• ବେତାର ବ୍ୟୁରୋ

ମକର ସଙ୍କ୍ରାନ୍ତିରେ ସୂର୍ଯ୍ୟ, କେତୁ ଏକାଠି : ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ପ୍ରଭାବ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ) ବର୍ଷକ ମଧ୍ୟରେ ହେଉଥିବା ସମସ୍ତ ବାରଟି ସଙ୍କ୍ରାନ୍ତି ମଧ୍ୟରୁ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ସେତେବେଲେ ଏହି ସଙ୍କ୍ରାନ୍ତି ଅନ୍ୟ ଏକ ମହତ୍ଵ ଥାଏ । ମକର ରାଶିରେ ସୂର୍ଯ୍ୟଙ୍କ ଗୋଚରକୁ ବହୁତ ଶୁଭ ଓ କଳ୍ପନାକାରୀ ବୋଲି ବିବେଚନା କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଛନ୍ତି ଓ ଅନ୍ୟପଟେ କେତୁ ଆଗରୁ ମକର ରାଶିରେ ରହିଛନ୍ତି। ଏପରି ସମୟରେ ମକର ସଙ୍କ୍ରାନ୍ତି ସମସ୍ତ ବାରଟି ରାଶି ଉପରେ କଣ ପ୍ରଭାବ ପକାଇବ ଜାଣନ୍ତୁ।

ମେଷ: ବ୍ୟବସାୟରେ ସଫଳତା ମିଳିବ। ଘର ନିର୍ମାଣ କାର୍ଯ୍ୟରେ ସଫଳତା ମିଳିବ। ନିଜ କଥା ଉପରେ ସଂଯମ ରଖନ୍ତୁ। ଆୟ ବୃଦ୍ଧି ପାଇବ। ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବ।

ବୃଷ: ହସଖୁସିରେ ସମୟ କଟିବ। ବିରୋଧୀଙ୍କୁ ପରାସ୍ତ କରିବେ। ବ୍ୟବସାୟରେ ଲାଭ ହେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସନ୍ତାନଙ୍କ ସଫଳତାରେ ପ୍ରସନ୍ନ ହେବେ। ସ୍ୱାସ୍ଥ୍ୟଅବସ୍ଥା ଭଲ ରହିବ।

ମିଥୁନ: କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବିଚଳିତ ରହିବେ। କଠିନ ପରିଶ୍ରମ ଫଳରେ ସଫଳତା ପାଇବେ। ବ୍ୟବସାୟରେ ନୂତନ ଅବସର ପାଇବେ। ବ୍ୟବସାୟ କାର୍ଯ୍ୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।

କର୍କଟ: ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରି ମନ ପ୍ରଫୁଲ୍ଲ ରହିବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଚାକିରୀରେ ପଦୋନ୍ନତି ହୋଇପାରେ। ବ୍ୟସ୍ତତା ମଧ୍ୟରେ ସମୟ କଟିବ।

ସିଂହ: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ବ୍ୟବସାୟରେ ଲାଭ ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ରାଜନୀତି

କ୍ଷେତ୍ରରେ ଉଚ୍ଚ ନେତାଙ୍କ ଦ୍ଵାରା ଲାଭ ପାଇବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

କନ୍ୟା: ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ।

ତୁଳା: କର୍ମକ୍ଷେତ୍ରରେ ସଫଳତା ମିଳିବ। ଅଧିକ ବ୍ୟୟ ଯୋଗୁଁ ଚିନ୍ତିତ ରହିବେ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବନ୍ଧୁଙ୍କ ସହଯୋଗ ପାଇବେ। ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀମାନେ ସଫଳତା ପାଇଁ କଠିନ ପରିଶ୍ରମ କରନ୍ତୁ।

ବିଛା: ଧାନ ପ୍ରାପ୍ତି ହେବ। ବହୁଦିନରୁ ଲାଗିରହିଥିବା ବିବାଦର ସମାଧାନ ହେବ। ଏପରି ସମୟରେ ବନ୍ଧୁଙ୍କ ସହଯୋଗ ପାଇବେ। ସନ୍ତାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ନିଜ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ।

ଧନୁ: ନିଜ କାର୍ଯ୍ୟ ପାଇଁ ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଇ.ଟି, ଗଣମାଧ୍ୟମ ଓ ପତ୍ରକାରିତାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ।

ମକର: ବହୁ ଦିନରୁ ଲାଗି ରହିଥିବା କାର୍ଯ୍ୟ ସଫଳ ହେବ। ଛାତ୍ରଛାତ୍ରୀମାନେ ନିଜ କଠିନ ପରିଶ୍ରମର ସଫଳତା ପାଇବେ। ଆୟବୃଦ୍ଧି ପାଇବ ଓ ଏହାସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଆଇ.ଟି ଓ ମାର୍କେଟିଙ୍ଗ କାମ କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ।

କୁମ୍ଭ: ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟରେ ସଫଳତା ପାଇବା ସହ ଆୟ ମଧ୍ୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ। ଛାତ୍ରଛାତ୍ରୀମାନେ

ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ପାଇବେ।

ମୀନ: ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଅନେକ ଦିନରୁ ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନଙ୍କୁ ସଫଳତା ମିଳିବ। ବ୍ୟୟ ବୃଦ୍ଧି ପାଇବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

#astrology #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon