• ବେତାର ବ୍ୟୁରୋ

ତେଜପତ୍ର ବ୍ୟବହାର କରି ଦୂର କରନ୍ତୁ ଡାଇବେଟିଜ, ଚର୍ବି


(ବେତାର ବ୍ୟୁରୋ) ତେଜପତ୍ରର ବାସ୍ନା ଖାଦ୍ୟର ସ୍ୱାଦକୁ ଦୁଇ ଗୁଣା କରିଦେଇଥାଏ। ତେବେ ଏହି ତେଜପତ୍ରରେ ସ୍ୱାସ୍ଥ୍ୟ ପାଇଁ ବହୁ ଔଷଧୀୟ ଗୁଣ ଭରି ରହିଛି।

ସକାଳୁ ଅଧଗ୍ଲାସେ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ତେଜପତ୍ର ପାଣିର ସକାରାତ୍ମକ ପ୍ରଭାବ ମନୁଷ୍ୟ ଶରୀର ଉପରେ ପଡ଼ିଥାଏ। ତେଜପତ୍ର ପାଣିରେ ପ୍ରଚୁର ପରିମାଣରେ ଫୋଲିକ୍‌ ଏସିଡ୍‌, ଆଣ୍ଟି-ଅକ୍ସିଡାଣ୍ଟ୍‌, ଫାଇଟୋ ନ୍ୟୁଟ୍ରେଣ୍ଟସ୍‌, ସାଲିସାଇଲେଟ୍‌, କ୍ୟାଫିକ୍‌ ଏସିଡ୍‌, ଭିଟାମିନ୍‌ ତଥା ଖଣିଜ ପଦାର୍ଥ ରହିଥାଏ। ଏହାଦ୍ୱାରା ଡାଇବେଟିସ୍‌, ହାର୍ଟ ଆଟାକ୍‌, ରତୁସ୍ରାବ ସମସ୍ୟା ଆଦି ଦୂର ହୋଇଥାଏ। ଥଣ୍ଡା ଏବଂ କାଶ ନିରାକରଣ କ୍ଷେତ୍ରରେ ଏହା ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ।

ତେଣୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ଉଷୁମ ତେଜପତ୍ର ପାଣି ପିଇବା ଆବଶ୍ୟକ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

ଆସନ୍ତୁ ଜାଣିବା, ତେଜପତ୍ରରୁ ସ୍ୱାସ୍ଥ୍ୟକୁ ମିଳୁଥିବା ବିଭିନ୍ନ ଉପକାରିତା ସମ୍ପର୍କରେ ଜାଣିବା।

ଥକ୍କାପଣ ଦୂର କରିଥାଏ : ତେଜ ପତ୍ର କୁ ଘରେ ଜଳାଇବା ପରେ ଲୋକଙ୍କ ର ଥକାପଣ ବି ଦୂର ହେଇଥାଏ I ଏବଂ ମସ୍ତିଷ୍କ କୁ ଶାନ୍ତ କରିଥାଏ I ଏହା ଆପଣ ଙ୍କ ର ରାଜାପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ I

କିଡନୀ ପଥର : ଯଦି ଆପଣଙ୍କ କିଡ୍‌ନୀରେ ଷ୍ଟୋନ୍‌ ହୋଇଥାଏ, ତେବେ ତେଜପତ୍ରକୁ ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା କିଡ୍‌ନୀରେ ପଥର ବା ଷ୍ଟୋନ୍‌ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ I

ଗ୍ୟାସ : ଆଜିକାଲି ଏସିଡିଟି ବା ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା ହେଲାଣିI ଆପଣଙ୍କର ଯଦି ଏପରି ସମସ୍ୟା ହେଉଥାଏ, ତେବେ ନାଲି ଚା’ ତିଆରିବେଳେ ସେଥିରେ ତେଜ ପତ୍ର ପକାଇ ସେହି ଚା’କୁ ପିଅନ୍ତୁ। ଦେଖିବେ, ଏସିଡିଟି ସମସ୍ୟାରୁ ଅବଶ୍ୟ ମୁକ୍ତି ମିଳିବ I

ଡାଇବେଟିଜ : ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କରିବା ଦ୍ୱାରା ବ୍ଲଡ୍‌ ସୁଗାର୍‌ ବା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏI

ନିଦ୍ରା : ଶୋଇବା ସମୟରେ କିଛି ତେଜପତ୍ରର ଧୂଆଁ ଦେବା ଦ୍ୱାରା ଭଲ ନିଦ ହେଇଥାଏ। ଏହାବ୍ୟତୀତ ଏହା ଶରୀର ଉପରେ ମଧ୍ୟ ଭଲ ପ୍ରଭାବ ପକାଇବା ସହ କ୍ଲାନ୍ତି ଦୂର କରିଥାଏ। ସେହିପରି ତେଜପତ୍ରକୁ ପାଣି ରେ 6 ଘଣ୍ଟା ପର୍ଯ୍ୟନ୍ତ ଓଦା କରି ରଖନ୍ତୁ ଏବଂ ଏହି ପାଣିକୁ ପିଅନ୍ତୁ I ଭଲ ନିଦ ଆସିବାରେ ଏହା ସାହାଯ୍ୟ କରେ।

କାଶ : ଯଦି ‌ଆପଣଙ୍କର ଦୀର୍ଘ ଦିନ ଧରି କାଶ ଲାଗି ରହୁଛି ଓ ଔଷଧ ଖାଇବା ପରେ ବି ସ୍ଥିତି ସୁଧୁରୁନାହିଁ, ତେବେ ତେଜପତ୍ର ସିଝାଇ ତାର ଧୂଆଁକୁ ଶୁଙ୍ଘି ନିଃଶ୍ୱାସ ଭିତରକୁ ନେବା ଦ୍ୱାରା କାଶ କମିଯାଏ।

ଦରଜ ରୁ ଆରାମ : ତେଜ ପତ୍ରର ତେଲକୁ ଦରଜ ସ୍ଥାନରେ ଲଗାଇଦେଖନ୍ତୁ ଅନେକ ଉପକାରୀ ହେଇଥାଏ I ଏହା କୁ ଶରୀରରେ ମସାଜ କରିଲେ ବେଶ ଆରାମ ମିଳିଥାଏ

#bayleaf #Ayurveda #fitness #goodhealth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon