• padmabati kund

ଆଗାମୀ ସୁବିଧା : ଆଙ୍ଗୁଳି ଟିପରେ ଖୋଲିବ ହ୍ଵାଟସଅପ


(ବେତାର ବ୍ୟୁରୋ) ହ୍ଵାଟସଅପ ତରଫରୁ ଗତ କିଛିଦିନ ମଧ୍ୟରେ ବ୍ୟବହାରକାରୀଙ୍କ ପାଇଁ ଅନେକ ନୂଆ ନୂଆ ଫିଚର ଲଞ୍ଚ କରାଯାଇଛି। ହ୍ଵାଟସଅପ ବ୍ୟବହାରକାରୀଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଖାସ କଥା ହେଉଛି ଏହି ଫିଚର ଆଣ୍ଡ୍ରଏଡ ଓ ios ଉଭୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ହ୍ଵାଟସଅପ ଆକାଉଣ୍ଟର ସୁରକ୍ଷା ପାଇଁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେଶନ (whatsapp fingerprint authentication’ ଅପ୍ସନ ଲଞ୍ଚ କରାଯିବ।

ହ୍ଵାଟସଅପର ନୂଆ ଫିଚର ଉପରେ ଧ୍ୟାନ ରଖୁଥିବା ୱେବସାଇଟ WABetainfoର ରିପୋର୍ଟ ଅନୁଯାୟୀ, ଏହି ଫିଚର ଆଣ୍ଡ୍ରଏଡ ଆପରେ ଠିକ ସେହିପରି କାମ କରିବା ଯେପରି iosରେ କାମ କରୁଛି। ଏହି ଫିଚରକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ। ଏହି ଫିଚରକୁ ବ୍ୟବହାର କରିବା ପରେ ଆପଣଙ୍କୁ ମେସେଞ୍ଜିଙ୍ଗ ଆପ ହ୍ଵାଟସଅପକୁ ଖୋଲିବା ପାଇଁ ନିଜ ଫିଙ୍ଗରପ୍ରିଣ୍ଟର ବ୍ୟବହାର କରିବାକୁ ପଡିବ।

ଏହି ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେଶନ ଫିଚର ହ୍ଵାଟସଅପ ଆପରେ ଏକ ନୂଆ ସେକ୍ସନରେ ଉପଲବ୍ଧ ହେବ। ଏହି ଫିଚରକୁ ବ୍ୟବହାର କରିବା ପରେ ଆପଣଙ୍କ ହ୍ଵାଟସଅପ ଚାଟ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ହେବ। କେବଳ ଏହି ଆପ ଖୋଲିବା ପାଇଁ ନୁହେଁ ବରଂ ନୋଟିଫିକେସନ ମେସେଜ ପଢିବା ପାଇଁ ମଧ୍ୟ ଫିଙ୍ଗରପ୍ରିଣ୍ଟ ଦେବାକୁ ପଡିବ। ଏହିପରି ଭାବରେ ଆପଣଙ୍କ ଆପ ଓ ସଂପୂର୍ଣ୍ଣ ଚାଟ ସୁରକ୍ଷିତ ରହିବ।

ରିପୋର୍ଟରେ ଏହାମଧ୍ୟ ଉଲ୍ଲେଖ ରହିଛି ଯେ, ଯଦି ହ୍ଵାଟସଅପ ଆପଣଙ୍କ ଫିଙ୍ଗରପ୍ରିଣ୍ଟରେ ଖୋଲିବ ନାହିଁ ତେବେ ଆପଣ ଫୋନର ପାସୱାର୍ଡ ଦ୍ଵାରା ମଧ୍ୟ ଏହାକୁ ଖୋଲି ପାରିବେ। ବର୍ତ୍ତମାନ ହ୍ଵାଟସଅପର ଏହି ନୂଆ ଫିଚର ପରୀକ୍ଷାମୂଳକ ସ୍ତରରେ ଅଛି। ପରବର୍ତ୍ତୀ ସମୟରେ ଏହା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ।

ଆଣ୍ଡ୍ରଏଡ ୨.୧୯.୩ ଅପଡେଟ ପାଇଁ ନୂଆ ହ୍ଵାଟସଅପ ବେଟା ଭଲ ଅଡିଓ ପିକର ସହିତ ଆସିବ, ଏଥିରେ ବ୍ୟବହାରକାରୀ ଅଡିଓ ଫାଇଲ ପଠାଇବା ଆଗରୁ ଏହାର ପ୍ରିଭ୍ୟୁ ମଧ୍ୟ କରିପାରିବେ। ଏହାସହିତ ହ୍ଵାଟସଅପର ios ବ୍ୟବହାରକାରୀଙ୍କ ପାଇଁ ଆଗକୁ ଅନେକ ନୂଆ ନୂଆ ଫିଚର ଲଞ୍ଚ କରାଯାଇପାରେ। ସେଥିମଧ୍ୟରେ ignore button, ପର୍ବପର୍ବାଣୀ ସମୟରେ ଆପେ ଆପେ ଶୁଭେଚ୍ଛା ବାର୍ତ୍ତା ପଠାଇବା ପାଇଁ ଅପ୍ସନ, ହ୍ଵାଟସଅପ ଷ୍ଟାଟସ ପାଇଁ like ଓ unlike ଅପ୍ସନ, do disturb ଅପ୍ସନ, scheduled message ଅପ୍ସନ, profile picture viewer, notification ଇତ୍ୟାଦି ଅପ୍ସନ ରହିଛି।     

#whatsapp #newfeature #fingerprintauthentication

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon