• ବେତାର ବ୍ୟୁରୋ

ବାସ୍ତୁ ଟିପ୍ସ : ଆର୍ଥିକ ଅଭାବ ଦୂରେଇବା ପାଇଁ ଘରେ ରଖନ୍ତୁ ନାହିଁ ଏହି ୧୦ଟି ଜିନିଷ


(ବେତାର ବ୍ୟୁରୋ) ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାରର ଖୁସି ପାଇଁ କଠିନ ପରିଶ୍ରମ କରିଥାନ୍ତି। ପରିବାର ମଧ୍ୟରେ ସବୁବେଳେ ହସଖୁସି ରଖିବା ପାଇଁ ଓ ସମୃଦ୍ଧି ବଜାୟ ରଖିବା ପାଇଁ ପ୍ରୟାସ କରିଥାନ୍ତି। କିନ୍ତୁ ବେଳେ ବେଳେ ଅଜାଣତରେ ଏପରି କିଛି ଛୋଟ ଛୋଟ ଭୁଲ ହୋଇଥାଏ ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମିଳିନଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ଏପରି କିଛି ଜିନିଷ ରହିଥାଏ ଯାହାକୁ ଆମେ ଅଣଦେଖା କରିଥାଉ। କିନ୍ତୁ ଏହିସବୁ ଜିନିଷକୁ ଅଣଦେଖା କରିବା  ଆମ ପାଇଁ ବହୁତ କ୍ଷତିକାରକ ହୋଇଥାଏ ଓ ଆମପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ତେବେ ଜାଣିରଖନ୍ତୁ ଏପରି ୧୦ଟି ଜିନିଷ ବିଷୟରେ ଯାହା ଆପଣଙ୍କ ଘରେ ରହିବା ଦ୍ଵାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।

.ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ବୁଢିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହାଦ୍ଵାରା ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ତେଣୁ ଘରେ କେବେବି ବୁଢିଆଣୀ ଜାଲ ଲାଗି ରହିବାକୁ ଦିଅନ୍ତୁ ନାହିଁ। ନିୟମିତ ବ୍ୟବଧାନରେ ଏହାକୁ ସଫା କରନ୍ତୁ।

.ଭାଙ୍ଗିଯାଇଥିବା ଦର୍ପଣରୁ ନକରାତ୍ମକ ଶକ୍ତି ବାହାରିଥାଏ। ଯଦି ଘର ମଧ୍ୟରେ କୌଣସି ଦର୍ପଣ ଭାଙ୍ଗିଯାଏ ତେବେ ଏହାକୁ ଘରେ ରଖନ୍ତୁ ନାହିଁ, ବାହାରେ ଫିଙ୍ଗି ଦିଅନ୍ତୁ।

.ଘର ମଧ୍ୟରେ ବାଦୁଡି ପ୍ରବେଶ କରିବା ବହୁତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ବାଦୁଡି ପ୍ରବେଶ କରିବା ଦ୍ଵାରା ଘରେ କିଛି ଅଶୁଭ ଘଟିବାର ସଂକେତ ଦେଇଥାଏ।

.ଘରର କାନ୍ଥ କେବେବି ଫାଟିବାକୁ ଦିଅନ୍ତୁ ନାହିଁ। ଏହା ପରିବାର ପାଇଁ ବହୁତ ଅଶୁଭ ହୋଇଥାଏ ଓ ଅର୍ଥହାନୀ ମଧ୍ୟ ହୋଇଥାଏ। ତେଣୁ ଘର କାନ୍ଥ ଫାଟିବା ଆରମ୍ଭ କଲେ ତୁରନ୍ତ ଏହାକୁ ମରାମତି କରାଇ ନିଅନ୍ତୁ।   

.ବାସ୍ତୁଶାସ୍ତ୍ର ଅନୁଯାୟୀ ନଳରୁ ସବୁବେଳେ ପାଣି ପଡିବାକୁ ମଧ୍ୟ ଅଶୁଭ କୁହାଯାଇଛି। ଏହାଦ୍ଵାରା ବ୍ୟୟ ଅଧିକ ହୋଇଥାଏ ଓ ଆର୍ଥିକ ଅଭାବ ଦେଖାଦେଇଥାଏ। ତେଣୁ ଘରେ ଥିବା ସମସ୍ତ ଟ୍ୟାପକୁ ଭଲ ଭାବରେ ବନ୍ଦ କରନ୍ତୁ।

.ଘରର ଛାତ ଉପରେ ଅନାବଶ୍ୟକ ଜିନିଷକୁ ଜମା କରି ରଖନ୍ତୁ ନାହିଁ। ଛାତ ଉପରକୁ ସବୁବେଳେ ସଫା ରଖିବାକୁ ଚେଷ୍ଟା କରନ୍ତୁ।

.କିଛିଲୋକଙ୍କର ଅଭ୍ୟାସ ରହିଥାଏ ଯେ, ପୂଜା କରିସାରିବା ପରେ ବାସିଫୁଲକୁ ଏକାଠି କରି ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ବାସିଫୁଲକୁ ଏକାଠି ରଖିବା ଅଶୁଭ ହୋଇଥାଏ।

.ଯଦି ଘରେ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଖରାପ ହୋଇଥାଏ ତେବେ ଏହାକୁ ଘରେ ରଖନ୍ତୁ ନାହିଁ। ଖରାପ ହେବା ପରେ ଏହାକୁ ବାହାରେ ଫିଙ୍ଗି ଦିଅନ୍ତୁ।

.ଘରେ ପାରାଙ୍କ ବସା ରହିବା ବାସ୍ତୁଶାସ୍ତ୍ର ଅନୁଯାୟୀ ବହୁତ ଅଶୁଭ ହୋଇଥାଏ। ଏହାଦ୍ଵାରା ଘର ଉପରେ ବିଭିନ୍ନ ସମସ୍ୟା ଲାଗିରହିଥାଏ।

୧୦. ଘରର କୋଣରେ ଯଦି ମହୁମାଛିର ବସା ରହିଥାଏ ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ 

#astrology #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon