- ବେତାର ବ୍ୟୁରୋ
ଆଇଟିଆଇ ପାସଙ୍କ ପାଇଁ ଭାରତ ହେଭି ଇଲେକ୍ଟ୍ରିକାଲ (BHEL)ରେ 443 ଆପ୍ରେଣ୍ଟିସ ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ ପକ୍ଷରୁ ଟ୍ରେଡ ଆପ୍ରେଣ୍ଟିସ 2019 ଏପ୍ରିଲ ବ୍ୟାଚ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଆଇଟିଆଇ ପାସ କରିଥିବା ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ହରିଦ୍ଵାରରେ ହେବ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 19ତାରିଖ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 443ଟି ଟ୍ରେଡ ଆପ୍ରେଣ୍ଟିସ ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ଫିଟର ପାଇଁ 154ଟି, ଟର୍ଣ୍ଣର ପାଇଁ 54ଟି, ମେକାନିଷ୍ଟ ପାଇଁ 104ଟି, ୱେଲ୍ଦର ପାଇଁ 49ଟି, ଇଲେକ୍ଟ୍ରିସିଆନ ପାଇଁ 61ଟି, ଡ୍ରାଫ୍ଟମ୍ୟାନ ପାଇଁ 5ଟି, ଇଲେକ୍ଟ୍ରୋନିକ୍ସ ପାଇଁ 3ଟି, ମୋଟର ଭେଇକିଲ ପାଇଁ 1ଟି, କାରପେଣ୍ଟର ପାଇଁ 1ଟି, ପାଟର୍ନ ମେକର ପାଇଁ 2ଟି, ଫର୍ଜର ଆଣ୍ଡ ହିଟ ଟ୍ରିଟମେଣ୍ଟ ପାଇଁ 4ଟି, ଫାଉଣ୍ଡ୍ରିମ୍ୟାନ ପାଇଁ 15ଟି ପଦବୀ ରହିଛି।
ଷ୍ଟାଇପେଣ୍ଡ
ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ 1ବର୍ଷ ପାଇଁ ଟ୍ରେନିଂ ଦିଆଯିବ। ଏହି ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ। ତେବେ ଷ୍ଟାଇପେଣ୍ଡ ବାବଦକୁ କେତେ ଟଙ୍କା ପ୍ରଦାନ କରାଯିବ ସେ ବିଷୟରେ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇନାହିଁ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତି ପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ ଓ ଆବଶ୍ୟକ ଟ୍ରେଡରେ NCVT ବୋର୍ଡ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ କରିଥିବା ଆବଶ୍ୟକ।
ବୟସସୀମା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 1 ତାରିଖ 2019 ସୁଦ୍ଧା ସର୍ବନିମ୍ନ 18 ବର୍ଷ ଓ ସର୍ବାଧିକ 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାରେ 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଏବଂ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।
କିପରି ଆବେଦନ କରିବେ
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ NCVT MIS portalରେ ପଞ୍ଜୀକରଣ କରିବାକୁ ପଡିବ। ଏହାପରେ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ, ହରିଦ୍ଵାରର କ୍ୟାରିୟର ୱେବସାଇଟ http://careers.bhelhwr.co.in ରେ ଅନଲାଇନ ଆବେଦନ ପତ୍ର ପୂରଣ କରିବାକୁ ପଡିବ। ଅନଲାଇନ ଆବେଦନ ପତ୍ର ପୂରଣ କରିବା ସମୟରେ ପାସପୋର୍ଟ ସାଇଜ ଫଟୋ ଓ ଅନ୍ୟାନ୍ୟ ପ୍ରମାଣପତ୍ରକୁ ସ୍କାନ କରି ଦେବାକୁ ପଡିବ।
ଅନଲାଇନ ଫର୍ମ ପୂରଣ କରିବା ପରେ acknowledgement slip ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ରକୁ (ଉପମହାପ୍ରବନ୍ଧକ, କକ୍ଷ ନ:29, ମାନବ ସଂଶାଧନ ବିଭାଗ, ମୁଖ୍ୟ ପ୍ରଶାସନିକ ଭବନ, ବି.ଏଚ.ଏ.ଏଲ, ରାଣୀପୁର, ହରିଦ୍ଵାର,ଉତ୍ତରାଖଣ୍ଡ-249403) ଠିକଣାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଠାଇବାକୁ ପଡିବ।
ବିଜ୍ଞପ୍ତି ସମ୍ବନ୍ଧରେ ଅଧି ବିବରଣୀ ପାଇଁ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ, ହରିଦ୍ଵାରର କ୍ୟାରିୟର ୱେବସାଇଟ http://careers.bhelhwr.co.in ରେ ଲଗଇନ କରନ୍ତୁ।