• padmabati kund

ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ!


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଦୀପିକା ପାଦୁକୋନଙ୍କ ସହ ରଣବୀର କପୁରଙ୍କ ରୋମାନ୍ସ ଖୁବ ଶୀଘ୍ର ଦର୍ଶକମାନେ ଦେଖିବାକୁ ପାଇବେ। ତେବେ ଏହି ସୂପରହିଟ ଯୋଡିଙ୍କୁ ରିଅଲ ଜୀବନରେ ନୁହେଁ ବରଂ ପରଦା ଉପରେ ଏକାଠି ଦେଖିବାକୁ ମିଳିବ। ‘ସୋନୁ କି ଟିଟୁ କି ସ୍ୱିଟୀ’ର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଲବ୍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଦୁହେଁ ଏକାଠି କାମ କରିବେ।

ପୂର୍ବରୁ ରଣବୀର କପୁର ଓ ଦୀପିକା ପାଦୁକୋନ ଏକାଠି ଅନେକ ଫିଲ୍ମରେ କାମ କରି ସାରିଛନ୍ତି। ପରଦାରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଡେକାନ୍‌ କ୍ରୋନିକଲରେ ପ୍ରକାଶିତ ଖବର ମୁତାବକ, ବଲିଉଡର ଏହି ଯୋଡିଙ୍କୁ ପୁଣିଥରେ ଏକାଠି ପରଦା ଉପରେ ଦେଖିବାକୁ ମିଳିବ। ଏହାବ୍ୟତୀତ ଫିଲ୍ମରେ ରଣବୀରଙ୍କ ସହ ଅଜୟ ଦେବଗନ ମଧ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।

ଫିଲ୍ମରେ ରଣବୀର କପୁର ଓ ଅଜୟ ଦେବଗନଙ୍କ ପରି ସୁପରଷ୍ଟାର ରହିଥିଲେ ମଧ୍ୟ ଦୀପିକାଙ୍କ ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସୂଚନା ମିଳିଛି। ଫିଲ୍ମର ଟାଇଟଲ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନ ଥିଲେ ବି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ ବୋଲି ଜଣା ପଡ଼ିଛି। ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଏହା ଚତୁର୍ଥ ଫିଲ୍ମ ହେବ। ପୂର୍ବରୁ ଦୁହେଁ ‘ବଚ୍‌ନା ୟେ ହସିନା’, ‘ୟେ ଜୱାନୀ ହୈ ଦିୱାନୀ’, ‘ତମାଶା’ରେ ଏକାଠି କାମ କରିଥିଲେ।

ରଣବୀର କପୁରଙ୍କ ଇଚ୍ଛା

ପ୍ରଥମେ ନିର୍ଦ୍ଦେଶକ ଏହି ଫିଲ୍ମ ପାଇଁ ନୁସରତ ଭାରୁଚାଙ୍କୁ ହିରୋଇନ ଭାବରେ ନେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଫିଲ୍ମରେ ରଣବୀର କପୁର ବଡ ହିରୋଇନଙ୍କୁ ନେବା ପାଇଁ ଜିଦ କରିଥିଲେ। ଆଲିଆ ଭଟ୍ଟଙ୍କୁ ମଧ୍ୟ ନେବା ପାଇଁ କହିଥିଲେ କିନ୍ତୁ ଆଲିଆ ଅନ୍ୟ ଫିଲ୍ମ ପାଇଁ ବ୍ୟସ୍ତ ଥିବାରୁ ମନା କରିଥିଲେ। ଏହାପରେ ଇଲିଆନା ଡିକ୍ରୁଜଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା।

ଫିଲ୍ମର ଶୁଟିଂ ଚଳିତ ବର୍ଷ ଆରମ୍ଭ ହେବ ଓ ୨୦୨୦ରେ ରିଲିଜ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ପରଦା ଉପରେ ଏହି ଯୋଡିଙ୍କୁ ପୁଣି ଥରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ରହିଛି।

ନିକଟରେ ଦୀପିକା ପାଦୁକୋନ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ସହ ଫିଲ୍ମ ‘୮୩’ରେ ଅଭିନୟ କରିବା ନେଇ ଖବର ଆସିଥିଲା। ଏହି ଫିଲ୍ମରେ ଦୀପିକା ରଣବୀର ସିଂହଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଦୀପିକା ଏହି ଖବରକୁ ଖଣ୍ଡନ କରିଛନ୍ତି। ବିବାହ ପରେ 2019ରେ ଉଭୟଙ୍କୁ ଏକାଠି ଗୋଟିଏ ଫିଲ୍ମରେ ପରଦାରେ ଦେଖିବାକୁ ମିଳିବ ନାହିଁ ବୋଲି ରଣବୀର ସିଂ ସ୍ପଷ୍ଟ କରିଥିଲେ।

#entertainmetnt #bollywood #deepikapadukon #ranveerkapoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon