• padmabati kund

ଶୀତଦିନେ କୋମଳ ତ୍ଵଚା ପାଇଁ ଗାଧୋଇବା ବେଳେ ଆପଣାନ୍ତୁ ଏହି 5 ଟିପ୍ସ


(ବେତାର ବ୍ୟୁରୋ) ଶୀତଦିନରେ ଅଧିକାଂଶ ଲୋକ ଗରମ ପାଣିରେ ଗାଧେଇବାକୁ ପସନ୍ଦ କରିଥାନ୍ତି। ଅଧିକ ଥଣ୍ଡାରେ ଗରମ ପାଣିରେ ଗାଧେଇବାକୁ ଆରାମ ଲାଗିଥାଏ କିନ୍ତୁ ଏହା ଆପଣଙ୍କ ତ୍ଵଚା ପାଇଁ ଏହା ଭଲ ହୋଇନଥାଏ। ଗରମ ପାଣିରେ ଗାଧେଇବା ଦ୍ଵାରା ଆପଣଙ୍କ ତ୍ଵଚାର ଆର୍ଦ୍ରତାକୁ କମ କରିଥାଏ। ଫଳସ୍ୱରୂପ ଆପଣଙ୍କ ତ୍ଵଚା ଶୁଷ୍କ ହୋଇଯାଇଥାଏ। ତେବେ ଏହାର ଅର୍ଥ ନୁହେଁ ଯେ, ଆପଣ ଗରମ ପାଣି ପରିବର୍ତ୍ତେ ଥଣ୍ଡାପାଣିରେ ଗାଧୋଇବେ।

ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ଗାଧୋଇବା ସମୟରେ କିଛି ଜରୁରୀ କଥା ଉପରେ ଧ୍ୟାନ ଦେବାକୁ ପଡିବ। ତେବେ ଶୀତଦିନେ କୋମଳ ତ୍ଵଚା ପାଇବା ପାଇଁ ଗାଧୋଇବା ସମୟରେ କେଉଁ କଥା ଉପରେ ଧାନ ଦେବେ ଜାଣନ୍ତୁ।

୧.ସାୱାର ଜେଲର ବ୍ୟବହାର କରନ୍ତୁ: ଗାଧୋଇବା ପାଇଁ ବ୍ୟବହାର କରୁଥିବା ସାବୁନ ତୁଳନାରେ ସାୱାର ଜେଲ ଅଧିକ ନରମ ହୋଇଥାଏ। ଏପରି ଅନେକ ସାୱାର ଜେଲ ରହିଛି ଯେଉଁଥିରେ ମଶ୍ଚୁରାଇଜର ମଧ୍ୟ ରହିଥାଏ ଓ ଏହା ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାକୁ ଦେଇନଥାଏ। ଶୀତଦିନେ ସାବୁନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ତ୍ଵଚା ଶୁଷ୍କ ହୋଇଯାଇଥାଏ।

୨.ବେସନ ଓ କ୍ଷୀରର ପେଷ୍ଟ: ଯଦି ଆପଣ ଚାହିଁବେ ତେବେ ସପ୍ତାହକୁ ଥରେ କିମ୍ବା ଦୁଇଥର ସାବୁନ ପରିବର୍ତ୍ତେ ପେଷ୍ଟର ବ୍ୟବହାର କରିପାରିବେ। ଏଥିପାଇଁ ବେସନ ଓ କ୍ଷୀରର  ବ୍ୟବହାର କରିପାରିବେ। ବେସନ ସହିତ  ଆବଶ୍ୟକ ପରିମାଣର କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସଂପୂର୍ଣ୍ଣ ଶରୀରରେ ଲଗାନ୍ତୁ ଓ କିଛି ସମୟରେ ଧୋଇଦିଅନ୍ତୁ।

୩.ଗାଧୋଇବା ଆଗରୁ ତେଲ ମାଲିସ କରନ୍ତୁ: ଶୀତଦିନେ ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ତେଲ ମାଲିସ କରନ୍ତୁ। ଗାଧୋଇବାର ୩୦ମିନିଟ ଆଗରୁ ନଡିଆ ତେଲ, ଜାମୁ ତେଲ କିମ୍ବା ବାଦାମ ତେଲ ଶରୀରରେ ମାଲିସ କରନ୍ତୁ। ଏହା ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।

୪.କ୍ଷୀର ଲଗାନ୍ତୁ: ଶୀତଦିନେ ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ କ୍ଷୀର ଲଗାଇ ପାରିବେ। କ୍ଷୀରରେ ମଶ୍ଚୁରାଇଜର ରହିଥାଏ ଓ ତ୍ଵଚାର ରଙ୍ଗକୁ ହଲକା କରିଥାଏ। ଏଥିପାଇଁ ତୁଳା ସାହାଯ୍ୟରେ କ୍ଷୀର ନେଇ ଶରୀରରେ ଲଗାନ୍ତୁ ଓ ହଲକା ଘଷିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

୫.ମଶ୍ଚୁରାଇଜର ଲଗାନ୍ତୁ: ଶୀତଦିନେ ଗାଧୋଇବା ସମୟରେ ସାବୁନର ବ୍ୟବହାର କରନ୍ତୁ ନାହିଁ। ତ୍ଵଚାକୁ ମଶ୍ଚୁରାଇଜ ରଖିବା ପାଇଁ ମଶ୍ଚୁରାଇଜରର ବ୍ୟବହାର କରନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ଶୁଷ୍କ ହେବ ନାହିଁ।

#wintercare #bathingtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon