• padmabati kund

ମାସକୁ ଟ.153ରେ ଦେଖିହେବ  100 ପେ’ ଚ୍ୟାନେଲ ଓ ଫ୍ରୀ ଚ୍ୟାନେଲ : TRAI


(ବେତାର ବ୍ୟୁରୋ) ଟିଭି ଦର୍ଶକଙ୍କ ପାଇଁ ଆସନ୍ତା ମାସ ଠାରୁ କେବୁଲ ଖର୍ଚ୍ଚ କମ ହେବାକୁ ଯାଉଛି। ଟେଲିକମ ରେଗୁଲୋଟାରୀଅଫ ଇଣ୍ଡିଆ (TRAI)ର ଆଦେଶ ଅନୁଯାୟୀ ଦର୍ଶକମାନେ ମାସକୁ ଟ.153 ଦେଇ 100 ପେ’ କିମ୍ବା ଫ୍ରୀ ଚ୍ୟାନେଲ ଦେଖିପାରିବେ। ଆସନ୍ତା ଜାନୁୟାରୀ 31 ତାରିଖ ପୂର୍ବରୁ ଏହି 100ଟି ଚ୍ୟାନେଲକୁ ବାଛିବା ପାଇଁ TRAI ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

TRAIର ସୂଚନା ମୁତାବକ ଏହି ବେସ ପ୍ୟାକରେ କୌଣସି ଏଚ.ଡି ପ୍ୟାକ ସାମିଲ ହୋଇନାହିଁ। କିନ୍ତୁ କିଛି ମିଡିଆ ଏଜେନ୍ସିର ରିପୋର୍ଟ ମୁତାବକ ଏହି ପ୍ୟାକରେ ଏଚ.ଡି ଚ୍ୟାନେଲ୍ସ ମଧ୍ୟ ବାଛି ପାରିବେ। ଗୋଟିଏ ଏଚ.ଡି ଚ୍ୟାନେଲ ଦୁଇଟି ଏସ.ଡି ଚ୍ୟାନେଲ ସହିତ ସମାନ ଅଟେ। ଏ ବିଷୟରେ ଗ୍ରାହକମାନେ ନିଜ ଟିଭି ସର୍ଭିସ ପ୍ରୋଭାଇଡ଼ର ଠାରୁ ସୂଚନା ପାଇପାରିବେ।

ଆସନ୍ତା ଫେବୃୟାରୀ ମାସ 1 ତାରିଖରୁ TRAI ତରଫରୁ ଜାରି ହୋଇଥିବା ନୂଆ ନିୟମ ଲାଗୁ ହେବା ପାଇଁ ଯାଉଛି। ଏଥିପାଇଁ ଗ୍ରାହକଙ୍କୁ ଏସ.ଏମ.ଏସ ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଉଛି। ଏହାସହିତ TRAI ତରଫରୁ ଦୁଇଟି ଟେଲିଫୋନ ନମ୍ବର ଓ ଇ-ମେଲ ଆଇଡି ମଧ୍ୟ ଜାରି କରାଯାଇଛି। ଏହି ନମ୍ବରକୁ କଲ କରି ଏହା ବିଷୟରେ ଅଧିକ ସୂଚନା ମଧ୍ୟ ପାଇପାରିବେ।  

ଏହି ନମ୍ବରକୁ କଲ କରନ୍ତୁ

TRAI ତରଫରୁ ଲଞ୍ଚ କରାଯାଇଥିବା ଏହି ନୂଆ ପ୍ୟାକ ବିଷୟରେ ଗ୍ରାହକମାନେ ଅଧିକ ସୂଚନା ପାଇବା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ନମ୍ବର ଗୁଡିକ ହେଉଛି 011-23237922 (ଏ.କେ ଭରଦ୍ଵାଜ) ଓ 011-2322009 (ଅରବିନ୍ଦ କୁମାର)। ଏହାବ୍ୟତୀତ advbcs-2@trai.gov.in କିମ୍ବା arvind@gove.in ରେ ଇମେଲ ପଠାଇ ସୂଚନା ପାଇପାରିବେ।

0-19 ଟଙ୍କା ମଧ୍ୟରେ ଚ୍ୟାନେଲ

TRAI ତରଫରୁ ସବୁ କେବୁଲ ଓ ଡିଟିଏଚ ଅପରେଟରଙ୍କୁ ନୂଆ ନିୟମକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଗ୍ରାହକମାନଙ୍କୁ କେବଳ ସେହି ଚ୍ୟାନେଲ ପାଇଁ ଅର୍ଥ ଦେବାକୁ ପଡିବ ଯେଉଁ ଚ୍ୟାନେଲ ଗୁଡିକୁ ସେମାନେ ଦେଖିବାକୁ ପସନ୍ଦ କରିବେ। ଗୋଟିଏ ଚ୍ୟାନେଲର ମୂଲ୍ୟ ସର୍ବନିମ୍ନ 0ରୁ ସର୍ବାଧିକ 19ଟଙ୍କା ମୂଲ୍ୟ ମଧ୍ୟରେ ରହିଛି। ଚ୍ୟାନେଲ ଗୁଡିକୁ ଅଲଗା ଅଲଗା ବା ବୁକେ ଆକାରରେ ମଧ୍ୟ ଚୟନ କରିପାରିବେ।

ପ୍ରଥମେ ଏହି ନୂଆ ନିୟମର ଆରମ୍ଭ ଗତ ଡିସେମ୍ବର 29 ତାରିଖ  2018ରୁ  ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସମୟସୀମା ବଢାଇ ଫେବୃୟାରୀ 1 ତାରିଖ 2019 ପର୍ଯ୍ୟନ୍ତ ରଖାଯାଇଛି।   

#TRAI #newrule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon