• ବେତାର ବ୍ୟୁରୋ

ବାରମ୍ବାର ରୋଗର ଶିକାର ହେଉଛନ୍ତି କି ? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ


(ବେତାର ବ୍ୟୁରୋ) ଲୋକମାନେ ସବୁବେଳେ ସୁସ୍ଥ ରହିବା ପାଇଁ ଚାହିଁଥାନ୍ତି। ପରିବାରରେ ଯେପରି ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ରହିବ ଏଥିପାଇଁ ସମସ୍ତେ ପରସ୍ପରଙ୍କର ଯତ୍ନ ନେଇଥାନ୍ତି। କିନ୍ତୁ ଅନେକ ଯତ୍ନ ନେବା ପରେ ମଧ୍ୟ କିଛି ଲୋକ ବାରମ୍ବାର ଅସୁସ୍ଥ ହୋଇଥାଆନ୍ତି। ତେବେ ଏହାର କାରଣର ଆପଣଙ୍କରର ଘରର ବାସ୍ତୁ ମଧ୍ୟ ହୋଇପାରେ। ଆଧୁନିକ ଜ୍ଞାନକୌଶଳ ଦ୍ଵାରା ଅନେକ ରୋଗର ଚିକିତ୍ସା ସମ୍ଭବ ହୋଇପାରୁଥିଲେ ମଧ୍ୟ ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ ରହିଛି ଯାହାକୁ ଆପଣେଇବା ଦ୍ଵାରା ଆପଣ ନିରୋଗ ରହିପାରିବେ।

ବାରମ୍ବାର ଅସୁସ୍ଥ ହେବା ଫlରେ ଘରର ବାସ୍ତୁ କିପରି ପ୍ରଭାବ ପକାଇଥାଏ ଓ ଏହାକୁ ଦୂର କରିବା ପାଇଁ କଣ କରିବେ ଜାଣନ୍ତୁ।

୧. ବାସ୍ତୁଶାସ୍ତ୍ର ଅନୁସାରେ ସୁସ୍ଥ ରହିବା ପାଇଁ ଘରର ମଧ୍ୟ ଭାଗରେ କେବେବି ଓଜନିଆ ଫର୍ଣ୍ଣିଚର ରଖନ୍ତୁ ନାହିଁ। ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଘର ମଧ୍ୟ ଭାଗକୁ ବ୍ରହ୍ମସ୍ଥାନ ବୋଲି କୁହାଯାଇଥାଏ। ବାସ୍ତୁ ଅନୁଯାୟୀ ଘରର ଏହି ସ୍ଥାନ ସବୁବେଳେ ଖାଲି ରହିବା ଉଚିତ।

୨. ଘର ମଧ୍ୟ ଭାଗରେ କେବେବି ସିଡି ପ୍ରସ୍ତୁତ କରନ୍ତୁ ନାହିଁ। ସବୁବେଳେ ଘରର କୌଣସି କୋଣରେ ସିଡି ନିର୍ମାଣ କରନ୍ତୁ। ଘରର ଠିକ ମଝିରେ ସିଡି ରହିଥିଲେ ଏହା ଘରର ବାସ୍ତୁକୁ ପ୍ରଭାବିତ କରେ।

୩. ଘରର ସଦସ୍ୟ ବାରମ୍ବାର ଅସୁସ୍ଥ ପଡିବାର ମୁଖ୍ୟ କାରଣ ହେଉଛି ଘର ଅଗ୍ନିତତ୍ତ୍ଵରେ ଅସନ୍ତୁଳନ ରହିବା। ଯଦି ଆପଣଙ୍କ ଘର ଦକ୍ଷିଣମୁଖୀ ହୋଇଥାଏ ଓ ପାଣିର ସ୍ରୋତ ଦକ୍ଷିଣ-ପୂର୍ବ ଦିଗରେ ଥିଲେ ପରିବାରର ସଦସ୍ୟ ବାରମ୍ବାର ଅସୁସ୍ଥ ହୋଇଥାନ୍ତି। ଏଥିପାଇଁ ଘରର ଦକ୍ଷିଣ ଦିଗରେ ଥିବା ସବୁ କବାଟ ଓ ଝରକାକୁ ସବୁବେଳେ ବନ୍ଦ ରଖନ୍ତୁ।

୪.ଘରର ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗରେ ଏକ ଲାଲ ମହମବତୀ ସବୁବେଳେ ଜଳାଇ ରଖନ୍ତୁ। ଏହାଦ୍ଵାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

୫. ଘରର ରୋଷେଇ ଘରକୁ ସବୁବେଳେ ଆଗ୍ନେୟ କୋଣରେ ରଖନ୍ତୁ। ଯଦି ରୋଷେଇ ଘର ଆଗ୍ନେୟ କୋଣରେ ହୋଇନଥାଏ ତେବେ ଘରର ରୋଜଗାର କରୁଥିବା ବ୍ୟକ୍ତି ଅଧିକାଂଶ ସମୟରେ ଅସୁସ୍ଥ ହୋଇଥାନ୍ତି।

୬.ଘରେ ଯଦି ଭଗବାନଙ୍କ ଫଟୋ ଲଗାଇଛନ୍ତି ତେବେ ଏହି ଫଟୋକୁ ଦକ୍ଷିଣ ଦିଗକୁ ମୁହଁ କରି ଲଗାନ୍ତୁ।

୭.ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ରୋଗରେ ପଡିଥାନ୍ତି ତେବେ ତାଙ୍କ ଶୋଇବା ଘରେ ଏକ ମହମବତୀ ଜଳାଇ ରଖନ୍ତୁ। ବାସ୍ତୁ ଅନୁସାରେ ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ

#vastutips #goodhealth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon