• padmabati kund

ସବୁବେଳେ ଦୁର୍ବଳ ଅନୁଭବ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର


(ବେତାର ବ୍ୟୁରୋ) କିଛିଲୋକ ରାତିରେ ଆଠଘଣ୍ଟା ଶୋଇବା ପରେ ମଧ୍ୟ ଦିନରେ ତାଙ୍କୁ ଅଳସୁଆ ପରି ଲାଗିଥାଏ ବା ଦୁର୍ବଳ ଲାଗିଥାଏ। କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ। ଏଥିପାଇଁ ଦୁଇଟି କାରଣ ରହିଥାଏ। ହୁଏତ ଆପଣଙ୍କୁ କିଛି ରୋଗ ହୋଇଥିବ ବା ଆପଣଙ୍କ ଶରୀରରେ ପୋଷଣ କମ ଥାଇପାରେ। ଏପରି ହେବା ଦ୍ଵାରା ଆପଣଙ୍କ ଶରୀରର ଅଙ୍ଗ ଗୁଡିକ ଦରଜ ହୋଇଥାଏ, ପେଟ ଜନିତ ସମସ୍ୟା ଲାଗିରହିଥାଏ, ବ୍ଲଡ଼ପ୍ରେସର କମ ହୋଇଥାଏ ଓ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ତେବେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଲେ ଏହି ସମସ୍ୟା ଦୂର ହୋଇପାରିବ।

ଯଦି ଆପଣଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି ତେବେ ଏହାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣିରଖନ୍ତୁ। ଏଥିରେ ଠିକ ହେବା ପାଇଁ ଅଧିକ ସମୟ ଲାଗିପାରେ କିନ୍ତୁ ଏହା ଆପଣଙ୍କର ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବ।

୧.ଦହି: ଦହିରେ ଅଧିକ ପରିମାଣର ପ୍ରୋଟିନ ଓ କାର୍ବୋହାଇଡ୍ରେଟ ରହିଥାଏ। ଏହାସହିତ ଦହି ଖାଇବା ଦ୍ଵାରା ଆପଣଙ୍କର ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଦିନକୁ ଥରୁଟିଏ ଦହି ଖାଇବା ଦ୍ଵାରା ଆପଣ ଏହି ସମସ୍ୟାକୁ ଦୂର କରିପାରିବେ।

୨.ଭିଟାମିନ-ସି ଥିବା ଖାଦ୍ୟ: ଭିଟାମିନ-ସି ରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଓ ଏହା ଶରୀରରୁ ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରିଥାଏ। ଭିଟାମିନ-ସି ଯୁକ୍ତ ଖାଦ୍ୟ ଯଥା ବ୍ରୋକଲି, କୋବି, ଅଙ୍ଗୁର, କମଳା ଓ ଟମାଟୋ ଅଧିକ ପରିମାଣରେ ଖାଆନ୍ତୁ।

୩.ପାଣିଯୁକ୍ତ ଖାଦ୍ୟ ଖାଆନ୍ତୁ: ଆମ ଶରୀରରେ ଅଧିକ ପରିମାଣର ପାଣି ଆବଶ୍ୟକ ହୋଇଥାଏ। ପାଣି ଶରୀରକୁ ଶକ୍ତି ଯୋଗାଇଥାଏ ଓ ଦୁର୍ବଳତା ଦୂର କରିଥାଏ। ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦିନକୁ ଆଠ ଗ୍ଳାସ ପାଣି ପିଅନ୍ତୁ। ଏହାସହିତ ଆପଣ ଫଳ ରସ ମଧ୍ୟ ପିଇପାରିବେ।

୪.ମାଗ୍ନେସିୟମଯୁକ୍ତ ଖାଦ୍ୟ: ଯେଉଁ ଖାଦ୍ୟରେ ଅଧିକ ମାଗ୍ନେସିୟମ ଥାଏ ସେଗୁଡିକ ଖାଇବା ଦ୍ଵାରା ଶରୀରରେ ଗ୍ଳୁକୋଜ ଶକ୍ତିରେ ପରିଣତ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ମାଗ୍ନେସିୟମର ଅଭାବ ରହିଥାଏ ତେବେ ଆପଣ ଦୁର୍ବଳ ଅନୁଭବ କରିଥାନ୍ତି। ଏଥିପାଇଁ ମାଗ୍ନେସିୟମରେ ଭରପୁର ଖାଦ୍ୟ ଯଥା ମାଛ, ସୋୟାବିନ, କଦଳୀ ଓ ଚକୋଲେଟ ଖାଇପାରିବେ।

୫.ତୁଳସୀ ପତ୍ରର ଚା’: ଏଥିରେ ଆଣ୍ଟିଅକ୍ସିଡେଣ୍ଟ ସହିତ ଅନେକ ଜରୁରୀ ତତ୍ତ୍ଵ ମଧ୍ୟ ରହିଥାଏ। ଗୋଟିଏ କପ ତୁଳସୀ ପତ୍ରର ଚା’ ପିଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ। ଏହାସହିତ ଶରୀରର ହାଡ ଓ ମାଂସପେଶୀ ମଜଭୁତ ହୋଇଥାଏ।

୬.ବାଦାମ: ବାଦାମ ଖାଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ଭିଟାମିନ-ଇ ଏବଂ ମାଗ୍ନେସିୟମ ପରି ମିନେରାଲ ଭରପୁର ମାତ୍ରାରେ ରହିଥାଏ ଯାହା ଆପଣଙ୍କୁ ଦୁର୍ବଳତା ଅନୁଭବ କରିବାକୁ ଦେଇନଥାଏ।

୭.ଲିଚୁକୋଳି: ଲିଚୁ ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାସହିତ ଏଥିରେ ଭିଟାମିନ-ସି ରହିଥାଏ ଯାହାକି ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ।

#health #homeremedies #fatigue

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon