• ବେତାର ବ୍ୟୁରୋ

ସେକ୍ସନ ଅଫିସର ପରୀକ୍ଷା ତାରିଖ ବଦଳିବା ଆଶା କମ


(ବେତାର ବ୍ୟୁରୋ) ଜାନୁଆରୀ 20ରେ ଗୋଟିଏ ଦିନରେ ରେଲୱେ ଓ ବ୍ୟାଙ୍କ କ୍ଳର୍କ ପରୀକ୍ଷା ସହିତ ଓଡିଶା ସରକାରଙ୍କ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ, ଏହାକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ଏହାର ପରୀକ୍ଷା ତାରିଖ ବଦଳିବା ଆଶା କ୍ଷୀଣ ଜଣା ପଡୁଛି ।

ଗତ ଶନିବାର ଦିନ ଏ ସଙ୍କ୍ରାନ୍ତରେ ଦାଏର ହେଇଥିବା ଏକ ମାମଲାର ଶୁଣାଣି କରି ଏ ପ୍ରସଂଗରେ ଓପିଏସି ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଥିଲେ । ତେବେ ଶୁଣାଣି ସରିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଏ ସଙ୍କ୍ରାନ୍ତରେ ଓପିଏସସି କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ବା ଏ ସମ୍ପର୍କରେ କୌଣସି ନୋଟିସ ଏହାର ୱେବସାଇଟରେ ଆସି ନ ଥିବାରୁ ଏହି ପରୀକ୍ଷା ତାରିଖ ଆଉ ନ ଘୁଞ୍ଚିପାରେ ବୋଲି ସ୍ପଷ୍ଟ ଅନୁମାନ କରା ଯାଇପାରେ ।  

କଣ ହେଉଛି ସମସ୍ୟା

ତେବେ ଏକଥା ସତ୍ୟ ଯେ ପୂର୍ବରୁ ଠାରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ପରିବର୍ତ୍ତନ କରାଯାଇଥିଲା।  ପୂର୍ବ ନିର୍ଦ୍ଧାରିତ ୨୦୧୮, ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯, ଜାନୁଆରି ୨୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ୨୦୧୮, ଡିସେମ୍ବର ୩ରେ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା।

ଅନ୍ୟପଟେ ପ୍ରାୟ ୧ ବର୍ଷ ପୂର୍ବରୁ ରେଳ ବିଭାଗର ଏକ ପରୀକ୍ଷା ଜାନୁଆରି ୨୦ରେ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ସେହି ଦିନ ରେଳବାଇ ନିଯୁକ୍ତି ବୋର୍ଡର ଏଏଲ୍‌ପି ମୁଖ୍ୟ ପରୀକ୍ଷା ଓ ଆଇବିପିଏସ୍‌ କ୍ଲର୍କ ମେନ୍‌ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତିରେ ଏଏସଓ ପରୀକ୍ଷା ତାରିଖକୁ ପରିର୍ତ୍ତନ କରିବାକୁ ନିବେଦନ କରି ସ୍ୟାଟରେ ମାମଲା ରୁଜୁ ହୋଇଥିଲା। ଏହା ପୂର୍ବରୁ ପରୀକ୍ଷାର୍ଥୀମାନେ ଗୃହ ବିଭାଗ ସଚିବ ଓ ରାଜ୍ୟପାଳଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଓପିଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଓପିଏସସି ଯୁକ୍ତି

ଓପିଏସସି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ପଠାଯାଇ ସାରିଲାଣି। ତାରିଖରେ ପରିବର୍ତ୍ତନ କରାଗଲେ ଅନେକ ସମସ୍ୟା ଦେଖାଯିବ ବୋଲି ଓପିଏସସି ପକ୍ଷରୁ ଦର୍ଶାଯାଇଥିଲା। ଓପିଏସସି ପକ୍ଷରୁ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ। ଏପରି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ଦାବି ସଂପର୍କରେ ଓପିଏସସି ଅଧ୍ୟକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ।

ଏହି ପରୀକ୍ଷାର ଆଡମିଟ କାର୍ଡ ୱେବ୍ସାଇଟରେ ଉପଲବ୍ଧ ହେଇସାରିଛି । 

#asoexam #govtjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon