• padmabati kund

କନ୍ନଡ ଫିଲ୍ମ ‘କେଜିଏଫ’ ₹200 କୋଟି କ୍ଲବରେ ସାମିଲ


(ବେତାର ବ୍ୟୁରୋ) କନ୍ନଡର ସୁପରଷ୍ଟାର ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ’କୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଶାହରୁଖ ଖାନଙ୍କ ଅଭିନୀତ ‘ଜିରୋ’ ଫିଲ୍ମ ସହିତ ଗୋଟିଏ ସମୟରେ ରିଲିଜ ହୋଇଥିବା ଏହି ଫିଲ୍ମରେ ବକ୍ସଅଫିସରେ ଖୁବ ଭଲ ରୋଜଗାର କରିଛି। ଫିଲ୍ମଟି ବକ୍ସଅଫିସ ରୋଜଗାରରେ ଦିନକୁ ଦିନ ନୂଆ ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ବର୍ତ୍ତମାନ ଅନ୍ୟଏକ ନୂଆ ରେକର୍ଡ କରିଛି। ପ୍ରଥମ କନ୍ନଡ ଫିଲ୍ମ ଭାବେ ୟଶଙ୍କ ଅଭିନୀତ ଏହି ଫିଲ୍ମଟି ସମଗ୍ର ବିଶ୍ଵରେ 200କୋଟିରୁ ରୋଜଗାର କରିଛି।

ୟଶଙ୍କ ‘କେଜିଏଫ’ ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ ହୋଇଥିବା ସମସ୍ତ ଭର୍ସନରେ ମୋଟ 200କୋଟିରୁ ଅଧିକ ରୋଜଗାର କରିଛି। ଫିଲ୍ମଟି ହିନ୍ଦୀ ଭର୍ସନରେ ପ୍ରଥମ ସପ୍ତାହରେ 21.45କୋଟି, ଦ୍ଵିତୀୟ ସପ୍ତାହରେ 11.50କୋଟି ଓ ତୃତୀୟ ସପ୍ତାହରେ 7.44କୋଟି ରୋଜଗାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ହିନ୍ଦୀ ଭର୍ସନରେ ମୋଟ 40.39କୋଟି ରୋଜଗାର କରିସାରିଲାଣି।

କୌଣସି କନ୍ନଡ ଫିଲ୍ମ ପାଇଁ ସମଗ୍ର ବିଶ୍ଵରେ 200କୋଟିରୁ ଅଧିକ ରୋଜଗାର କରିବା କିଛି ସାଧାରଣ କଥା ନୁହେଁ। ତାମିଲ ରକର୍ସ ଦ୍ଵାରା ‘କେଜିଏଫ ଚ୍ୟାପ୍ଟର-1’ ଅନଲାଇନରେ ଲିକ ହେବା ପରେ ମଧ୍ୟ ଫିଲ୍ମଟି ବକ୍ସଅଫିସରେ ବହୁତ ଭଲ ରୋଜଗାର କରିବାରେ ସଫଳ ହୋଇଛି।

‘କେଜିଏଫ’ରେ ଥିବା ଆକ୍ସନକୁ ଦର୍ଶକମାନେ ଅଧିକ ପସନ୍ଦ କରିଛନ୍ତି। କନ୍ନଡର ଏହି ଫିଲ୍ମଟି ମୋଟ 70କୋଟିର ବଜେଟରେ ପ୍ରସ୍ତୁତ ହୋଇଛି ଓ କେବଳ ଭାରତ ମଧ୍ୟରେ ଫିଲ୍ମଟି 150କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇପାରିଛି। ତେବେ ଫିଲ୍ମଟି ଦୁଇଟି ଭାଗରେ ପ୍ରସ୍ତୁତ ହୋଇଥିବାରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମୋଟ 1000ଦିନ ଲାଗିଥିଲା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରସାନ୍ଥ ନୀଲ।

ୟଶଙ୍କ ଅଭିନୀତ ଏହି ଫିଲ୍ମରେ ରାମଚନ୍ଦ୍ର ରାଜୁ, ଶ୍ରୀନିଧି ଶେଟ୍ଟୀ, ବୈଶିଷ୍ଠା ଏନ. ସିହ୍ନା, ଆୟୁପ୍ପା ପି. ଶର୍ମା ଓ ହରିଶ ରୟ ମଧ୍ୟ ଅଭିନୟ କରିଛନ୍ତି। ଏହାସହିତ ତମନ୍ନା ଭାଟିଆ ଓ ମୌନୀ ରୟଙ୍କୁ ମଧ୍ୟ ଏକ ଆଇଟମ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମଟିକୁ ହିନ୍ଦୀଭର୍ସନରେ ମୋଟ  1500 ସ୍କ୍ରିନରେ ରିଲିଜ କରାଯାଇଥିବା ବେଳେ କନ୍ନଡ ଓ ତେଲୁଗୁରେ 400ଟି ସ୍କ୍ରିନରେ, ତାମିଲରେ 100ଟି ସ୍କ୍ରିନରେ ଏବଂ ମାଲୟାଲମରେ 60ଟି ସ୍କ୍ରିନରେ ରିଲିଜ କରାଯାଇଛି।

ତେବେ ଫିଲ୍ମର ପ୍ରଥମ ଭାଗ ଏତେ ଭଲ ରୋଜଗାର କରିବା ପରେ ଏହାର ପ୍ରସ୍ତୁତକର୍ତ୍ତାମାନେ ଏହାର ସିକ୍ଵେଲ ନିର୍ମାଣ କରିବା ଆରମ୍ଭ କରିସାରିଲେଣି। ତେବେ ସିକ୍ଵେଲର 20% କାମ ସରିଲାଣି ବୋଲି ଓ ଏହା ଆସନ୍ତା ଏପ୍ରିଲ ମାସରେ ରିଲିଜ ହୋଇପାରେ।

#entertainment #KGF #boxofficecollection

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon