• padmabati kund

ରାଜୁ ହିରାନୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ : ‘ମୁନାଭାଇ 3’କୁ ନେଇ ଏମିତି କହିଲେ ଅର୍ଶଦ ୱାର୍ସି


(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀରେ ଆରମ୍ଭ ହୋଇଥିବା ‘ମି ଠୁ’ ଅଭିଯାନରେ ଅଭିଯୋଗ ଦିନକୁ ଦିନ ବଢିବାରେ ଲାଗିଛି। ବଲିଉଡ ଇଣ୍ଡଷ୍ଟ୍ରୀର ବହୁ ପରିଚିତ ଲୋକଙ୍କ ଉପରେ ଏନେଇ ଅଭିଯୋଗ ଆସି ସାରିଛି। ରବିବାର ଦିନ ଏଥିରେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ନାମ ଯୋଡି ହୋଇଯାଇଛି।

‘ସଞ୍ଜୁ’ ଫିଲ୍ମରେ କାମ କରିଥିବା ଜଣେ କର୍ମଚାରୀ ହିରାନୀଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି। ଏହାର ପ୍ରଭାବ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ ‘ମୁନାଭାଇ 3’ରେ ପଡିପାରେ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଖବରକୁ ଆଧାରହୀନ ବୋଲି କୁହାଯାଇଛି।

ପିଙ୍କଭିଲ୍ଲା ତରଫରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ‘ମୁନଭାଇ 3’ର ପ୍ରଡ଼କ୍ସନ ଫକ୍ସ ଇଣ୍ଡିଆ (fox india) ବ୍ୟାନରରେ ହେବ ନାହିଁ, ତେଣୁ ଏଥିପାଇଁ ଫିଲ୍ମର କାମ ବନ୍ଦ ରଖିବାର କିଛି ଆବଶ୍ୟକ ନାହିଁ। ଫକ୍ସ ଇଣ୍ଡିଆ ବିନୋଦ ଚୋପ୍ରାଙ୍କ ଭି.ଭି.ସି ଫିଲ୍ମ ସହିତ ତିନୋଟି ଫିଲ୍ମ ପାଇଁ ପାର୍ଟନର (ଅନୁବନ୍ଧ) ହୋଇଥିଲା।

ରାଜକୁମାର ହିରାନୀ ପ୍ରାୟତଃ କେବଳ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମରେ ନିର୍ଦ୍ଦେଶନା ଦେଇଥାନ୍ତି ।

ରାଜକୁମାର ହିରାନୀଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆସିବା ପରେ ‘ମୁନଭାଇ 3’ ଫିଲ୍ମର କାମ ବନ୍ଦ ରହିପାରେ ବୋଲି ଆଶଙ୍କା ଦେଖାଯାଇଥିଲା। କିନ୍ତୁ ଅନ୍ୟପଟେ ଫକ୍ସ ଇଣ୍ଡିଆ ଓ ଭି.ଭି.ସି ଫିଲ୍ମ ମଧ୍ୟରେ ହୋଇଥିବା ଚୁକ୍ତିରେ ଉଲ୍ଲେଖ ରହିଛି ଯେ, ବିଧୁ ବିନୋଦ ଚୋପ୍ରା ‘ମୁନଭାଇ 3’ ଫିଲ୍ମ ସହିତ କାମ କରିବେ ନାହିଁ।

ଏବେ ବି ସଂଶୟ

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ପ୍ରସ୍ତୁତ ହେବ କି ନାହିଁ ସେନେଇ ସଂଶୟ ଲାଗିରହିଛି। ‘ମୁନାଭାଇ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅରଶଦ ୱାର୍ସି କହିଛନ୍ତି ଯେ, “ଏହି ନିଷ୍ପତ୍ତି କେବଳ ରାଜକୁମାର ହିରାନୀଙ୍କ ହାତରେ ରହିଛି। ବର୍ତ୍ତମାନ ଯେପରି ପରିସ୍ଥିତି ରହିଛି, ଫିଲ୍ମର ଭବିଷ୍ୟତ ବିଷୟରେ କିଛି ବି କହିବା ସମ୍ଭବ ନୁହେଁ।“ ଏହାପୂର୍ବରୁ ମଧ୍ୟ ଅରଶଦ ଫିଲ୍ମ ପ୍ରସ୍ତୁତ ହେଉଥିବା ବିଷୟରେ ସୂଚନା ଦେଇଥିଲେ।

ଯେବେଠୁ ବଲିଉଡରେ ଏହି ‘ମି ଠୁ’ ଅଭିଯାନ ଆରମ୍ଭ ହୋଇଛି ସେବେଠାରୁ ଯେଉଁ ସେଲିବ୍ରିଟିଙ୍କ ଉପରେ ଅଭିଯୋଗ ଆସିଛି ସେମାନେ ଯେଉଁ ଫିଲ୍ମରେ କାମ କରୁଛନ୍ତି ତାଙ୍କୁ ସେହି ପ୍ରୋଜେକ୍ଟରୁ ବାହାରି ଯିବାକୁ ପଡିଛି। ତନୁଶ୍ରୀ ଦତ୍ତାଙ୍କ ଦ୍ଵାରା ନାନା ପାଟେକରଙ୍କ ଉପରେ ଆରୋପ ଲାଗିବା ପରେ ତାଙ୍କୁ ‘ହାଉସଫୁଲ 4’ରୁ ବାହାରିବାକୁ ପଡିଥିଲା। ସେହିପରି ସାଜିଦ ଖାନଙ୍କୁ ମଧ୍ୟ ଏହି ଫିଲ୍ମରୁ ବାହାରିବାକୁ ପଡିଥିଲା। ବିକାଶ

ହେବ ବେହେଲଙ୍କୁ ମଧ୍ୟ ‘ସୁପର-30’ର ନିର୍ଦ୍ଦେଶନାରୁ ହଟାଇ ଦିଆଯାଇଥିଲା।

#entertainment #bollywood #munnabhai3

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon