• ବେତାର ବ୍ୟୁରୋ

ଓଡିଶା ସରକାରରେ 1746ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି: ଜାଣନ୍ତୁ ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଜୁନିୟର କ୍ଳର୍କ/ଜୁନିୟର ଆସିଷ୍ଟାଣ୍ଡ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ରାଜ୍ୟ ସରକାରର ଭିନ୍ନ ଭିନ୍ନ ବିଭାଗରେ ଏହି ନିଯୁକ୍ତି ହେବ। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁୟାରୀ 29  ତାରିଖ ମଧ୍ୟରେ ଆବେଦନ କରିପାରିବେ। ଅନଲାଇନରେ ଫି’ ପଇଠ କରିବାର ସମୟସୀମା ମଧ୍ୟ ଜାନୁୟାରୀ 29 ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ଅଫଲାଇନରେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଫି’ ପଇଠ କରିବାର ତାରିଖ ଫେବୃୟାରୀ 6 ତାରିଖ ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଜୁନିୟର କ୍ଳର୍କ/ଜୁନିୟର ଆସିଷ୍ଟାଣ୍ଡ ପଦରେ ନିଯୁକ୍ତି ପାଇଁ ମୋଟ 1746ଟି ପଦବୀ ପ୍ରକାଶ ପାଇଛି।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.5,200-ଟ.20,200 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା  ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି ଓ ଏସ.ଇ.ବି.ସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମାରେ 5ବର୍ଷ କୋହଳ କରାଯିବ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ/ଜୁନିୟର ଆସିଷ୍ଟାଣ୍ଡ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ ଏହାସହିତ କମ୍ପ୍ୟୁଟର ମଧ୍ୟ ଶିଖିଥିବା ଆବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଆବେଦନ ଫି’ ବାବଦରେ ଟ.100 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଆବେଦନ ଫି’ କୁ ଅନଲାଇନରେ ପଇଠ କରିପାରିବେ କିମ୍ବା ଟ୍ରେଜେରୀ ଚାଲାଣ ମାଧ୍ୟମରେ ଫି’ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ www.osssc.gov.in ରେ ଲଗଇନ କରନ୍ତୁ। ଏହାପରେ ହୋମପେଜରେ ଥିବା register ଅପସନ ଉପରେ କ୍ଲିକ କରନ୍ତୁ। ରେଜିଷ୍ଟ୍ରେଶନ କରିବା ପରେ user ID ଓ passwaard ଦେଇ ଏହି ପଦ ପାଇଁ ଆବେଦନ କରନ୍ତୁ। ଏଥିପାଇଁ ପ୍ରାର୍ଥୀଙ୍କୁ ଦସ୍ତଖତ ସ୍କାନ କରି ଦେବାକୁ ପଡିବ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଉକ୍ତ ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ www.osssc.gov.in ରେ ଲଗଇନ କରନ୍ତୁ।    

#jobs #juniorclerk #OSSSCrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon