• padmabati kund

ମୋଦି ସରକାରଙ୍କର ନିଷ୍ପତ୍ତି : ଉଚ୍ଚ ଜାତିର ଗରିବଙ୍କ ପାଇଁ 10% ସ୍ଥାନ ସଂରକ୍ଷଣ


(ବେତାର ବ୍ୟୁରୋ) ଆଗକୁ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଉଚ୍ଚଜାତିର ଲୋକଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ କେନ୍ଦ୍ର କ୍ୟାବିନେଟରେ ମୋଦି ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଆର୍ଥିକ ସ୍ଥିତି ଦୁର୍ବଳଥିବା ଉଚ୍ଚଜାତିକୁ ସଂରକ୍ଷଣର ଫାଇଦା ମିଳିବ।  ଏଥିପାଇଁ ସୋମବାର ମୋଦି ସରକାର କେନ୍ଦ୍ର କ୍ୟାବିନେଟରେ ସଂରକ୍ଷଣ ବିଲକୁ ମଞ୍ଜୁର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କ୍ୟାବିନେଟ ବୈଠକ ପରେ ଏ ବିଷୟରେ ସୂଚନା ଦେଇଛନ୍ତି।

ମୋଦି ସରକାର ମଙ୍ଗଳବାର ଦିନ ସଂସଦରେ ସମ୍ବିଧାନ ସଂଶୋଧନ ବିଲ ଉପସ୍ଥାପନ କରିବେ। ଏଥିପାଇଁ ସମ୍ବିଧାନର ଅନୁଚ୍ଛେଦ-15 ଓ ଅନୁଚ୍ଛେଦ-16ରେ ପରିବର୍ତ୍ତନ କରାଯିବ। ଏହାପରେ ସମସ୍ତ ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଅନେକ ଥର ଏସସି,ଏସଟି ସଂରକ୍ଷଣ ନେଇ ସାଧାରଣ ବର୍ଗର ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ଏପରି ବଡ ନିଷ୍ପତ୍ତି ନେଇଛନ୍ତି।

ତେବେ ପ୍ରସ୍ତାବିତ ହୋଇଥିବା ଏହି 10% ସଂରକ୍ଷଣ ବ୍ୟବସ୍ଥାରେ କେଉଁମାନଙ୍କୁ ଫାଇଦା ମିଳିବ ଜାଣିରଖନ୍ତୁ। ଯେଉଁ ପରିବାର ବର୍ଷକୁ ୮ ଲକ୍ଷରୁ କମ୍‌ ଟଙ୍କା ରୋଜଗାର କରୁଥିବ ସେମାନଙ୍କୁ ଏହି ବ୍ୟବସ୍ଥାର ସୁବିଧା ମିଳିବ। ଏହାସହିତ ଯେଉଁ ପରିବାର ପାଖରେ ୫ ଏକରରୁ କମ ଚାଷ ଜମି ଥିବ ସେମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥାର ଫାଇଦା ମିଳିବ।

ଏହି ସଂରକ୍ଷଣ ବ୍ୟବସ୍ଥା ପାଇବାକୁ ହେଲେ ସମ୍ପୃକ୍ତ ପରିବାରର ବାସଭବନର ଆକାର ୧୦୦୦ ବର୍ଗଫୁଟରୁ କମ୍‌ ହେବା ଜରୁରୀ। ମ୍ୟୁନିସିପାଲିଟି ଅଞ୍ଚଳରେ ଜଣେ ଆବାସିକ ପ୍ଲଟ ୧୦୦ ଗଜରୁ କମ୍‌ ଥିବ ଓ ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ୍‌ ଥିବା ଜରୁରୀ।

ତେବେ କେନ୍ଦ୍ର ଓ ରାଜ୍ୟରେ ଆଗରୁ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ 27% ରହିଛି ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ 22% ସଂରକ୍ଷଣ ବ୍ୟବସ୍ଥା ରହିଛି।

#cabinetdecission #reservationtouppercast

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon