• ବେତାର ବ୍ୟୁରୋ

ଡିପ୍ଲୋମା ଇଂଜିନିୟରଙ୍କ ପାଇଁ ରିଜର୍ଭ ବ୍ୟାଙ୍କରେ 24ଟି ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଜୁନିୟର ଇଞ୍ଜିନିୟର (ସିଭିଲ) ଓ ଜୁନିୟର ଇଞ୍ଜିନିୟର(ଇଲେକ୍ଟ୍ରିକାଲ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁୟାରୀ 27ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 24ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜୁନିୟର ଇଞ୍ଜିନିୟର (ସିଭିଲ) ପାଇଁ 15ଟି ଓ ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ) ପାଇଁ 9ଟି ପଦବୀ ରହିଛି। ମୋଟ 24ଟି ପଦବୀ ମଧ୍ୟରୁ ଭାରତର ପୂର୍ବାଞ୍ଚଳରେ 3ଟି, ପଶ୍ଚିମାଞ୍ଚଳରେ 11ଟି, ଉତ୍ତରାଞ୍ଚଳରେ 5ଟି, ଦକ୍ଷିଣାଞ୍ଚଳରେ 2ଟି ଓ କେନ୍ଦ୍ରାଞ୍ଚଳରେ 3ଟି ପଦବୀ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.21,400 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1ତାରିଖ 2019 ସୁଦ୍ଧା ସର୍ବନିମ୍ନ 20 ଓ ସର୍ବାଧିକ 30ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଇଞ୍ଜିନିୟର (ସିଭିଲ) ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ବା ବୋର୍ଡରୁ ସିଭିଲ ଇଞ୍ଜିନିୟରିଙ୍ଗରେ ତିନିବର୍ଷର ଡିପ୍ଲୋମା 65% ମାର୍କ ରଖି ପାସ କରିଥିବା ଆବଶ୍ୟକ।

ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ) ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ବା ବୋର୍ଡରୁ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଙ୍ଗରେ ତିନିବର୍ଷ ଡିପ୍ଲୋମା 65% ମାର୍କ ରଖି ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.450 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି, ଶାରୀରିକଭାବେ ଅକ୍ଷମ ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀମାନଙ୍କୁ ଟ.50 ଦେବାକୁ ପଡିବ। ଏହି ଫି’ ଅନଲାଇନରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.rbi.org.in ରେ ଲଗଇନ କରିବାକୁ ପଡିବ। ଏହାପରେ ହୋମପେଜରେ ଥିବା “Recruitment for the post of Junior Engineer (Civil / Electrical)”ରେ କ୍ଲିକ କରିବେ ଓ ଏହାପରେ “Click here for New Registration”ରେ କ୍ଲିକ କରି ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରି ଆବେଦନ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.rbi.org.in ରେ ଲଗଇନ କରନ୍ତୁ।

#jobs #RBI #juniorengineer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon