- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ :ଜାଣନ୍ତୁ କାହାର ରହିଛି ଶତ୍ରୁ ଜୟ ଯୋଗ

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)
(ବେତାର ବ୍ୟୁରୋ) ଚଳିତ ସପ୍ତାହ (ଜାନୁଆରୀ 7-13) ଅମାବାସ୍ୟାର ପ୍ରତିପଦା ତିଥିରୁ ଆରମ୍ଭ ହେଉଛି। ରାଶିର ଆରମ୍ଭ ଉତ୍ତରଷାଢା (ସୂର୍ଯ୍ୟ) ନକ୍ଷତ୍ରରୁ ଆରମ୍ଭ ହେଉଛି ଓ ଶେଷ ଉତ୍ତର ଭାଦ୍ରପଦ (ବୃହସ୍ପତି) ନକ୍ଷତ୍ରରେ ଶେଷ ହେବ। ଏହି ସପ୍ତାହରେ ପ୍ରାୟ ପାଞ୍ଚଟି ଗ୍ରହ ପ୍ରାୟ ଏକ ସାଙ୍ଗରେ ରହୁଥିବାରୁ ଅନେକ ପରିବର୍ତ୍ତନ ଦେଖାଦେଇପାରେ।
ମେଷ: ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିବେ। ସିନିୟର ଅଧିକାରୀ, ଶିକ୍ଷକ ଓ ପିତାଙ୍କ ସହ ଝଗଡା ହୋଇପାରେ। ବ୍ୟୟ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।
ବୃଷ: ସପ୍ତାହଟି ବହୁତ ହସଖୁସିରେ କଟିବ। ଲକ୍ଷ୍ୟ ହାସଲ କରିପାରିବେ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ସଫଳତା ପାଇବେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ପଦୋନ୍ନତି ହୋଇପାରେ। କୌଣସି ଲୋକଙ୍କ ପିଠି ପଛରେ କଥା କୁହନ୍ତୁ ନାହିଁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ।
କର୍କଟ: ସପ୍ତାହ ଆରମ୍ଭରୁ ଆପଣଙ୍କ ପାଇଁ ସେତେ ଭଲରେ କଟିବ ନାହିଁ। କୌଣସି ଦୂରସ୍ଥାନକୁ ଯାତ୍ରା କରିବେ। ଚାକିରୀରେ ପରିବର୍ତ୍ତନ ହୋଇପାରେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଆୟ ବୃଦ୍ଧି ପାଇବ। ଶତ୍ରୁଙ୍କୁ ଜୟ କରିବେ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।
ସିଂହ: କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତି କରନ୍ତୁ ନାହିଁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।
କନ୍ୟା: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଭାଇଭଉଣୀଙ୍କ ସହଯୋଗ ପାଇବେ। ମାଲିମକୋଦ୍ଦମା କେସର ସମାଧାନ ହେବ।
ତୁଳା: କର୍ତ୍ତବ୍ୟର ସହିତ ସମସ୍ତ କାର୍ଯ୍ୟ ପୂରଣ କରିବେ। ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ସଫଳତା ପାଇବେ। ଆର୍ଥିକ ସ୍ଥିତି
ସ୍ଵଚ୍ଛଳ ରହିବ।
ବିଛା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନଙ୍କୁ କୌଣସି କଥାରେ ଆଘାତ କରନ୍ତୁ ନାହିଁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
ଧନୁ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ପରିବାର ମଧ୍ୟରେ କୌଣସି ବିବାଦକୁ ନେଇ ଚିନ୍ତିତ ରହିବେ। ବ୍ୟୟ ବୃଦ୍ଧି ପାଇବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମକର: କର୍ମକ୍ଷେତ୍ରରେ ସଫଳତା ପାଇବେ। ସିନିୟର ଅଧିକାରୀଙ୍କ ସହଯୋଗ ପାଇବେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ନିଜର ଇଚ୍ଛାଶନ୍ତି ଓ କଠିନ ପରିଶ୍ରମ ବଳରେ ସମସ୍ତ ସମସ୍ୟାକୁ ଅତିକ୍ରମ କରିପାରିବେ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସନ୍ତାନଙ୍କ ପାଇଁ ସପ୍ତାହଟି ବହୁତ କଠିନ ରହିବ।
ମୀନ: ଆର୍ଥିକ ଉନ୍ନତି ଘଟିବ। କୌଣସି ବିବାଦରେ ପଶନ୍ତୁ ନାହିଁ। ଏହା ଆପଣଙ୍କ ସମ୍ମାନ ଉପରେ ଆଞ୍ଚ ଆଣିପାରେ। ନିଜ ବ୍ୟବହାର ପ୍ରତି ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କର ସମ୍ପର୍କକୁ ପ୍ରଭାବିତ କରିପାରେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।