• padmabati kund

ସିବିଏସଇ ଦଶମ ଶ୍ରେଣୀରେ 2020ରୁ ଗଣିତ ପେପର ପାଇଁ ରହିବ ଦୁଇଟି ବିକଳ୍ପ


(ବେତାର ବ୍ୟୁରୋ) ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ(ସିବିଏସଇ) ତରଫରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୁଣ୍ଡରୁ ଗଣିତ ପାଠ୍ୟକ୍ରମର ବୋଝ କମ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷଠାରୁ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ ବଦଳିବ। ଏହି ବର୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଗୋଟି ବିକଳ୍ପ (ସହଜ ଓ ଉନ୍ନତ) ମଧ୍ୟରୁ ଯେ କୌଣସି ଗୋଟିଏ ଗଣିତ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇ ପାରିବେ ।

ସିବିଏସଇର ବିଜ୍ଞପ୍ତି ଅନୁଯାୟୀ ବୋର୍ଡ ପରୀକ୍ଷା ୨୦୨୦ ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଗଣିତ ବିଷୟକୁ ବେସିକ ଏବଂ ଷ୍ଟାଣ୍ଡାର୍ଡ ଗଣିତ ପରି ଦୁଇଟି ସ୍ତରରେ ବିଭକ୍ତ କରାଯିବ।

ଷ୍ଟାଣ୍ଡାର୍ଡ ଓ ବେସିକ

ଗଣିତର ବର୍ତ୍ତମାନ ଯାହା ସ୍ତର ରହିଛି ଏହାକୁ ଷ୍ଟାଣ୍ଡାର୍ଡ ଗଣିତ କୁହାଯିବ ଏବଂ ଏହାଠାରୁ ସହଜ ସ୍ତରକୁ ବେସିକ ଗଣିତ ବୋଲି କୁହାଯିବ। ଛାତ୍ରଛାତ୍ରୀମାନେ ଏହି ଦୁଇଟି ସ୍ତର ମଧ୍ୟରୁ ଗୋଟିଏ ସ୍ତରକୁ ପରୀକ୍ଷା ପାଇଁ ବାଛି ପାରିବେ। ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଏଲଓସି (LOC) ଭରିବା ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଗଣିତ ଷ୍ଟାଣ୍ଡାର୍ଡ କିମ୍ବା ଗଣିତ ବେସିକ ଚୟନ କରିବା ପାଇଁ ବିକଳ୍ପ ରହିବ।

ବେସିକ ଗଣିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଗଣିତ ଠାରୁ ସହଜ ରହିବ, କିନ୍ତୁ ଏହା କେବଳ ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଯେଉଁମାନେ ଉଚ୍ଚ ଶ୍ରେଣୀରେ ଗଣିତ ବିଷୟ ରଖିବା ପାଇଁ ଚାହୁଁନାହାନ୍ତି। ତେବେ ଦୁଇଟି ଯାକ ସ୍ତରର ପାଠ୍ୟକ୍ରମ, କ୍ଳାସରୁମ ପାଠପଢା ଶୈଳୀ ଏକପ୍ରକାର ରହିବ।

କେଉଁମାନେ କଣ ଚୟନ କରିବେ

ଯେଉଁ ଛାତ୍ରଛାତ୍ରୀ ଆଗକୁ କମର୍ସ କିମ୍ବା ବିଜ୍ଞାନରେ ଗଣିତ ବିଷୟ ରଖି ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଷ୍ଟାଣ୍ଡାର୍ଡ ଗଣିତରେ ପରୀକ୍ଷା ଦେବାକୁ ପଡିବ। ଯଦି ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ କମର୍ସ ବା ବିଜ୍ଞାନ ରଖି ପଢିବାକୁ ଚାହୁଁନାହାନ୍ତି ତେବେ ସେ ବେସିକ ଗଣିତରେ ପରୀକ୍ଷା ଦେଇପାରିବେ ଏବଂ ଆର୍ଟ୍ସ ରଖି ଆଗକୁ ପଢି ପାରିବେ।

ଯଦି କୌଣସି ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ଗଣିତ ବିଷୟରେ ଫେଲ ହୋଇଯାଉଛି ତେବେ ସେ କମ୍ପାର୍ଟମେଣ୍ଟ ପରୀକ୍ଷାରେ ଗଣିତର ସ୍ତର ପରିବର୍ତ୍ତନ କରି ପରୀକ୍ଷା ଦେଇପାରିବେ। ଏହାସହିତ ଯଦି ଜଣେ ଛାତ୍ର ବେସିକ ଗଣିତ ରଖି ପରୀକ୍ଷାରେ ପାସ ହୋଇଛନ୍ତି ଓ ନିଜର ସ୍ତର ବଢାଇବାକୁ ଚାହୁଁଛନ୍ତି ତେବେ କମ୍ପାର୍ଟମେଣ୍ଟ ପରୀକ୍ଷାରେ ଷ୍ଟାଣ୍ଡାର୍ଡ ଗଣିତ ରଖି ପୁଣି ପରୀକ୍ଷା ଦେଇପାରିବେ।

ତେବେ ବଦଳି ବାକୁଥିବା ଏହି ନିୟମରେ ସିବିଏସଇ ପାଠ୍ୟକ୍ରମ,କ୍ଲାସରୁମ ପଢ଼ାଶୌଳୀ କିମ୍ବା ଗାଣିତିକ ସଂରଞ୍ଜାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

#CBSEexam #mathematics #exampattern

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon