- ବେତାର ବ୍ୟୁରୋ
ରାଶିରୁ ଜାଣନ୍ତୁ କାହାର କିପରି ଡ୍ରେସିଙ୍ଗ ଷ୍ଟାଇଲ

(ବେତାର ବ୍ୟୁରୋ) ଜ୍ୟୋତିଷଶାସ୍ତ୍ର ଅନୁସାରେ ମୋଟ ବାରଟି ରାଶି ରହିଛି। ତେବେ ଏହି ରାଶି ଗୁଡିକ ଆପଣଙ୍କ ଗ୍ରହ ନକ୍ଷତ୍ର ସହିତ ଯୋଡିହେବା ସହିତ ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ ମଧ୍ୟ ଅନେକ କିଛି ବର୍ଣ୍ଣନା କରିଥାଏ। ଏହାସହିତ ଡ୍ରେସିଙ୍ଗ ବା ବେଶପୋଷାକ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ଵର ଅନ୍ୟଏକ ମୁଖ୍ୟ ଅଂଶ ହୋଇଥାଏ। ଡ୍ରେସିଙ୍ଗକୁ ନେଇ ସମସ୍ତଙ୍କର ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବେଶଭୂଷା ବା ଡ୍ରେସିଙ୍ଗ କିପରି ହେଇଥାଏ।
ମେଷ: ଏହି ରାଶିର ବ୍ୟକ୍ତିଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ ଫ୍ୟାଶନ ବହୁତ ପସନ୍ଦ। ନୂଆ ନୂଆ ଫ୍ୟାଶନ ଟ୍ରେଣ୍ଡ ଏମାନଙ୍କୁ ବହୁତ ଆକର୍ଷଣ କରିଥାଏ। ଏହାସହିତ ଉଜ୍ଜ୍ଵଳ ରଙ୍ଗ ଏମାନଙ୍କୁ ଅଧିକ ପସନ୍ଦ ଆସିଥାଏ। ଯଦି ବଜାରକୁ କିଛି ନୂଆ ଡିଜାଇନର ପୋଷାକ ଆସିଥାଏ ତେବେ ତାହାକୁ ଆପଣ ତୁରନ୍ତ କିଣିବାକୁ ଇଚ୍ଛା କରିଥାନ୍ତି।
ବୃଷ: ଏମାନେ ଫ୍ୟାଶନ ଠାରୁ ଅଧିକ ଆରାମଦାୟକ ପୋଷାକ ପିନ୍ଧିବା ପସନ୍ଦ କରିଥାନ୍ତି। ଯେଉଁ ପୋଷାକର କପଡା ଅଧିକ କୋମଳ ହୋଇଥାଏ ଓ ପିନ୍ଧିବା ପରେ ଆରାମ ମିଳିଥାଏ ସେପରି ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି।
ମିଥୁନ: ଫ୍ୟାଶନ ଟ୍ରେଣ୍ଡିଂ ଥାଉ ବା ନଥାଉ ଏହି ରାଶିର ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି। ଏମାନେ ସେହି ପୋଷାକ କିଣିବାକୁ ପସନ୍ଦ କରନ୍ତି ଯାହାକି ପିନ୍ଧିବା ପରେ ତାଙ୍କୁ ଭଲ ମାନିଥାଏ। ବଜାର ଯିବା ପରେ ଖାଲି ହାତରେ ଫେରିବା ପାଇଁ ଏମାନେ ପସନ୍ଦ କରିନଥାନ୍ତି।

କର୍କଟ: ନିଜ ପୋଷାକକୁ ନେଇ ବହୁତ ସମ୍ବେଦନଶୀଳ ହୋଇଥାନ୍ତି। ଅନ୍ୟମାନଙ୍କ ସହିତ ନିଜ ପୋଷାକ ଶେୟାର କରିବାକୁ ପସନ୍ଦ କରିନଥାନ୍ତି। ଟ୍ରେଣ୍ଡରେ ଥିବା ପୋଷାକ ସହିତ ଯେଉଁ ପୋଷାକ ଆପଣଙ୍କୁ ଭଲ ଲାଗେ ତାକୁ କିଣିବାକୁ ପସନ୍ଦ କରିଥାନ୍ତି।
ସିଂହ: ନିଜ ପୋଷାକ ସହିତ ସାଲିସ କରିବାକୁ ପସନ୍ଦ କରିନଥାନ୍ତି। ଭଲ କ୍ଵାଲିଟିର ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ଉନ୍ନତ ବ୍ରାଣ୍ଡର ପୋଷାକ ପିନ୍ଧିବାରେ ବିଶ୍ଵାସ ରଖିଥାନ୍ତି।
କନ୍ୟା: ଏହି ରାଶିର ବ୍ୟକ୍ତିଙ୍କର ବୁଝିବା ଶକ୍ତି ଅଧିକ ଥାଏ। ଏମାନେ ଏପରି ପୋଷାକ କିଣନ୍ତି ଯାହାକି ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଦୁଇ ତିନୋଟି ପୋଷାକକୁ ଏକାଠି ମିଶାଇ ପିନ୍ଧିବା ପସନ୍ଦ କରିଥାନ୍ତି।
ତୁଳା: ଏହି ରାଶିର ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଅଧିକ ତୁଳନାତ୍ମକ ହୋଇଥାଏ। ପୋଷାକ ସହିତ ମ୍ୟାଚିଙ୍ଗ କରି ଗହଣା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ହାଲକା ରଙ୍ଗର ପୋଷାକ ଅଧିକ ପସନ୍ଦ କରିଥାନ୍ତି।
ବିଛା: ଯେଉଁ ପୋଷାକ ଅନ୍ୟମାନଙ୍କୁ ଆକର୍ଷଣ କରିପାରିବ ସେମିତି ପୋଷାକକୁ ଆପଣ ପସନ୍ଦ କରିଥାନ୍ତି। ସମୟ ସହିତ ବଦଲୁଥିବା ଫ୍ୟାଶନ ଟ୍ରେଣ୍ଡକୁ ପସନ୍ଦ କରିଥାନ୍ତି। ସମସ୍ତଙ୍କ ଠାରୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ରଖିଥାନ୍ତି।
ଧନୁ: ଯେଉଁ ପୋଷାକ ପିନ୍ଧିବା ପରେ ଅନ୍ୟମାନଙ୍କ ଆଗରେ ଅସହଜ ଅନୁଭବ କରିବେ ସେପରି ପୋଷାକ ପିନ୍ଧିବା ପସନ୍ଦ କରି ନ ଥାନ୍ତି। ପୁରୁୁଣା ତଥା ସଦାସର୍ବଦା ଚାଲିିି ଆସୁ ଥିବା କ୍ଲାସିକ ଲୁକକୁ ଅଧିକ ପସନ୍ଦ କରିଥାନ୍ତି।

ମକର: ଆପଣଙ୍କର ଡ୍ରେସିଙ୍ଗ ସେନ୍ସ ବହୁତ ସାଧାରଣ ହୋଇଥାଏ। ସବୁପ୍ରକାର ପୋଷାକକୁ ପସନ୍ଦ କରିଥାନ୍ତି। ତେବେ ଉଜ୍ଜ୍ଵଳ ରଙ୍ଗକୁ ଅଧିକ ପସନ୍ଦ କରିଥାନ୍ତି।
କୁମ୍ଭ: ଏମାନେ ଅଧିକ ସର୍ଜନାତ୍ମକ ହୋଇଥାନ୍ତି। ନିଜ କଳାର ପ୍ରୟୋଗ କରି ସାଧାରଣ ବସ୍ତୁକୁ ଖାସ କରିଦେଇଥାନ୍ତି। ଏମାନଙ୍କୁ ଡ୍ରେସିଙ୍ଗର ବହୁତ ଭଲ ଜ୍ଞାନ ରହିଥାଏ।
ମୀନ: ବ୍ରାଣ୍ଡେଡ ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଏମାନଙ୍କୁ ଫ୍ୟାଶନର ବହୁତ ଜ୍ଞାନ ରହିଥାଏ। ରଙ୍ଗୀନ ପୋଷାକ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।