- ବେତାର ବ୍ୟୁରୋ
ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ 429ଟି କନଷ୍ଟେବଳ ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ତରଫରୁ ହେଡ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 21 ତାରିଖରୁ ଫେନୃୟାରୀ 20 ତାରିଖ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 429ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 63ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 30ଟି, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 114ଟି ଓ ସାଧାରଣବର୍ଗଙ୍କ ପାଇଁ 222ଟି ପଦବୀ ରହିଛି।
ଦରମା
ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500 ରୁ ଟ.81,100 ମଧ୍ୟରେ ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଫେବୃୟାରୀ 22 ତାରିଖ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷରୁ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ ଏବଂ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ଵବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ।
ଆବେଦନ ଫି
ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ଦରମା ପ୍ରଦାନ କରାଯିବ। ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଆବେଦନ ଫି’ କୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ଅଫିସିଆଲ ୱେବସାଇଟ http://cisfrecttt.in ରେ ଲଗଇନ କରିବାକୁ ପଡିବ। ଏହାପରେ ପ୍ରଥମେ ରେଜିଷ୍ଟ୍ରେଶନ କରିବେ ଓ ଏହାପରେ ଅନଲାଇନରେ ଆବେଦନ କରିବେ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତକୁ ସ୍କାନ କରି ଦେବାକୁ ପଡିବ।
ଚୟନ ପଦ୍ଧତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ଅଫିସିଆଲ ୱେବସାଇଟ http://cisfrecttt.in ରେ ଲଗଇନ କରନ୍ତୁ।