• padmabati kund

ଫ୍ରାଇଡ଼େ ରିଲିଜ : ଜାଣନ୍ତୁ କେଉଁ ଫିଲ୍ମର କଣ ରହିଛି କାହାଣୀ


(ବେତାର ବ୍ୟୁରୋ) ନୂଆବର୍ଷରେ ଦ୍ଵିତୀୟ ସପ୍ତାହରେ ବଲିଉଡରେ ମୋଟ ଆଠଟି ଫିଲ୍ମ ରିଲିଜ ହୋଇଛି, କିନ୍ତୁ ସମସ୍ତଙ୍କ ନଜର ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରି-ସର୍ଜିକାଲ ଷ୍ଟ୍ରାଇକ’ ଏବଂ ଅନୁପମ ଖେରଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” ଉପରେ ରହିଛି। ଏହାସହିତ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ପେଟ୍ଟା’ ମଧ୍ୟ ରିଲିଜ ହୋଇଯାଇଛି।

ଏହାବ୍ୟତୀତ ‘ବାଟେଲିୟନ 690’, ‘ପ୍ୟାର ସେ ପ୍ୟାର ତକ’, ‘ଫଲସଫା-ଦ ଅଦର ସାଇଡ’, ‘706’, ‘ଖାମିୟାଜା-ଜର୍ଣ୍ଣି ଅଫ ଦ କମନ ମ୍ୟାନ’ ଓ ‘ଝୋଲ’ ମଧ୍ୟ ରିଲିଜ ହୋଇଯାଇଛି। କିନ୍ତୁ ଏହି ଫିଲ୍ମ ଗୁଡିକ ସମଗ୍ର ଭାରତରେ ରିଲିଜ ହୋଇନାହିଁ।

ଉରି- ସର୍ଜିକାଲ ଷ୍ଟ୍ରାଇକ

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେପ୍ଟେମ୍ବର 29 ତାରିଖ 2016ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ। ସେପ୍ଟେମ୍ବର 18 ତାରିଖ 2016ରେ କାଶ୍ମୀରରେ ଥିବା ଉରି କ୍ୟାମ୍ପରେ ଆତଙ୍କବାଦୀ ହାମଲା କରିଥିଲେ ଓ ଏଥିରେ ଭାରତୀୟ ସେନାର 19ଜଣ ସୈନିକ ସହିଦ ହୋଇଯାଇଥିଲେ। ଏହାର ପ୍ରତିଶୋଧ ନେଇ ଭାରତୀୟ ସୈନିକ ପାକିସ୍ତାନ ସେନାଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ଓ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ। ଏହି ସତ ଘଟଣାକୁ ଫିଲ୍ମରେ ଚିତ୍ରିତ କରାଯାଇଛି। ଫିଲ୍ମରେ ଭିକି କୌଶଲ, ୟାମି ଗୌତମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହିତ ପରେଶ ରାୱଲ, କୀର୍ତ୍ତି କୁଲହରୀ ଓ ମୋହିତ ରୈନା ମଧ୍ୟ ଅଭିନୟ କରିଛନ୍ତି।

ଫିଲ୍ମଟି ରିଲିଜ ହେବାର ପ୍ରଥମ ଦିନରେ ଦର୍ଶକମାନେ ମଧ୍ୟ ଫିଲ୍ମଟିକୁ ଖୁବ ପସନ୍ଦ କରୁଛନ୍ତି। ଖାସ କରି ଭିକି କୌଶଲଙ୍କ ଅଭିନୟକୁ ଦର୍ଶକମାନେ ଅଧିକ ପସନ୍ଦ କରିଛନ୍ତି।

ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର

ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ମଧ୍ୟ ରିଲିଜ ହୋଇଯାଇଛି। ଫିଲ୍ମଟି ରିଲିଜ ଆଗରୁ ଖୁବ ଚର୍ଚ୍ଚା ଓ ବିବାଦରେ ରହିଛି। ଏହାର ମୁଖ୍ୟକାରଣ ହେଉଛି ଫିଲ୍ମରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ଓ ସ୍ଥିତିକୁ ଚିତ୍ରିତ କରାଯାଇଛି। ଫିଲ୍ମରେ ମନମୋହନ ସିଂ ଙ୍କ ଭୂମିକାରେ ଅନୁପମ ଖେର ଅଭିନୟ କରିଛନ୍ତି ଓ ଅକ୍ଷୟ ଖାନ୍ନାଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମଟିକୁ ସମଗ୍ର ଦେଶରେ ମୋଟ 1300ଟି ହଲରେ ଓ ବିଦେଶରେ 140ଟି ହଲରେ ରିଲିଜ କରାଯାଇଛି।

ପେଟ୍ଟା

ଶୁକ୍ରବାର ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ପେଟ୍ଟା’ ରିଲିଜ ହୋଇଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ ସୁବ୍ବାରାଜ। ଫିଲ୍ମରେ କମେଡି ସହିତ ରଜନୀକାନ୍ତଙ୍କ ଦମଦାର ଡାଇଲାଗ ଓ ଷ୍ଟାଇଲ ଦେଖିବାକୁ ମିଳିଛି। ରଜନୀକାନ୍ତଙ୍କୁ ଏଥିରେ ଜଣେ କଲେଜ ୱାର୍ଡେନ ଭୂମିକାରେ ଦେଖିବାକୁ ମିଳିବ। ୱାର୍ଡେନ ଭାବରେ ଜଏନ କରିବା ପରେ ସେ ନିଜ ହିସାବରେ ସବୁ କାମ ଚଳଉଥାନ୍ତି। କିନ୍ତୁ କାହାଣୀରେ ସେତେବେଳେ ନୂଆ ମୋଡ ଆସିଛି ଯେତେବେଳେ ଉତ୍ତରପ୍ରଦେଶର ଜଣେ ରାଜନେତା ସିନ୍ଧାର ସିଂ ଓ ତା ପୁଅ ଜିତୁ ସହିତ ରଜନୀକାନ୍ତଙ୍କର ଦେଖାହେବ। ରଜନୀକାନ୍ତଙ୍କ ବ୍ୟତୀତ ନବାଜୁଦ୍ଦିନ ସିଦ୍ଦିକି ଓ ବିଜୟ ସେତୁପତି ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

#entertainmetnt #bollywoodsuperhit #fridayrelease

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon