• padmabati kund

ନିର୍ବାଚନ ଆଗରୁ ଏହି ଫିଲ୍ମରେ ଦେଖିବାକୁ ମିଳିବେ ନରେନ୍ଦ୍ର ମୋଦୀ


(ବେତାର ବ୍ୟୁରୋ) ବଲିଉଡରେ ସତ ଘଟଣା ଉପରେ ଆଧାରିତ ଫିଲ୍ମ ବା କୌଣସି ବ୍ୟକ୍ତିଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ କରିବାର ଟ୍ରେଣ୍ଡ ଚାଲିଛି। ବର୍ତ୍ତମାନ ଏହିପରି ଦୁଇଟି ଫିଲ୍ମ ଯଥା ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ’ ଓ ‘ଆକ୍ସିଡେଣ୍ଟାଲ praaim ମିନିଷ୍ଟର’ ଖୁବ ଚର୍ଚ୍ଚାରେ ରହିଛି। କିଛିଦିନ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକର ମଧ୍ୟ ଘୋଷଣା କରାଯାଇଥିଲା। ଏଥିରେ ନରେନ୍ଦ୍ର ମୋଦୀଙ୍କ ଚରିତ୍ରରେ ବିବେକ ଓବରୟ ଅଭିନୟ କରିବେ। କେବଳ ଏହି ଫିଲ୍ମ ନୁହେଁ, ଏହାବ୍ୟତୀତ ଆହୁରି ଅନେକ ଫିଲ୍ମରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଚରିତ୍ରକୁ ବଡ ପରଦାରେ ଦେଖିବାକୁ ପାଇବେ।

ପି.ଏମ ନରେନ୍ଦ୍ର ମୋଦୀ

କିଛିଦିନ ଆଗରୁ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଲଞ୍ଚ କରାଯାଇଥିଲା। ଏଥିରେ ବିବେକ ଓବରୟଙ୍କୁ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ‘ମେରିକମ’ ପରି ବାୟୋପିକର ନିର୍ଦ୍ଦେଶନା ଦେଇଥିବା ଉମଙ୍ଗ କୁମାର ଏହି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେବେ। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବିବେକ 15ଥର ଲୁକ ଟେଷ୍ଟ ଦେଇଥିଲେ। ଏଥିପାଇଁ ତାଙ୍କୁ ବହୁତ ମେକଅପ ମଧ୍ୟ କରିବାକୁ ପଡୁଥିଲା।ଏହାର ଶୁଟିଙ୍ଗ ଆରମ୍ଭ ହେଇସାରିଛି ।

ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ

ବିକି କୌଶଳଙ୍କ ଅଭିନୀତ ଏହି ଫିଲ୍ମରେ ଅଭିନେତା ରଜିତ କପୁରଙ୍କୁ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ନିଜ ଚରିତ୍ରକୁ ନେଇ ରଜିତ କପୁର କହିଛନ୍ତି , “ମୁଁ ପ୍ରକୃତରେ ମୋଦିଙ୍କ ପରି ଦେଖାଯାଉ ନାହିଁ, କିନ୍ତୁ ସଂପୂର୍ଣ୍ଣ ଚେଷ୍ଟା କରିଛି। ଏଥିରେ ନରେନ୍ଦ୍ର ମୋଦୀଙ୍କୁ ଜଣେ ଲୋକନେତା ବ୍ୟତୀତ ଜଣେ ଯୋଜନା ପ୍ରସ୍ତୁତକାରୀ ଓ ଚିନ୍ତକ ରୂପରେ ଦେଖିବାକୁ ମିଳିବ।

ନମୋ ସୈନେ ଗାମୋ (ଗୁଜରାଟୀ)

ଏହା ଏକ ଗୁଜୁରାଟୀ ଫିଲ୍ମ ଅଟେ। ଏଥିରେ 60ବର୍ଷୀୟ ଲାଲଜି ଦେବରିୟାଙ୍କୁ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ନିଜକୁ ଜଣେ ମୋଦୀ ଭକ୍ତ ବୋଲି କହୁଥିବା ଲାଲଜି ଦେବରିୟା କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତିନିଥର ସାକ୍ଷାତକାର କରିଛି। ସେ ମଧ୍ୟ କୁହନ୍ତି ଯେ ମୁଁ ତାଙ୍କ ପରି ଦେଖାଯାଉଛି।“ ଫିଲ୍ମର ନିର୍ଦ୍ଦେଶକ କେ.ଅମାର କହିଛନ୍ତି ଯେ, ଫିଲ୍ମଟି 5ବର୍ଷ ଆଗରୁ ନିର୍ମାଣ ହୋଇସାରିଛି କିନ୍ତୁ କିଛି ରାଜନୈତିକ କାରଣରୁ ଏହା ରିଲିଜ ହୋଇପାରିନାହିଁ। ଫିଲ୍ମରେ ସେହି ସମୟର କାହାଣୀ ଦେଖିବାକୁ ମିଳିବ ଯେତେବେଳେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ।

ବାଟାଲିୟନ 690

ନିର୍ଦ୍ଦେଶକ ବ୍ରିଜେଶ ତ୍ରିପାଠୀଙ୍କ ଫିଲ୍ମ ‘ବଟାଲିୟନ 690’ରେ କେ.କେ. ଶୁକ୍ଲାଙ୍କୁ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଭାରତୀୟ ସେନାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଏକ କାଳ୍ପନିକ ଫିଲ୍ମ ଅଟେ। କେ.କେ ଶୁକ୍ଲା କହିଛନ୍ତି ଯେ, ସେ ମୋଦୀଙ୍କର ବହୁତ ବଡ ପ୍ରଶଂସକ ଅଟନ୍ତି। ଗୋଟିଏ ନ୍ୟୁଜ ଚ୍ୟାନେଲ ଶୋ’ ପାଇଁ ମଧ୍ୟ ସେ ମୋଦୀଙ୍କ ଭୂମିକାରେ ଅଭିନୟ କରିଥିଲେ।

ମୋଦୀଙ୍କ ଚରିତ୍ରରେ ପରେଶ ରାୱଲ

ସର୍ବପ୍ରଥମେ ଅଭିନେତା ପରେଶ ରାୱଲଙ୍କୁ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ ବୋଲି ଖବର ଆସିଥିଲା। ନିକଟରେ ବିବେକ ଓବରୟଙ୍କ ଫିଲ୍ମ ପୋଷ୍ଟର ଆସିବା ପରେ ସେ କହିଥିଲେ ଯେ ତାଙ୍କ ବ୍ୟତୀତ ଅନ୍ୟ କେହି ମୋଦୀଙ୍କ ଚରିତ୍ରରେ ଭଲ ଭାବରେ ଅଭିନୟ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, “ମୁଁ ମୋଦୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ଏକ ଫିଲ୍ମ ଉପରରେ କାମ କରୁଛି। କିନ୍ତୁ ବର୍ତ୍ତମାନ ଏହାର କାମ ବନ୍ଦ ରହିଛି। କାରଣ ଏବେ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖାଯାଉଛି।“

#entertainment #bollywood #narendramodi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon