• ବେତାର ବ୍ୟୁରୋ

ଓଡିଶା ପୋଲିସରେ 283 ସବ-ଇନସ୍ପେକ୍ଟର ଓ ଷ୍ଟେସନ ଅଫିସର ପଦରେ ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଓଡିଶା ପୋଲିସ ବିଭାଗ ନିମନ୍ତେ ସବଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 14 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 283 ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ପୋଲିସ ସବଇନ୍ସପେକ୍ଟର ପଦ ପାଇଁ 273ଟି ପଦ ରହିଛି ଓ ଷ୍ଟେସନ ଅଫିସର ପାଇଁ 10ଟି ପଦ ରହିଛି। ସବଇନ୍ସପେକ୍ଟରର 273ଟି ପଦ ମଧ୍ୟରୁ 37ଟି ପଦମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.16,880 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1ତାରିଖ 2018 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଓ ସର୍ବାଧିକ 25 ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ। ଅବୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମାରେ 5ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଷ୍ଟେସନ ଅଫିସର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ବି.ଏସସି, ବି.ଟେକ/ ବି.ଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.200 ଆବେଦନ ଫି’ ପଇଠ କରିବାକୁ ପଡିବ।ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଆବେଦନ ଫି’କୁ ଅନଲାଇନରେ ପଇଠ କରିପାରିବେ କିମ୍ବା “0051-PSC-104-UPSC/SSC-Examination Fees-0047-Fees Collected for Conducting Examinations-02041-Examination Fees” ଉଦ୍ଦେଶ୍ୟରେ ଟ୍ରେଜେରି ଚାଲାଣ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନରର ଅଫିସିଆଲ ୱେବସାଇଟ www.ossc.gov.in ରେ ଲଗଇନ କରିବାକୁ ପଡିବ। ବିଜ୍ଞପ୍ତିରେ ଉଲ୍ଲେଖ ଥିବା ସମସ୍ତ ଆବଶ୍ୟକ ତଥ୍ୟକୁ ଭଲ ଭାବରେ ପଢି ଅନଲାଇନ ଫର୍ମ ପୂରଣ କରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରିଲିମିନାରି ପରୀକ୍ଷା, ଲିଖିତ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନରର ଅଫିସିଆଲ ୱେବସାଇଟ www.ossc.gov.in ରେ ଲଗଇନ କରନ୍ତୁ।

#jobs #staffselectioncommision

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon