- padmabati kund
ପ୍ରଥମ ଥର ପାଇଁ ଟାଟୁ କରିବାକୁ ଯାଉଛନ୍ତି କି ? ଜାଣିରଖନ୍ତୁ ଏହି 8 ଟିପ୍ସ

(ବେତାର ବ୍ୟୁରୋ) ବର୍ତ୍ତମାନ ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ମଧ୍ୟରେ ଟାଟୁର ଟ୍ରେଣ୍ଡ ଚାଲିଛି। ଯୁବପିଢିଙ୍କ ନିକଟରେ ଏହାର କ୍ରେଜ ଦେଖିବାକୁ ମିଳୁଛି। ଶରୀରରେ ଟାଟୁ କରିବା ସହଜ କାମ ନୁହେଁ। ଟାଟୁ କରିବା ପାଇଁ ଆଗ୍ରହ ରହିବା ସହିତ କଷ୍ଟ ସହିବାର ଶକ୍ତି ଓ ଟାଟୁ ବିଷୟରେ ଭଲ ଭାବରେ ଗବେଷଣା କରିବା ଜରୁରୀ। ଏହି ସବୁ ବିଷୟ ଉପରେ ଭଲ ଭାବରେ ଧ୍ୟାନ ନଦେଲେ ଏହି ଟାଟୁ ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ଟାଟୁ ଦୁଇପ୍ରକାରର ହୋଇଥାଏ। ଯଦି ଟାଟୁକୁ ଆପଣ ସବୁଦିନ ରଖିବା ପାଇଁ ଚାହୁଁଛନ୍ତି ତେବେ ପରମାନେଣ୍ଟ ଟାଟୁ କରନ୍ତୁ।
ଯଦି ଆପଣ ଶରୀରରେ ସବୁଦିନ ପାଇଁ ଟାଟୁ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମ ଥର ଟାଟୁ କରିବା ଆଗରୁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
୧. ଯଦି ଆପଣ ପ୍ରଥମ ଥର ପାଇଁ ଟାଟୁ କରୁଛନ୍ତି ତେବେ ଛୋଟ ଡିଜାଇନ କରନ୍ତୁ। ଛୋଟ ଡିଜାଇନ କରିବା ଦ୍ଵାରା ଆପଣ ଜାଣିପାରିବେ ଯେ ଏହି ଟାଟୁ ଆପଣଙ୍କ ତ୍ଵଚାରେ କିପରି ପ୍ରତିକ୍ରିୟା କରୁଛି। ଯଦି ଏହା ଆପଣଙ୍କ ତ୍ଵଚା ପାଇଁ ଠିକ ହୋଇଥାଏ ତେବେ ପରେ ବଡ ଆକାରର ଡିଜାଇନ କରନ୍ତୁ।

୨. ଟାଟୁ କରିବା ସମୟରେ ବହୁତ କଷ୍ଟ ହୋଇଥାଏ। ଯଦି ଆପଣଙ୍କ ମଧ୍ୟରେ ଅଧିକ କଷ୍ଟ ସହିବାର ଶକ୍ତି ନଥାଏ କିନ୍ତୁ ଟାଟୁ କରିବା ପାଇଁ ଇଚ୍ଛା ରଖିଥାନ୍ତି ତେବେ ପ୍ରଥମେ ଛାତି ଓ କହୁଣୀରେ ଟାଟୁ କରନ୍ତୁ ନାହିଁ। ଏହି ସ୍ଥାନରେ ଟାଟୁ କଲେ ଅଧିକ ଯନ୍ତ୍ରଣା ହୋଇଥାଏ।
୩. ଋତୁକୁ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଖରା ଓ ପାଣିରେ ଟାଟୁ ଖରାପ ହୋଇଥାଏ ତେଣୁ ଗ୍ରୀଷ୍ମଋତୁ ଅପେକ୍ଷା ଶୀତଦିନରେ ଟାଟୁ କରନ୍ତୁ।
୪. ଯେଉଁ ଟାଟୁ ଆର୍ଟିଷ୍ଟଙ୍କ ପାଖକୁ ଟାଟୁ କରିବା ପାଇଁ ଯାଉଛନ୍ତି ତାଙ୍କ ବିଷୟରେ ଭଲ ଭାବରେ ଜାଣିରଖନ୍ତୁ ଓ ତାଙ୍କ କାମ ବିଷୟରେ ମଧ୍ୟ ଆଗରୁ ଜାଣିରଖନ୍ତୁ। ଯଦି ସମ୍ଭବ ତେବେ ତାଙ୍କର ପୁରୁଣା ଗ୍ରାହକଙ୍କ ସହ ମଧ୍ୟ କଥା ହୋଇପାରିବେ।

୫. ଟାଟୁ ଉପରେ ଅଧିକ ସୂର୍ଯ୍ୟାଲୋକ ପଡିବା ଦ୍ଵାରା ଟାଟୁ ଫିକା ପଡିଯାଇଥାଏ। ତେଣୁ ଟାଟୁକୁ ଶରୀରର ଏପରି ସ୍ଥାନରେ କରନ୍ତୁ ଯେଉଁଠାରେ ସୂର୍ଯ୍ୟାଲୋକ ସିଧାସଳଖ ପଡୁନଥିବ।
୬.ଯଦି ଆପଣଙ୍କର ତ୍ଵଚାରେ ଆଗରୁ କିଛି ଆଲର୍ଜି ଥାଏ ତେବେ ଟାଟୁ କରିବା ଆଗରୁ ଜଣେ ଭଲ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୭. ତେବେ ଟାଟୁ କରିସାରିବା ପରେ ଏହାର ଯତ୍ନ ନେବା ମଧ୍ୟ ନିହାତି ଜରୁରୀ। ଅଧିକାଂଶ ଲୋକ ଏହି ଭୁଲ କରିଥାନ୍ତି। ଟାଟୁ କରିସାରିବା ପରେ ଏହାର ଯତ୍ନ ନେଇନଥାନ୍ତି। ଏଥିରେ ନିୟମିତ ଭାବରେ ଅଏଣ୍ଟମେଣ୍ଟ ଓ ମଶ୍ଚୁରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ସର୍ବଦା ଟାଟୁ କରିଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ ଏବଂ ଅଧିକ ଖାର ଯୁକ୍ତ ସାବୁନ ବ୍ୟବହାରଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ।