- padmabati kund
ଆକର୍ଷଣୀୟ ଦେଖାଯିବାକୁ ଚାହୁଁଥିଲେ କରନ୍ତୁ ନାହିଁ ଏହି 6 ଭୁଲ

(ବେତାର ବ୍ୟୁରୋ) ପୁରୁଷମାନଙ୍କ ପାଇଁ ନିଜ ବ୍ୟକ୍ତିତ୍ଵକୁ ଆକର୍ଷଣୀୟ କରିବା ପାଇଁ ନିଜର ସୁନ୍ଦରତା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଚେହେରାରେ ଦାଗ ବା କେଶକୁ ଭଲ ଭାବରେ ନକୁଣ୍ଡାଇଲେ ଅନ୍ୟମାନଙ୍କ ଆଗରେ ଆପଣଙ୍କ ବ୍ୟକ୍ତିତ୍ଵ ଫିକା ପଡିଯାଇଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ତ୍ଵଚାର ଧ୍ୟାନ ରଖିବା ସହିତ ନିୟମିତ ବ୍ୟବଧ୍ୟାନରେ ଗ୍ରୁମିଙ୍ଗ କରିବା ମଧ୍ୟ ଆବଶ୍ୟକ।
ତେବେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିତ୍ଵକୁ ଆକର୍ଷଣୀୟ କରିବା ପାଇଁ ଅନେକ ଭୁଲ କରିଥାନ୍ତି। ଜାଣନ୍ତୁ ସେଗୁଡିକ କଣ କଣ।
୧.ଶାମ୍ପୋ ନ କରିବା: ପୁରୁଷମାନେ କେଶରେ ଶାମ୍ପୋ କରିବାରେ ଅବହେଳା କରିଥାନ୍ତି। ବେଳେ ବେଳେ ନିଜ କେଶ ପାଇଁ ସଠିକ ସାମ୍ପୋ ମଧ୍ୟ ବାଛିନଥାନ୍ତି। ଏଥିପାଇଁ କେଶ ଦୁର୍ବଳ ହୋଇ ଝଡିବାକୁ ଲାଗିଥାଏ। କେଶକୁ ସୁସ୍ଥ ଓ ମଜଭୁତ ରଖିବା ପାଇଁ ପ୍ରତି ଦୁଇଦିନ ପରେ କେଶକୁ ଶାମ୍ପୋ କରନ୍ତୁ ଏବଂ କଣ୍ଡିଶନର କରନ୍ତୁ।

୨.କ୍ରିମ ନଲଗାଇ ସେବିଙ୍ଗ କରିବା: ବେଳେବେଳେ ତରବରରେ ପୁରୁଷମାନେ କ୍ରିମ ନଲଗାଇ ମଧ୍ୟ ସେବିଙ୍ଗ କରିଥାନ୍ତି। ଏପରି କରିବା ସଂପୂର୍ଣ୍ଣ ଭୁଲ ଅଟେ। କ୍ରିମ ନଲଗାଇ ସେବିଙ୍ଗ କରିବା ଦ୍ଵାରା ଚେହେରା କଟିବାର ସମ୍ଭାବନା ରହିଥାଏ। ଏହାସହିତ ତ୍ଵଚାର ଉପରି ଭାଗ ପ୍ରଭାବିତ ମଧ୍ୟ ହୋଇଥାଏ। ଏଥିପାଇଁ ସେବିଙ୍ଗ କରିବା ସମୟରେ ଚେହେରାକୁ କୋମଳ କରିବା ପାଇଁ କ୍ରିମର ବ୍ୟବହାର କରନ୍ତୁ।
୩.ଟ୍ରିମିଙ୍ଗ ନ କରିବା: ବର୍ତ୍ତମାନ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ ନିଜ ତ୍ଵଚାକୁ ନେଇ ଅଧିକ ସଚେତନ ହୋଇଗଲେଣି ଏବଂ ନିୟମିତ ବ୍ୟବଧାନରେ ନିଜ ଲୁକରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ସମୟରେ ଅଧିକ ଦାଢି ରଖିବାର ଫ୍ୟାଶନ ଟ୍ରେଣ୍ଡ ଚାଲିଛି। କିନ୍ତୁ ବହଳିଆ ଦାଢିର ଯତ୍ନ ନନେଲେ ଏହା ଆପଣଙ୍କ ଲୁକକୁ ଖରାପ କରିଦେଇଥାଏ। ଏଥିପାଇଁ ନିୟମିତ ବ୍ୟବଧାନରେ ଦାଢିକୁ ଟ୍ରିମ କରନ୍ତୁ ବା ଛୋଟ କରି କାଟନ୍ତୁ। ଏହା ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ ଦେଇପାରିବ।
୪.ଧଳା କେଶ ଓପାଡିବା: ଆଜିକାଲି କମ ବୟସ୍କ ଲୋକଙ୍କ ପାଖରେ ପ୍ରୋଟିନର ଅଭାବରୁ କେଶ ପାଚିଯାଉଛି। ଅଧିକାଂଶ ଲୋକ ଧଳାକେଶକୁ ହାତରେ ଓପାଡି ଦେଇଥାନ୍ତି। ଏହାଦ୍ଵାରା ଓପାଡିଥିବା କେଶର ଆଖପାଖ କେଶ ଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ। ଏଥିପାଇଁ ଧଳାକେଶକୁ ଓପାଡିବା ଅପେକ୍ଷା ଏହାକୁ ରଙ୍ଗ କରନ୍ତୁ।

୫.ହେୟାରଜେଲର ବ୍ୟବହାର କରିବା: ପ୍ରାୟ ପୁରୁଷ କେଶକୁ ଓଦା କରି ଏଥିରେ ଜେଲ ଲଗାଇଥାନ୍ତି କିନ୍ତୁ ଏପରି କରିବା ଦ୍ଵାରା ଆପଣଙ୍କର କେଶ ଶୁଷ୍କ ହୋଇଥାଏ ଓ ଝଡିଥାଏ। ଏଥିପାଇଁ କେଶରେ ହେୟାର ଜେଲର ବ୍ୟବହାର ବହୁତ କମ ପରିମାଣରେ କରନ୍ତୁ।
୬.ନଖ ନ କାଟିବା: ପୁରୁଷମାନେ ନଖ କାଟିବାକୁ ମଧ୍ୟ ଭୁଲିଯାଇଥାନ୍ତି। ଏହାଦ୍ୱାରା ନଖ ଅପରିଷ୍କାର ହୋଇଥାଏ। କିଛିଲୋକ ନଖ କାମୁଡିବା ପରି ଖରାପ ଅଭ୍ୟାସ ମଧ୍ୟ ରଖିଥାନ୍ତି। ଏହା ଆପଣଙ୍କ ବ୍ୟକ୍ତିତ୍ଵକୁ ଅନ୍ୟମାନଙ୍କ ଆଗରେ ଖରାପ ଭାବରେ ଉପସ୍ଥାପନ କରିଥାଏ। ଏଥିପାଇଁ ନିୟମିତ ବ୍ୟବଧାନରେ ନଖ କାଟିବାକୁ ଭୁଲନ୍ତୁ ନାହିଁ।