• padmabati kund

ନୂଆ ଟିଭି ଚାନେଲ ନିୟମ ଲାଗୁ ହେବା ଆଗରୁ ଜାଣିରଖନ୍ତୁ ଏହି ୧୦ ଜରୁରୀ କଥା


(ବେତାର ବ୍ୟୁରୋ) ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (TRAI) ତରଫରୁ DTH ସେବାକୁ ନେଇ ନୂଆ ନିୟମ ପ୍ରସ୍ତୁତ ହୋଇଛି ଯେଉଁଥିରେ ଗ୍ରାହକଙ୍କୁ କେବଳ ସେଇ ଚ୍ୟାନେଲ ପାଇଁ ଅର୍ଥ ଦେବାକୁ ପଡିବ ଯେଉଁ ଚ୍ୟାନେଲ ଗୁଡିକୁ ସେମାନେ ଦେଖିବାକୁ ପସନ୍ଦ କରିବେ। ଏହାଦ୍ଵାରା ଗ୍ରାହକଙ୍କ ମାସିକ ଟିଭି ବିଲ ମଧ୍ୟ କମ ହୋଇଯିବ। ତେବେ ନିଜ ମନପସନ୍ଦ ଚ୍ୟାନେଲ ବାଛିବା ପାଇଁ ଗ୍ରାହକଙ୍କୁ ଜାନୁୟାରୀ 31 ତାରିଖ 2019 ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଏହି ନୂତନ ନିୟମ ଅନୁସାରେ କୌଣସି DTH ପ୍ରୋଭାଇଡ଼ର ଯଥା ଏୟାରଟେଲ DTH ଟିଭି, ଟାଟା ସ୍କାଏ ଓ Dish TV 100ଟି ନନ-ଏଚଡି ଚ୍ୟାନେଲ ପାଇଁ 130ଟଙ୍କାରୁ ଅଧିକ ମୂଲ୍ୟ ନେବେ ନାହିଁ। ତେବେ ଏହି ନୂଆ ପ୍ଳାନ ହିସାବରେ DTH ଓ କେବୁଲ କନେକ୍ସନ ନେବା ଆଗରୁ ଏପରି ଦଶଟି କଥା ଉପରେ ଧ୍ୟାନ ଦିଅନ୍ତୁ ଯାହାଦ୍ୱାରା ଆପଣ ଟିଭିବିଲକୁ କମ କରିପାରିବେ।

.ଏହି ପ୍ଳାନ ବ୍ୟତୀତ ସବୁ ମୁଖ୍ୟ ବ୍ରୋଡକାଷ୍ଟର୍ସମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ଲାନ ଉପସ୍ଥାପନ କରିଛନ୍ତି। କମ୍ପାନୀ ଗୁଡିକ ତରଫରୁ ସବୁ କମ୍ପାନୀ ଗୁଡିକର ମୂଲ୍ୟ କୁହାଯାଇଥିଲେ ମଧ୍ୟ ଏହି ମୂଲ୍ୟ ଉପରେ ବ୍ରୋଡକାଷ୍ଟର୍ସଙ୍କ ତରଫରୁ ଅଫର ଦିଆଯାଇପାରେ।

.ଏୟାରଟେଲ DTH TVର ୱେବସାଇଟରେ ଟ.୯୯ ମୂଲ୍ୟର ବେସ ପ୍ୟାକ ରହିଛି ଓ Tata skyରେ ମଧ୍ୟ ଟ.୯୯ ମୂଲ୍ୟର ବେସ ପ୍ୟାକ ରହିଛି। ଉଭୟ ପ୍ୟାକରେ SD ଚ୍ୟାନେଲ ଦିଆଯାଇଛି। TRAIର ନୂଆ ନିୟମ ଅନୁଯାୟୀ ଗ୍ରାହକମାନେ ଏହି SD ଚ୍ୟାନେଲ ଗୁଡିକରେ କୌଣସି ଅନ୍ୟ ଚ୍ୟାନେଲକୁ ବେସ ପ୍ୟାକରେ ମିଶାଇ ପାରିବେ। ଯଦି ଗ୍ରାହକ କୌଣସି ଦେୟଯୁକ୍ତ ଚ୍ୟାନେଲକୁ ମିଶାଉଛନ୍ତି ତେବେ ଏଥିପାଇଁ ଅଲଗା ଅର୍ଥ ଦେବାକୁ ପଡିବ।

.ଯଦି ଗ୍ରାହକ ଏହି ୧୦୦ଚ୍ୟାନେଲ ବ୍ୟତୀତ ଅନ୍ୟ କୌଣସି ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତେବେ ଅନ୍ୟ ୨୫ଟି ଚ୍ୟାନେଲ ପାଇଁ ଟ.୨୦ ଅଧିକ ଦେବାକୁ ପଡିବ। କିନ୍ତୁ TRAIର ମତ ଅନୁଯାୟୀ ବହୁତ କମ ଲୋକ ୧୦୦ରୁ ଅଧିକ ଚ୍ୟାନେଲ ଦେଖିଥାନ୍ତି।

.ଯଦି ଆପଣ ଧ୍ୟାନର ସହିତ ସମସ୍ତ ଚ୍ୟାନେଲକୁ ବାଛିବେ ତେବେ ବର୍ତ୍ତମାନ ସମୟ ଅନୁସାରେ ବହୁତ କମ ମୂଲ୍ୟ ଦେବାକୁ ପଡିବ।

.TRAI ଦ୍ଵାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୪୦ ବ୍ରୋଡକାଷ୍ଟର୍ସଙ୍କର ୩୩୦ରୁ ଅଧିକ HD ଓ SD ଚ୍ୟାନେଲ ରହିଛି। ଅନ୍ୟପଟେ ନିଜସ୍ୱ FTA ଚ୍ୟାନେଲର ସଂଖ୍ୟା ୫୩୫ରୁ ଅଧିକ ଅଟେ।

.ଚାଳିଶିଟି ବ୍ରୋଡକାଷ୍ଟର୍ସଙ୍କ ମଧ୍ୟରୁ ୧୭ଟି ବ୍ରୋଡକାଷ୍ଟର୍ସ କିଛି ଚ୍ୟାନେଲକୁ ବଣ୍ଡଲ ଆକାରରେ ଡିସକାଉଣ୍ଟ ସହିତ ଉପଲବ୍ଧ କରିଛନ୍ତି। ଉଦାହରଣ ସ୍ୱରୂପ ୯ଟି ଚ୍ୟାନେଲକୁ ଅଲଗା ଅଲଗା ନେଲେ ଏହାର ମୂଲ୍ୟ ଟ.୬୩ ପଡିବ କିନ୍ତୁ ଯଦି ଏହାକୁ ଏକାଠି ନେବେ ତେବେ ମାତ୍ର ଟ.୩୧ ଦେବାକୁ ପଡିବ।

. FTA (ଫ୍ରୀ ଟୁ ଏୟାର) ବା ଦେୟମୁକ୍ତ ଚ୍ୟାନେଲକୁ କୌଣସି ଦେୟଯୁକ୍ତ ଚ୍ୟାନେଲ ସହିତ କ୍ଲବ କରିପାରିବେ ନାହିଁ। ସେହିପରି HD ଚ୍ୟାନେଲକୁ SD ଚ୍ୟାନେଲ ସହିତ ମଧ୍ୟ କ୍ଲବ କରିପାରିବେ ନାହିଁ।

. ସର୍ଭିସ ପ୍ରୋଭାଇଡ଼ରଙ୍କ ବ୍ୟତୀତ ବଜାରରୁ ସେଟଅପ ବକ୍ସ ମଧ୍ୟ କିଣି ଦେଖିପାରିବେ। ତେବେ ସେହି ସେଟଅପ ବକ୍ସ ଆପଣଙ୍କ ଟିଭି ପାଇଁ ଉପଯୁକ୍ତ କି ନୁହେଁ ତାହା ଦେଖିବା ଜରୁରୀ।

. TRAI ତରଫରୁ ଆଦେଶ ଦିଆଯାଇଛି ଯେ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କ କେବୁଲ ସେବା ବନ୍ଦ କରାଯିବ ନାହିଁ କିନ୍ତୁ ଏହାପରେ ସିଧାସଳଖ ବେସିକ ପ୍ଳାନକୁ ମାଇଗ୍ରେସନ କରାଯିବ ଓ ଏଥିରେ କୌଣସି ଦେୟଯୁକ୍ତ ଚ୍ୟାନେଲ ରହିବ ନାହିଁ।

୧୦.ସବୁ କେବୁଲ ଅପରେଟର ବା DTH କମ୍ପାନୀଙ୍କୁ ୯୯୯ ଚ୍ୟାନେଲ ନମ୍ବରରେ ଏକ ସୂଚନା ଚ୍ୟାନେଲ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ଵାରା ଗ୍ରାହକମାନେ ସମସ୍ତ ଚ୍ୟାନେଲର ମୂଲ୍ୟ ଜାଣିପାରିବେ।     

#TRAI #cableconnection #DTH #newrule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon