• padmabati kund

ଶୀତଦିନେ କେଶ ଓ ତ୍ଵଚା ପାଇଁ ଗ୍ଲିସେରିନର 5 ବ୍ୟବହାର


(ବେତାର ବ୍ୟୁରୋ) ସୁନ୍ଦର ଦେଖାଯିବା ପାଇଁ ତ୍ଵଚା ଓ କେଶର ଯତ୍ନ ନେବା ଜରୁରୀ। ଅଧିକାଂଶ ଲୋକ ଉଜ୍ଜ୍ଵଳ ତ୍ଵଚା ଓ ସିଲ୍କି କେଶ ପାଇଁ ବଜାରରେ ମିଳୁଥିବା ଦାମୀ ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଏଥିରେ ବ୍ୟବହାର ହେଉଥିବା ହାନିକାରକ ରାସାୟନିକ ପଦାର୍ଥ କେଶ ଓ ଚେହେରାକୁ କ୍ଷତି ପହଞ୍ଚାଇଥାଏ। ଏହି ଶୀତଦିନରେ କେଶ ଓ ତ୍ଵଚା ଅଧିକ ଶୁଷ୍କ ହୋଇଥାଏ। ତେବେ ଶୀତଦିନରେ ତ୍ଵଚା ଓ କେଶର ଚମକ ବଜାୟ ରଖିବା ପାଇଁ ନିୟମିତ ଭାବରେ ଗ୍ଲିସେରିନର ବ୍ୟବହାର କରନ୍ତୁ। ଏହାକୁ ଆପଣ ଶାମ୍ପୋ, ବଡି ଲୋସନ ଓ ଫେସୱାସ ପରି ବ୍ୟବହାର କରିପାରିବେ।

ଗ୍ଲିସେରିନରେ ଥିବା ପୋଷାକ ତତ୍ତ୍ଵ ଆପଣଙ୍କ କେଶ ଓ ତ୍ଵଚାକୁ କ୍ଷତି ପହଞ୍ଚାଇ ନଥାଏ ଏବଂ ଏହାକୁ ସୁନ୍ଦର ରଖିଥାଏ। ଗ୍ଲିସେରିନକୁ କିପରି ବ୍ୟବହାର କରିବେ ଜାଣି ରଖନ୍ତୁ।

କେଶ ପାଇଁ ଗ୍ଲିସେରିନ

ଶୀତଦିନେ ଆପଣଙ୍କର ତ୍ଵଚା ଓ କେଶ ଅଧିକ ଶୁଷ୍କ ହୋଇଯାଇଥାଏ। ଶୁଷ୍କ ହୋଇଥିବା କାରଣରୁ ଏହା ଅଧିକ ଅଡୁଆ ହୋଇଯାଇଥାଏ ଓ ଆପଣଙ୍କୁ କେଶ କୁଣ୍ଡାଇବାରେ କଷ୍ଟ ହୋଇଥାଏ। ଏଥିପାଇଁ ଆପଣ ଗ୍ଲିସେରିନର ବ୍ୟବହାର କରିପାରିବେ। ଗ୍ଲିସେରିନରେ ଏଲୋଭେରା ଜେଲ ମିଶାଇ କେଶମୂଳରେ ଲଗାନ୍ତୁ ଓ 30ମିନିଟ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ। ଏହାପରେ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଗୋଟିଏ ଥର ଏପରି କରନ୍ତୁ।

ଆଖି ପାଇଁ ଗ୍ଲିସେରିନ

ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଦ୍ଵାରା ଓ କମ୍ପ୍ୟୁଟର ଆଗରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ଦ୍ଵାରା ଆଖି ଫୁଲିଯାଇଥାଏ। ଏଥିପାଇଁ ଆପଣ ଗ୍ଲିସେରିନର ବ୍ୟବହାର କରିପାରିବେ। ଏକ ତୁଳା ସାହାଯ୍ୟରେ ଗ୍ଲିସେରିନ ନେଇ ଆଖି ଚାରିପାଖରେ ଲଗାନ୍ତୁ। ଏହା ଆଖିର ଅନ୍ୟ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

ଓଠ ଫାଟିବା ଦୂର କରିଥାଏ

ଶୀତଦିନେ ଅଧିକ ଥଣ୍ଡା ଯୋଗୁଁ ଓଠ ଫାଟିଥାଏ ଓ ଏହି ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ। ଓଠ ଫାଟିବାକୁ ଦୂର କରିବା ପାଇଁ ଗ୍ଲିସେରିନର ବ୍ୟବହାର କରିପାରିବେ। ଏହା ଓଠକୁ କୋମଳ ରଖିବା ସହିତ ଓଠର କଳାପଣକୁ ମଧ୍ୟ ଦୂର କରିଥାଏ। ଏକ ଚାମଚ ଗ୍ଲିସେରିନରେ ଏକ ଚାମଚ ମଲାଇ ମିଶାନ୍ତୁ। ରାତିରେ ଶୋଇବା ଆଗରୁ ଓଠରେ ଲଗାନ୍ତୁ। ସକାଳୁ ଉଠି ଉଷୁମ ପାଣିରେ ଓଠକୁ ଧୁଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ଵାରା ସୁଫଳ ମିଳିବ।

ମେକଅପ ରିମୁଭର

ମେକଅପ ଛଡାଇବା ପାଇଁ ଗ୍ଲିସେରିନ ବହୁତ ଉପକାରୀ ହୋଇଥାଏ। ଏହା ଆପଣଙ୍କ ମେକଅପକୁ ବହୁତ ଭଲ ଭାବରେ ଦୂର କରିଥାଏ। ତୁଳା ସାହାଯ୍ୟରେ ଗ୍ଲିସେରିନ ନେଇ ମେକଅପ ଛଡାନ୍ତୁ। ଏହା ଆପଣଙ୍କ ତ୍ଵଚାକୁ ପୋଷଣ ଯୋଗାଇଥାଏ।

ମଶ୍ଚୁରାଇଜରର କାମ କରିଥାଏ

ଶୀତଦିନେ ତ୍ଵଚା ବହୁତ ଶୁଷ୍କ ହେବା ସହିତ ଚର୍ମରୋଗ ମଧ୍ୟ ଦେଖାଯାଇଥାଏ। ଏଥିପାଇଁ ଗ୍ଲିସେରିନ ଯୁକ୍ତ ବଡିଲୋସନର ବ୍ୟବହାର କରନ୍ତୁ। 100ଗ୍ରାମ ଗ୍ଲିସେରିନରେ ଅଳ୍ପ ଲେମ୍ବୁରସ ଓ 100ଗ୍ରାମ ଗୋଲାପ ଜଳ ମିଶାନ୍ତୁ। ଏହି ମିଶ୍ରଣକୁ ନିୟମିତ ଭାବରେ ଶୋଇବା ସମୟରେ ଶରୀରରେ ଲଗାନ୍ତୁ। ଏହା ଆପଣଙ୍କ ତ୍ଵଚା ପାଇଁ ମଶ୍ଚୁରାଇଜରର କାମ କରିଥାଏ।

#wintercare #skinandhaircare #glycerin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon