• padmabati kund

ଉଡାନ-3 : ମାତ୍ର ଟ.2500ରେ କରିହେବ ଏହି ସବୁ ଦେଶକୁ ଭ୍ରମଣ


(ବେତାର ବ୍ୟୁରୋ) ବିଦେଶ ବୁଲିବାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି। ଭିନ୍ନ ଭିନ୍ନ ସ୍ଥାନ ବୁଲି ବିଭିନ୍ନ ଅନୁଭୂତିକୁ ଏକାଠି କରିବାକୁ ସମସ୍ତେ ଭଲ ପାଇଥାନ୍ତି। ଯଦି ଆପଣ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସ୍ଵପ୍ନ ବହୁତ ଶୀଘ୍ର ପୁରା ହେବାକୁ ଯାଉଛି। ମୋଦି ସରକାର ଆପଣଙ୍କ ବିଦେଶ ବୁଲିବା ସ୍ୱପ୍ନକୁ ସାକର କରିବା ପାଇଁ ଉଡାଣ ଯୋଜନାର ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (ଉଡ଼ାନ-ଉଡ଼େ ଦେଶ୍ କା ଆମ୍ ନାଗରିକ୍) ଯୋଜନା ଅନୁସାରେ ମାତ୍ର ଟ.୨୫୦୦ ଖର୍ଚ୍ଚ କରି ସାଧାରଣ ଲୋକମାନେ ବିଦେଶ ବୁଲିବାର ସୁଯୋଗ ପାଇପାରିବେ। ଜି ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ସରକାରଙ୍କ ଉଡ଼ାନ ଯୋଜନାର ତୃତୀୟ ପର୍ଯ୍ୟାୟ ଅଧୀନରେ ସରକାର ଶତାଧିକ ପ୍ରସ୍ତାବ ପାଇ ସାରିଛନ୍ତି ।

ଏହି ଯୋଜନାରେ ପ୍ରଥମେ ବ୍ୟାଙ୍କକ (ଥାଇଲ୍ୟାଣ୍ଡ), କାଠମାଣ୍ଡୁ ଯାତ୍ରା କରୁଥିବା ବିମାନ ମାଧ୍ୟମରେ ଆସାମ ଆନ୍ତର୍ଜାତିକ ଭାବେ ସଂଯୋଗ ହୋଇ ପାରିବ । ନେପାଳ, ବାଂଲାଦେଶ ଏବଂ ମ୍ୟାନମାର ସହ ଯୋଗାଯୋଗ କରିବା ଲାଗି ବିହାର ରାଜ୍ୟର ବିମାନ ବନ୍ଦର ସବୁକୁ ଆନ୍ତର୍ଜାତିକ ସ୍ତରକୁ ସମ୍ପ୍ରସାରଣ କରାଯିବ । ଏହା ସହିତ ଚେନ୍ନାଇରୁ ସିଙ୍ଗାପୁର ଯାତ୍ରା ଲାଗି ଆନ୍ତର୍ଜାତିକ ବିମାନ ରିହାତି ଦରରେ ମିଳିପାରେ ବୋଲି ସୂଚନା ମିଳିଛି।

ଏତିକି ମିଳିପାରେ ରିହାତି

ଏହି ଉଡ଼ାନ ଯୋଜନା ଅଧୀନରେ ଗୁୱାହାଟି-ଢାକା ଓ ଗୁୱାହାଟି-ବ୍ୟାଙ୍କକ ରୁଟରେ ଚାଲୁଥିବା ଫ୍ଲାଇଟର କିଛି ନିର୍ଦ୍ଧାରିତ ସିଟରେ ଆସାମ ସରକାରଙ୍କ ତରଫରୁ ଟ.2,370 ରୁ ଟ.4,400 ରିହାତି ମିଳିପାରେ। ଏହି ଉଡ଼ାନ ଯୋଜନା ଅଧୀନରେ ଯେଉଁ ଅନ୍ତଃରାଷ୍ଟୀୟ ବିମାନ ଚଳାଚଳ ହେବ, ସେଗୁଡିକ ଉପରେ ରିହାତି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ।

ରିହାତି ମୂଲ୍ୟରେ ସାଧରଣ ଲୋକଙ୍କ ବିଦେଶ ଗସ୍ତ ସ୍ୱପ୍ନକୁ ସାକର କରିବା ପାଇଁ ୨୦୧୬ରେ ଉଡ଼ାନ ଆରମ୍ଭ ହୋଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ଘଣ୍ଟା ପ୍ରତି ୨୫୦୦ ଟଙ୍କା ମୂଲ୍ୟରେ ବିମାନ ଯାତ୍ରାର ସୁବିଧା କରାଇ ଟାୟର୍-2 ଏବଂ ଟାୟର୍-3 ସହରଗୁଡ଼ିକୁ ମୁଖ୍ୟ ସହର ସହ ସଂଯୋଗ କରିବା । ମାର୍ଚ୍ଚ ୨୦୧୭ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ଆଞ୍ଚଳିକ ରୁଟରେ ୫ଟି ଏୟାରଲାଇନ୍ସ କ୍ଷମତା ମିଳିଥିଲା । ଗତ ବର୍ଷ ଜାନୁଆରି ମାସରେ ଦ୍ୱିତୀୟ ପର୍ଯ୍ୟାୟରେ ୩୨୫ ଆଞ୍ଚଳିକ ପଥରେ ସେବା ଯୋଗାଇବା ନିମନ୍ତେ ହେଲିକପ୍ଟର ସେବା ସମେତ ୧୫ଟି ଏୟାରଲାଇନ୍ସକୁ କ୍ଷମତା ପ୍ରଦାନ କରାଯାଇଥିଲା ।

#cheapflishts #UDANscheme

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon