• padmabati kund

କପିଳଙ୍କ ଶୋ’ ସୁପରହିଟ : ଜାଣନ୍ତୁ କେଉଁ ସିରିଏଲକୁ ପଛରେ ପକାଇଲା


(ବେତାର ବ୍ୟୁରୋ) ଲୋକପ୍ରିୟ ହାସ୍ୟ କଳାକାର କପିଳ ଶର୍ମା ବହୁ ଦିନରେ ବ୍ୟବଧାନ ପରେ ଟେଲିଭିଜନ ପରଦାକୁ ପୁଣି ଫେରିଛନ୍ତି। ଗତ ବର୍ଷ ଶେଷ ସପ୍ତାହରେ ‘ଦ କପିଳ ଶର୍ମା ଶୋ’ ସହିତ କପିଳ ପୁଣି ଲୋକମାନଙ୍କୁ ହସାଇବାକୁ ଟିଭି ପରଦାକୁ ଫେରିଛନ୍ତି। ତେବେ ଶୋ’ ପ୍ରସାରିତ ହେବାର ପ୍ରଥମ ସପ୍ତାହରେ ହିଁ ଏହା ଖୁବ ଲୋକପ୍ରିୟ ହୋଇପାରିଛି। ଲୋକମାନେ ଏହାକୁ ପସନ୍ଦ କରିବା ସହିତ ଶୋ’ଟି ଟିଆରପି ତାଲିକାରେ ମଧ୍ୟ ଖୁବ ଆଗରେ ରହିଛି।

‘ଦ କପିଳ ଶର୍ମା’ ଶୋ’ର ପ୍ରଥମ ଅଧ୍ୟାୟ ଟିଆରପିରେ ଖୁବ ଭଲ ରେଟିଙ୍ଗ ପାଇଛି ଓ ତାଲିକାରେ ଶ୍ରେଷ୍ଠ ପାଞ୍ଚଟି ଶୋ’ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ବ୍ରୋଡକାଷ୍ଟ ରିସର୍ଚ୍ଚ ଅଡିୟନ୍ସ କାଉନ୍ସିଲ (BARC) ତରଫରୁ 2019 ମସିହାର ପ୍ରଥମ ସପ୍ତାହର ରେଟିଙ୍ଗ ଜାରି କରାଯାଇଛି ଓ ଏଥିରେ ଗତବର୍ଷର ଶେଷ ତିନିଦିନ ମଧ୍ୟ ସାମିଲ ରହିଛି।

ପ୍ରାୟ ଏକବର୍ଷ ଟିଭିପରଦାରୁ ଦୂରେଇ ରହିଥିବା କପିଳ ଶର୍ମାଙ୍କ ଏହି ନୂଆ ଶୋ’ ଡିସେମ୍ବର 29 ତାରିଖ

2018ରେ ଆରମ୍ଭ ହୋଇଥିଲା। ପ୍ରଥମ ସପ୍ତାହରେ ଏଥିରେ ରଣବୀର ସିଂ, ସାରା ଅଲ୍ଲୀ ଖାନ ଓ ରୋହିତ ଶର୍ମା ଫିଲ୍ମ ‘ସିମ୍ବା’ର ପ୍ରଚାର ପାଇଁ ଆସିଥିଲେ। ଶୋ’ଟି ଟିଆରପି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି।

‘ନାଗିନ 3’କୁ ପଛରେ ପକାଇଲା

କଲର୍ସ ଚ୍ୟାନେଲରେ ପ୍ରସାରିତ ଶୋ’ ‘ନାଗିନ3’ ଲଞ୍ଚ ହେବା ପରଠାରୁ ତାଲିକାରେ ପ୍ରଥମ ସ୍ଥାନରେ ରହିଆସୁଥିଲା। କିନ୍ତୁ ଚଳିତ ଥର ଏହା ପଛରେ ରହିଯାଇଛି। ତାଲିକାରେ ପ୍ରଥମ ସ୍ଥାନରେ ଏକ ଆୱାର୍ଡ ଶୋ’ ରହିଥିବେ ବେଳେ ଦ୍ଵିତୀୟ ସ୍ଥାନରେ କପିଳ ଶର୍ମାଙ୍କ ଶୋ’ ରହିଛି। ସେହିପରି ତାଲିକାରେ ତୃତୀୟ ସ୍ଥାନରେ ଡ୍ୟାନ୍ସ ରିଆଲିଟି ଶୋ’ ‘ସୁପର ଡ୍ୟାନ୍ସର ଚାପ୍ଟର 3’ ରହିଛି। ଚତୁର୍ଥ ସ୍ଥାନରେ ‘କୁଣ୍ଡଳୀ ଭାଗ୍ୟ ରହିଥିବେ ବେଳେ ପଞ୍ଚମ ସ୍ଥାନରେ ‘ବିଗବସ12’ ଗ୍ରାଣ୍ଡ ଫିନାଲେ ଅଧ୍ୟାୟଟି ରହିଛି।

ବନ୍ଦ ହେଇପାରେ ସୁନୀଲ ଗ୍ରୋଭରଙ୍କ ଶୋ’

ଟିଭିରେ କପିଳ ଶର୍ମା ଶୋ’ ଆରମ୍ଭ ହେବା ଆଗରୁ ସୁନୀଲ ଗ୍ରୋଭର ନିଜର ନୂଆ ଶୋ’ ‘କାନପୁରୱାଲେ ଖୁରାନାଜ’ର ଆରମ୍ଭ କରିଥିଲେ। ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଏହି ଶୋ’ ଟି ଟିଆରପି ମାମଲାରେ ବହୁତ ପଛରେ ରହିଛି। ଏହି ଶୋ’ ପାଇଁ ସୋସିଆଲ ମିଡିଆରେ ସୁନୀଲଙ୍କୁ ବାରମ୍ବାର ଟ୍ରୋଲ ହେବାକୁ ପଡୁଛି। ତେବେ ସୁନୀଲ ଗ୍ରୋଭରଙ୍କ ଶୋ’ ‘କାନପୁରୱାଲେ ଖୁରାନାଜ’ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। ସୁନୀଲଙ୍କ ଏହି ଶୋ’ କେବଳ 16ଟି ଅଧ୍ୟାୟ ପାଇଁ ପ୍ରସ୍ତୁତ ହୋଇଥିଲା। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ କେବଳ ଆଠ ସପ୍ତାହ ପାଇଁ ଏହି ଚୁକ୍ତି କରିଥିଲେ କାରଣ ସେ ‘ଭାରତ’ ଫିଲ୍ମର ସୁଟିଙ୍ଗ ପାଇଁ ବ୍ୟସ୍ତ ରହୁଛନ୍ତି।

#entertainmetnt #tvshow #kapilsharmaa

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon