• padmabati kund

ଉଚ୍ଚଜାତିର ଗରିବଙ୍କ ପାଇଁ 10% ସଂରକ୍ଷଣ :  ଆବଶ୍ୟକ ହେବ ଏହି 8 ଡକ୍ୟୁମେଣ୍ଟ


(ବେତାର ବ୍ୟୁରୋ) ଉଚ୍ଚବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଥିଲା। ଲୋକସଭାରେ ଏହି ବିଲ ଅନୁମୋଦନ ହେବାପରେ ବୁଧବାର ରାଜ୍ୟସଭାରେ ମଧ୍ୟ ଏହା ଅନୁମୋଦନ ହୋଇଛି। ଏହିପରି ଭାବରେ ଏହି ଐତିହାସିକ ନିଷ୍ପତ୍ତି ମାତ୍ର ଦୁଇଦିନ ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଅନୁମୋଦିତ ହୋଇଯାଇଛି। ବର୍ତ୍ତମାନ ଏଥିରେ କେବଳ ରାଷ୍ଟ୍ରପତିଙ୍କ ସ୍ଵାକ୍ଷରର ଔପଚାରିକତା ରହିଛି।

ତେବେ ସାଧାରଣ ଲୋକମାନଙ୍କୁ ଏହି ସୁବିଧା ପାଇବା ପାଇଁ  ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ଆବଶ୍ୟକ ପଡିବ। ଜାଣିରଖନ୍ତୁ ସେଗୁଡିକ କଣ।

ଆୟ ପ୍ରମାଣପତ୍ର

ସରକାରଙ୍କ ତରଫରୁ ସେହି ସମସ୍ତ ଲୋକମାନଙ୍କୁ ସଂରକ୍ଷଣର ସୁବିଧା ପ୍ରଦାନ କରାଯିବ, ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ ହୋଇଥିବ । ଏଥିପାଇଁ ଆୟ ପ୍ରମାଣପତ୍ରର ଆବଶ୍ୟକତା ପଡିବ । ସାଧାରଣତଃ ଆୟ ପ୍ରମାଣ ପତ୍ର ସ୍ଥାନୀୟ ତହସିଲରେ ତିଆରି ହୋଇଥାଏ। ତହସିଲ ବ୍ୟତୀତ ଏହାକୁ ଆପଣ ଜନସେବା କେନ୍ଦ୍ରରୁ ବି ପ୍ରସ୍ତୁତ କରିପାରିବେ । ଏଥିପାଇଁ ସର୍ବନିମ୍ନ ୫୦ ଟଙ୍କା ଲାଗିଥାଏ ଓ 15ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଥାଏ।

ଜାତିଗତ ପ୍ରମାଣ ପତ୍ର

ସଂରକ୍ଷଣର ଲାଭ ଉଠାଇବା ପାଇଁ ଜାତିଗତ ପ୍ରମାଣପତ୍ରର ବି ଆବଶ୍ୟକତା ରହିଛି । ଏହାକୁ ବି ଆପଣ ସ୍ଥାନୀୟ କିମ୍ବା ଜନସେବା କେନ୍ଦ୍ରରୁ ପ୍ରସ୍ତୁତ କରିପାରିବେ । ଏଥିପାଇଁ ମଧ୍ୟ ଆୟ ପ୍ରମାଣ ପତ୍ର ଭଳି ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ।

ବିପିଏଲ କାର୍ଡ

ବିପିଏଲ (Bilow the powerty line) କାର୍ଡର ଅର୍ଥ ଗରିବ ସୀମାରେଖା ତଳେ ବାସକରୁଥିବା ଲୋକ । ଏହି କାର୍ଡ ସେହି ସମସ୍ତ ଲୋକଙ୍କ ପାଇଁ ତିଆରି ହୋଇଛି , ଯେଉଁମାନେ କି ଆର୍ଥିକ ଦୃଷ୍ଟି କୋଣରୁ ଏକ ନିଶ୍ଚିତ ଗରିବ ସୀମାରେଖା ତଳେ ବାସ କରୁଛନ୍ତି ।ଏହି କାର୍ଡ ଅଧିକୃତ ସରକାରୀ ରାସନ ବିକ୍ରେତା ତରଫରୁ ତିଆରି ହୋଇଥାଏ କିମ୍ବା ଗ୍ରାମ ପଞ୍ଚାୟତ ବିପିଏଲ କାର୍ଡ ତିଆରି କରିଥାନ୍ତି । ଏଥିପାଇଁ ଜମି ସହ ଜଡିତ କିଛି ଦସ୍ତାବିଜ ଦେବାକୁ ପଡିଥାଏ ।

ପାନ କାର୍ଡ

ପାନକାର୍ଡରେ ଆପଣଙ୍କର ଆର୍ଥିକ ନେଣଦେଣର ବିବରଣୀ ଥାଏ। ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ନେଣଦେଣ କରୁଛନ୍ତି ତେବେ ପାନ କାର୍ଡର ଆବଶ୍ୟକତା ପଡିବ। ଏହାକୁ ଅନଲାଇନ ତିଆରିପାରିବେ । ଏଥିପାଇଁ ଅନଲାଇନ ହିଁ ସମସ୍ତ ଫର୍ମ ପୂରଣ କରିପାରିବେ ହେଲେ ଆପଣଙ୍କୁ ସମସ୍ତ ପ୍ରମାଣପତ୍ରକୁ ଆୟକର ବିଭାଗର ଅଫିସ ନିକଟରେ ପଇଠ କରିବାକୁ ହେବ । ଏହାପରେ ଆବେଦନର ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ଏହାପରେ ଆପଣଙ୍କର କାର୍ଡକୁ ଆପଣଙ୍କ ଘର ଠିକଣାରେ ପଠାଇ ଦିଆଯିବ ।

ଆଧାର କାର୍ଡ

ବର୍ତ୍ତମାନ ପ୍ରାୟ ସମସ୍ତଙ୍କର ଆଧାରକାର୍ଡ ରହିଛି। ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣ ନିକଟସ୍ଥ ଆଧାର କେନ୍ଦ୍ରରୁ ତିଆରି କରିପାରିବେ ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଓ ବ୍ୟାଙ୍କ ପାସବୁକ

ଯଦି ଆପଣଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ତେବେ ଆପଣ ଇନକମ ଟ୍ୟାକ୍ସ ଭରିବା ଉଚିତ । ଏହାଠାରୁ କମ ଆୟ କରୁଥିବା ବ୍ୟକ୍ତି ମଧ୍ୟ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ଉଚିତ। ଏହାଦ୍ୱାରା ଆପଣ ସଂରକ୍ଷଣର ଲାଭ ନେଇପାରିବେ। ଏହାସହିତ ବ୍ୟାଙ୍କ ପାସବୁକର ମଧ୍ୟ ଆବଶ୍ୟକ ହୋଇପାରେ।

ଠିକଣା ପ୍ରମାଣପତ୍ର

ଫଟୋ ଆଇଡି ସହିତ ଆପଣଙ୍କୁ ଆପଣଙ୍କର ଠିକଣା ପ୍ରମାଣପତ୍ରକୁ ମଧ୍ୟ ନିଜ ଆପ୍ଲିକେସନ ସହିତ ଦେବାକୁ ହେବ । ଏଥିମଧ୍ୟରୁ କୌଣସି ଗୋଟିଏ ଦସ୍ତାବିଜକୁ ନିଜ ଫର୍ମ ସହିତ ସଂଲଗ୍ନ କରିବାକୁ ହେବ।

#reservation #importantdocumentforreservation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon