• padmabati kund

ଦେଖନ୍ତୁ : ନରେନ୍ଦ୍ର ମୋଦୀ ବାୟୋପିକର ପ୍ରଥମ ପୋଷ୍ଟର


(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ପିଏମ ନରେନ୍ଦ୍ର ମୋଦୀର ପ୍ରଥମ ପୋଷ୍ଟର ରିଲିଜ ହୋଇଯାଇଛି । ଏହି ପୋଷ୍ଟରରେ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଚରିତ୍ରରେ ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଦେଖିବାକୁ ମିଳିଛି। ବହୁଦିନ ଧରି ବଡ ପରଦାରୁ ଦୂରେଇ ରହିଥିବା ବିବେକ ଓବରୟ ଏହି ଫିଲ୍ମ ଜରିଆରେ ପୁଣି ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି। ରିଲିଜ ହୋଇଥିବା ପୋଷ୍ଟରର ପଛପଟେ ରାଷ୍ଟ୍ରୀୟ ଧ୍ୱଜ ଫରଫର ହୋଇ ଉଡୁଥିବା ବେଳେ ଫିଲ୍ମର ଟ୍ୟାଗଲାଇନ ମଧ୍ୟ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଲଞ୍ଚ କରିଛନ୍ତି । ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ବିବେକ ଓବରୟ ଫିଲ୍ମର ପ୍ରଥମ ପୋଷ୍ଟର ଟ୍ୱିଟ୍ କରିବା ସହ କ୍ୟାପସନରେ ଲେଖିଛନ୍ତି, “ଏହି ଯାତ୍ରା ପାଇଁ ସମସ୍ତଙ୍କ ପ୍ରାର୍ଥନା ଓ ଆର୍ଶୀବାଦ କାମନା କରୁଛି।“

ତେବେ ନରେନ୍ଦ୍ର ମୋଦିଙ୍କ ଏହି ବାୟୋପିକରେ ତାଙ୍କ ଜୀବନର ଅନେକ ଘଟଣା ଉପରୁ  ପରଦା ଉଠିବ। ଫିଲ୍ମର ଟ୍ୟାଗଲାଇନ ରହିଛି ‘ଦେଶଭକ୍ତି ହି ମେରି ଶକ୍ତି ହେ’। ଏହି  ପୋଷ୍ଟରକୁ ମୋଟ ୨୩ଟି ଭାଷାରେ ରିଲିଜ କରାଯାଇଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଙ୍ଗ ଜାନୁୟାରୀ ମାସ ମଧ୍ୟ ଭାଗରୁ ଆରମ୍ଭ ହେବ। ଏହାର ସୁଟିଙ୍ଗ ଦିଲ୍ଲୀ, ଗୁଜୁରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାଣକାରୀ ମାନେ ଦୀର୍ଘ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରି ଆସୁଛନ୍ତି । ଆଗରୁ ପରେଶ ରାୱଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ଏହି ରୋଲ ପାଇଁ ବିବେକ ଓବରୟଙ୍କୁ ଫାଇନାଲ କରାଯାଇଥିଲା। ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିବା ପରେ ଏବେ ଫ୍ୟାନ ମାନେ ଟିଜର ଓ ଟ୍ରେଲର ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବିବେକ ଓବରୟଙ୍କୁ ନରେନ୍ଦ୍ର ମୋଦିଙ୍କ ରୂପରେ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡିଆରେ ବିବେକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ ଫିଲ୍ମର ଏହି ପୋଷ୍ଟରକୁ ଫୋଟୋଶପ ବୋଲି କହିଛନ୍ତି ଓ ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ କହିଛନ୍ତି ଯେ, “ମୁଁ ବହୁତ ଦୁଃଖୀ, କାରଣ ଏହି ରୋଲ ପାଇଁ ବିବେକଙ୍କୁ ବଛାଗଲା, ସେ ମୋଦିଙ୍କ ଠାରୁ ଭଲ କଳାକାର ନୁହନ୍ତି।“ ତେବେ ବିବେକଙ୍କ ଫ୍ୟାନ ତାଙ୍କର ଏହି କମବ୍ୟାକକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ଫିଲ୍ମରେ ବିବେକଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଭିନୟ କରିବେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ଫିଲ୍ମକୁ ବିବେକଙ୍କ ପିତା ସୁରେଶ ଓବରୟ ଓ ସନ୍ଦିପ ସିଂ ପ୍ରଯୋଜନା କରିଛନ୍ତି।

#entertainment #bollywood #narendramodi #bibekoberoi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon