମାରିଛନ୍ତି ଓ 521ରନ ସଂଗ୍ରହ କରିଛନ୍ତି। ଏହି ସିରିଜରେ ସବୁଠାରୁ ଅଧିକ ରନ ସଂଗ୍ରହ କରି ମ୍ୟାନ ଅଫ ଦ ସିରିଜ ମଧ୍ୟ ହୋଇଛନ୍ତି। ପୂଜାରା ଏହି ଟେଷ୍ଟ ସିରିଜରେ ମୋଟ 1258ଟି ବଲ ଖେଳିଛନ୍ତି ଓ 31ଘଣ୍ଟା 8ମିନିଟ ବ୍ୟାଟିଙ୍ଗ କରିଛନ୍ତି। ସିଡନୀରେ 193 ରନ କରି ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ମଧ୍ୟ ପାଇଛନ୍ତି।

ଜସପ୍ରୀତ ବୁମରାହ

ଭାରତୀୟ ଦଳର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବୁମରାହ ଏହି ସିରିଜରେ ଭାରତ ପାଇଁ ସବୁଠାରୁ ଅଧିକ 21ଟି ୱିକେଟ ନେଇଛନ୍ତି ଓ ମୋଟ 357ରନ ଦେଇଛନ୍ତି। ସେ ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଙ୍ଗ୍ସରେ 6ଟି ୱିକେଟ ନେଇଥିଲେ ଓ ଦ୍ଵିତୀୟ ଇନିଙ୍ଗ୍ସରେ 3ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେବାରେ ସଫଳ ହୋଇଥିଲେ।

ବିରାଟ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ସିରିଜରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ ମୋଟ 282ରନ ସଂଗ୍ରହ କରିଛନ୍ତି। ପର୍ଥରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ସହିତ ମେଲବର୍ଣ୍ଣର ତୃତୀୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ।

ମହମ୍ମଦ ଶାମି

ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି ଏହି ଟେଷ୍ଟ ସିରିଜରେ ଖୁବ ଭଲ ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଏହି ସିରିଜରେ ମୋଟ 419ରନ ଦେଇ 16ଟି ୱିକେଟ ନେଇଛନ୍ତି। ଶାମି ପର୍ଥ ଟେଷ୍ଟ ମ୍ୟାଚରେ 56ରନ ଦେଇ 6ଟି ୱିକେଟ ନେଇଥିଲେ, କିନ୍ତୁ ଏହି ଟେଷ୍ଟଟି ଭାରତ ଜିତିପାରିନଥିଲା। ତଥାପି ସଂପୂର୍ଣ୍ଣ ସିରିଜରେ ଶାମିଙ୍କ ଭୂମିକା

ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

ମୟଙ୍କ ଅଗ୍ରୱାଲ

ମୟଙ୍କଙ୍କୁ ଏହି ଟେଷ୍ଟ ସିରିଜରେ ମୋଟ ଦୁଇଟି ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିଥିଲା। ମୋଟ ଦୁଇଟି ମ୍ୟାଚରେ ସେ 195 ରନ କରିଛନ୍ତି। ମେଲବର୍ଣ୍ଣରେ ନିଜ କ୍ୟାରିୟରର ଡେବ୍ୟୁ ଟେଷ୍ଟରେ ପ୍ରଥମ ଇନିଙ୍ଗ୍ସରେ 76ରନ ଓ ଦ୍ଵିତୀୟ ଇନିଙ୍ଗ୍ସରେ 44ରନ କରିଥିଲେ। ସେହିପରି ସିଡନୀର ପ୍ରଥମ ଇନିଙ୍ଗ୍ସରେ ସେ 77ରନ କରିଥିଲେ। ପ୍ରଥମ ଦୁଇଟି ଟେଷ୍ଟରେ ଭାରତୀୟ ଓପନରଙ୍କ ନିରାଶାଜଣକ ପ୍ରଦର୍ଶନ ପରେ ତୃତୀୟ ଟେଷ୍ଟରେ ମୟଙ୍କଙ୍କ ପ୍ରଦର୍ଶନ ବିଜୟ ହାସଲ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲା।

#cricket #indiavsaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon