• padmabati kund

ଧୋନିଙ୍କ ଏହି ରେକର୍ଡ ଭାଙ୍ଗିଲେ ପାକିସ୍ଥାନୀ କ୍ରିକେଟର ସରଫରାଜ


(ବେତାର ବ୍ୟୁରୋ) ପାକିସ୍ଥାନ ଓ ସାଉଥଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ପାକିସ୍ଥାନ କ୍ରିକେଟ ଦଳର ଅଧିନାୟକ ସରଫରାଜ ଅହମ୍ମଦ ୱିକେଟ କିପର ଭାବରେ ଏକ ନୂଆ ରେକର୍ଡ କରିଛନ୍ତି। ଏହି ରେକର୍ଡ ସହିତ ସେ ଅଷ୍ଟ୍ରେଲିଆର ପୂର୍ବ ୱିକେଟକିପର ଆଡାମ ଗିଲଖ୍ରୀଷ୍ଟ, ଭାରତର ମହେନ୍ଦ୍ର ସିଂ ଧୋନି ଓ ଇଂଲଣ୍ଡର ଏଲେକ ଷ୍ଟିବର୍ଟଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଜୋହାନସବର୍ଗରେ ଖେଳାଯାଉଥିବା ଏହି ତୃତୀୟ ଟେଷ୍ଟ ମ୍ୟାଚରେ ଦୁଇଟି ଇନିଙ୍ଗ୍ସରେ ସେ ମୋଟ 10ଟି କ୍ୟାଚ ଧରିଛନ୍ତି। ପାକିସ୍ଥାନ ଦଳର ୱିକେଟ କିପର ସରଫରାଜ ଅହମ୍ମଦ ଏହି ମ୍ୟାଚରେ ପ୍ରଥମ ଇନିଙ୍ଗ୍ସରେ ପାଞ୍ଚଟି କ୍ୟାଚ ଧରିଥିଲେ ଓ ଦ୍ଵିତୀୟ ଇନିଙ୍ଗ୍ସରେ ମଧ୍ୟ ପାଞ୍ଚଟି କ୍ୟାଚ ଧରିଥିଲେ।

ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବ ୱିକେଟକିପର ଆଡାମ ଗିଲଖ୍ରୀଷ୍ଟ, ଭାରତର ମହେନ୍ଦ୍ର ସିଂ ଧୋନି ଓ ଇଂଲଣ୍ଡର ଏଲେକ ଷ୍ଟିବର୍ଟଙ୍କ ନାମରେ ଥିଲା। ଭାରତର ୱିକେଟ କିପର ମହେନ୍ଦ୍ର ସିଂ ଧୋନି 2014 ମସିହାରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମେଲବର୍ଣ୍ଣ ମ୍ୟାଚରେ ଆଠଟି କ୍ୟାଚ ଧରିଥିଲେ।

ଇଂଲଣ୍ଡର ପୂର୍ବ ୱିକେଟ କିପର ଏଲେକ ଷ୍ଟିବର୍ଟ 1998ରେ ସାଉଥଆଫ୍ରିକା ବିରୁଦ୍ଧରେ ନଟିଙ୍ଗହାମ ମ୍ୟାଚରେ ଆଠଟି କ୍ୟାଚ ଧରିଥିଲେ। ଏହାସହିତ ଅଷ୍ଟ୍ରେଲିଆର ପୂର୍ବ ୱିକେଟକିପର ଆଡାମ ଗିଲଖ୍ରୀଷ୍ଟ ମଧ୍ୟ 2004 ମସିହାରେ ଶ୍ରୀଲଙ୍କା ବିରୁଦ୍ଧରେ ଡାରୱିନ ମ୍ୟାଚରେ ଆଠଟି କ୍ୟାଚ ଧରିଥିଲେ।

ଆଇସିସ ତାଲିକାରେ  7ମରେ ପାକିସ୍ଥାନ

ତେବେ ଏହି ତୃତୀୟ ଟେଷ୍ଟ ମ୍ୟାଚରେ ସାଉଥଆଫ୍ରିକା ଖୁବ ଭଲ ପ୍ରଦର୍ଶନ କରି ପାକିସ୍ଥାନକୁ 107ରନରେ ହରାଇ ଦେଇଛି ଓ ସିରିଜକୁ ମଧ୍ୟ 3-0ରେ କଲିନ ସ୍ଵିପ କରିଛି। ସାଉଥଆଫ୍ରିକା ଏହି ବିଜୟ ସହିତ ଆଇସିସି ରାଙ୍କିଙ୍ଗରେ ଇଂଲଣ୍ଡ ଓ ନ୍ୟୁଜଲାଣ୍ଡକୁ ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛି। ସାଉଥ ଆଫ୍ରିକା ପାଖରେ ବର୍ତ୍ତମାନ 110 ଅଙ୍କ ରହିଛି। ଅନ୍ୟପଟେ ଏହି ସିରିଜ ଆରମ୍ଭରୁ ପାକିସ୍ଥାନ ପାଖରେ 92ପଏଣ୍ଟ ରହିଥିଲା କିନ୍ତୁ ଏହି ସିରିଜ ହାରିବା ପରେ  ଆଇସିସି ରାଙ୍କିଙ୍ଗରେ 88ପଏଣ୍ଟ ସହିତ ସପ୍ତମ ସ୍ଥାନକୁ ଖସି ଆସିଛି।

#cricket #msdhoni #sarfarazahmad

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon