• ବେତାର ବ୍ୟୁରୋ

ଏ ବର୍ଷ ବଜେଟରେ ମିଳିପାରେ ହୋମଲୋନ ଉପରେ ଅଧିକ ଟାକ୍ସ ରିହାତି


(ବେତାର ବ୍ୟୁରୋ) ଚଳିତ ବର୍ଷରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆଗାମୀ କାମଚଳା (ସାଧାରଣ) ବଜେଟରେ ଆୟକର ରିହାତି ସୀମା ବଢାଇବାକୁ ଘୋଷଣା କରିପାରନ୍ତି। ଅର୍ଥ ମନ୍ତ୍ରଣାଳୟ ଓ ଆୟକର ବିଭାଗ ମଧ୍ୟରେ ସାଧାରଣ ବଜେଟର ଶେଷ ଚରଣରେ ହୋଇଥିବା ଆଲୋଚନାରେ ଏହାର ସଂକେତ ମିଳିଛି। ଏହାସହିତ କାମଚଳା ବଜେଟରେ କେନ୍ଦ୍ର ସରକାର ଗୃହଋଣର ସୁଧ ଉପରେ ମିଳୁ ଥିବା କରଛାଡ ସୀମାକୁ ମଧ୍ୟ ବଢାଇ ଦେଇ ପାରନ୍ତି ବୋଲି ସୂଚନା ମିଳିଛି ।

ହୋମ ଲୋନ୍

ଗୃହ ଋଣ ବା ହୋମ ଲୋନରେ ଅନେକ ବ୍ୟକ୍ତି 20-30 ଲକ୍ଷ ଟଙ୍କାରୁ ଆରମ୍ଭ କରି 50 ଲକ୍ଷ

ଟଙ୍କା ଯାଏଁ ଲୋନ ନେଉଥିଲେ ମଧ୍ୟ, ସେମାନଙ୍କୁ ଏହି ସଂପୂର୍ଣ୍ଣ ରାଶିର ଲାଭ ଆୟକର ରିହାତି ଭାବରେ ମିଳି ନଥାଏ । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ହୋମ ଲୋନ ପରିମାଣ ଯେତେ ହେଲେ ମଧ୍ୟ , ବାର୍ଷିକ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଉପରେ ଦିଆଯାଉଥିବା ସୁଧକୁ କର ଛାଡ ହିସାବରେ ଗ୍ରହଣ କରାଯାଇଥାଏ । ତେବେ ଇକୋନୋମିକ ଟାଇମସ ରେ ଖବର କାଗଜରେ ପ୍ରଦତ୍ତ ଏକ ରିପୋର୍ଟ ମୁତାବକ, ଚଳିତ ବର୍ଷ କାମଚଳା ବଜେଟରେ ଗୃହଋଣର ସୁଧ ଉପରେ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ସୀମାକୁ ବଢାଇବାର ସମ୍ଭାବନା ରହିଛି।

ଇନକମ ଟାକ୍ସ

ବର୍ତ୍ତମାନ ସମୟରେ 2ଲକ୍ଷ 50ହଜାର ପର୍ଯ୍ୟନ୍ତ ବାର୍ଷିକ ଆୟରେ ଇନକମ ଟାକ୍ସ ବା ଆୟକର ଲାଗୁ ହେଉନାହିଁ। ନିର୍ବାଚନୀ ବର୍ଷକୁ ଆଖି ଆଗରେ ରଖି ସରକାର ଏଥର ବାର୍ଷିକ ଆୟକର ସୀମାକୁ ବଢାଇ ତିନିଲକ୍ଷ କରିପାରନ୍ତି। ଗତବର୍ଷ ବିହାରର ଅର୍ଥମନ୍ତ୍ରୀ ସୁଶୀଲ କୁମାର ମୋଦୀ କେନ୍ଦ୍ର ସରକାରଙ୍କୁ ବଜେଟରେ ଏହି ପ୍ରକାରର ପ୍ରସ୍ତାବ ଦେଇଥିଲେ କିନ୍ତୁ ସରକାର ଏଥିରେ ରାଜି ହୋଇନଥିଲେ।

ମଧ୍ୟବିତ୍ତଙ୍କ ଉପରେ ନଜର

ନିର୍ବାଚନ ହେବା ଆଗରୁ ଭାରତର ମଧ୍ୟବିତ୍ତ ପରିବାରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ମୋଦୀ ସରକାର

ଅନେକ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୋମବାର ଏକ ଆକସ୍ମିକ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁସାରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଉଚ୍ଚଜାତିର ଲୋକଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଯେଉଁ ପରିବାର ବର୍ଷକୁ ୮ ଲକ୍ଷରୁ କମ୍‌ ଟଙ୍କା ରୋଜଗାର କରୁଥିବ ସେମାନଙ୍କୁ ଏହି ବ୍ୟବସ୍ଥାର ସୁବିଧା ମିଳିବ। ଏହାସହିତ ଯେଉଁ ପରିବାର ପାଖରେ ୫ ଏକରରୁ କମ ଚାଷ ଜମି ଥିବ ସେମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥାର ଫାଇଦା ମିଳିବ। ଏନେଇ ଏକ ବିଲ ମଙ୍ଗଳବାର ଦିନ ଲୋକସଭାରେ ଉପସ୍ଥାପିତ ହୋଇଛି।

କାମଚଳା ବଜେଟ କ'ଣ

ସାଧାରଣତଃ କେନ୍ଦ୍ର ସରକାର ନିଜ କାର୍ଯ୍ୟକାଳର ଶେଷ ବର୍ଷରେ କାମଚଳା ବଜେଟ ଉପସ୍ଥାପନ କରିଥାନ୍ତି। ଏଥିରେ ଏପରି କୌଣସି ବଡ ଘୋଷଣା କରାଯାଇନଥାଏ ଯେଉଁଥିରେ ଆଗକୁ ସଂସଦରୁ କୌଣସି ମଞ୍ଜୁରୀ ନେବାକୁ ପଡିଥାଏ କିମ୍ବା ନିୟମରେ କୌଣସି ସଂଶୋଧନ କରିବାକୁ ପଡିଥାଏ। ଏପରି କୁହାଯାଇପାରିବ ଯେ, ନିର୍ବାଚନୀ ବର୍ଷରେ କିଛି ସମୟ ପର୍ଯ୍ୟନ୍ତ ଏହା ଦେଶର ବ୍ୟବସ୍ଥାକୁ ଚଳାଇବା ପାଇଁ ଖର୍ଚ୍ଚ ହିସାବର ଏକ ଔପଚାରିକତା ମାତ୍ର। ସାଧାରଣ ବଜେଟ ନୂଆ ସରକାରଙ୍କ ଶପଥ ନେବା ପରେ ଉପସ୍ଥାପନ କରାଯାଏ। ଆସନ୍ତା ମେ’ ମାସରେ ମୋଦୀ ସରକାରଙ୍କର କାର୍ଯ୍ୟକାଳ ପାଞ୍ଚବର୍ଷ ପୂରଣ ହେବାକୁ ଯାଉଛି।

#incometax #budget

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon